Posted inଫୁରସତ

ରିଅଲ ଲାଇଫ୍‌ ସିଙ୍ଘମ: ୫୭ ଡକାୟତଙ୍କୁ କାବୁ କରିଛନ୍ତି ଏହି ଆଇପିଏସ୍‌ ଅଫିସର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କୁ ରିଲ ଲାଇଫ୍‌ ସିଙ୍ଘମ କୁହାଯାଏ। ହେଲେ ରିଅଲ ଲାଇଫ୍‌ରେ ଜଣେ ଏଭଳି ଆଇଏଏସ୍‌ ଅଫିସର ଅଛନ୍ତି, ଯାହାଙ୍କୁ ଅପରାଧିଙ୍କ ପ୍ରାଣେ ଭୟ। ସେ ହେଲେ ଏସ୍‌ପି ମୁଦୁଲ କଚ୍ଛାବା। ତାଙ୍କ ନାମ ଶୁଣିବା ମାତ୍ରେ ଅପରାଧୀଙ୍କ ମନରେ ଛନକା ପଶିଯାଏ।

ମୁଦୁଲ ରାଜସ୍ଥାନର ବିକାନେର ଜିଲାରେ ରୁହନ୍ତି। ସେଠାରେ ହିଁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସେ ଏମ୍‌ଆଇବି କରିଛନ୍ତି। ଡିଗ୍ରୀ ହାସଲ କରିବା ପରେ ସେ ସିଏ ଏବଂ ସିଏସ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ। ପରେ ସେ ନେଟ୍‌ କ୍ୱାଲିଫାଏ କରିଥିଲେ। ଜର୍ମାନୀରେ ଏକ ବର୍ଷ ଚାକିରି କରିବା ପରେ ସେ ୟୁପିଏସ୍‌ସି ପଢ଼ା ଆରମ୍ଭ କରିବା ଲାଗି ଦିଲ୍ଲୀ ଆସିଥିଲେ। ସେଠାରେ ଅଢ଼େଇ ବର୍ଷ ରହିଥିଲେ। ୨୦୧୪ରେ ସେ ଡାକ ବିଭାଗରେ ଚାକିରି ପାଇଥିଲେ। ହେଲେ ତାଙ୍କର ସ୍ବପ୍ନ ଥିଲା ଆଇପିଏସ୍‌ ହେବା। ୨୦୧୫ରେ ସେ ଏହି ସଫଳତା ପାଇଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ କନିକା ସିଂହ। କନିକା ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଙ୍କଜ ସିଂହଙ୍କ ଝିଅ।

ପ୍ରୋବେଶନାଲ ଏସ୍‌ପି ଭାବେ ସେ ୨୦୧୭ ଜାନୁୟାରୀରୁ ଜୁନ୍‌ ପର୍ଯ୍ୟନ୍ତ କାମ କରିଥିଲେ। ପରେ ସେ ଗଙ୍ଗାନଗରରେ ୨୦୧୮ ପର୍ଯ୍ୟନ୍ତ ଅତିରିକ୍ତ ପୋଲିସ ଅଧିକାରୀ ଭାବେ କାମ କରିଥିଲେ। ପରେ ମୁଦୁଲଙ୍କୁ ଧୋଲପୁର ଜିଲାର ଏସ୍‌ପି କରାଯାଇଥିଲା। ଏଠାରେ ସେ ଅପରାଧିଙ୍କ ଧରପଗଡ଼ ଆରମ୍ଭ କରିଥିଲେ। ସେଠାରେ ନିଜର କିଛିଦିନ କାର୍ଯ୍ୟକାଳରେ ସେ ୫୭ଜଣ ଡକାୟତ ଏବଂ ଅନ୍ୟ ଅପରାଧୀଙ୍କୁ ଗିରଫ କରିଛନ୍ତି। ବିଶେଷକରି ଅପରାଧୀଙ୍କ ଆଡ୍ଡାସ୍ଥଳ କୁହାଯାଉଥିବା ଧୋଲପୁର ଜିଲାର ଚମ୍ବଲର ବିହଡ଼ରେ ତାଙ୍କ ନାମରେ ଭୟ ପଶୁଥିଲା। ଏହି ଯୁବ ଅଫିସର ଅପରାଧୀଙ୍କୁ ଧରିବା ପାଇଁ ଟିମ୍‌ ଗଠନ କରି ନିଜେ ମଧ୍ୟ ନଜର ରଖିଥିଲେ। ଏବେ ସେ ନିଜ କାମରେ ସଫଳ ହୋଇଥିବା କୁହାଯାଉଛି।

୨୦୧୯ ଜୁଲାଇରୁ ଏବେ ମଧ୍ୟରେ ମୁଦୁଲ ୫୭ଜଣ ଡକାୟତ ଏବଂ ହାର୍ଡକୋର ଅପରାଧିଙ୍କୁ ଧରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପପ୍ପୁ ଗୁର୍ଜର, ଲାଲ ସିଂ ଗୁର୍ଜର, ରାମବିଲାସ ଗୁର୍ଜର, ଭାରତ ଗୁର୍ଜର, ରଘୁରାଜ ଗୁର୍ଜର ପ୍ରମୁଖ ଅପରାଧି। ତେବେ କେବଳ ଲକ୍‌ଡାଉନ୍‌ ସମୟ ମଧ୍ୟରେ ୨୨ରୁ ଅଧିକ ଡକାୟତଙ୍କୁ ସେ ଗିରଫ କରି ଜେଲକୁ ପଠାଇଦେଇଛନ୍ତି। ଦୀର୍ଘ ୧୧ ମାସ ଧରି କଷ୍ଟ କରିବା ପରେ ଶେଷରେ ଚମ୍ବଲ ଅପରାଧମୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri