କୋଟିପତି ବଏଫ୍ରେଣ୍ଡଙ୍କୁ ବିବାହ କରିବେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ: ଭାଇରାଲ ହେଲା ବିବାହ କାର୍ଡ

ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ  କରିବେ ବିବାହ । ସେ ତାଙ୍କର  ବହିଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରବାକୁ ଯାଉଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କ ସମ୍ପକକୁ  ଅଫିସିଆଲ ଘୋଷଣା କରିଥିଲେ । ଅଭିନେତ୍ରୀ କହିଥିଲେ, ସେ ଆଣ୍ଟୋନିଙ୍କ ସହ ଦୀର୍ଘ ୧୫ ବର୍ଷ ଧରି ଅଛନ୍ତି । ଏହାର କିଛି ଦିନ ପରେ କିର୍ତ୍ତୀ ସୁରେଶ ତିରୁପତି ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାର ନଜର ଆସିଥିଲେ। ତେବେ ବର୍ତ୍ତମାନ ତାଙ୍କ  ବିବାହ କାର୍ଡ ଭାଇରାଲ ହେଉଛି ।
ଏହି କାର୍ଡ ଅନୁଯାୟୀ  କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ବିବାହ ଡିସେମ୍ବର ୧୨ରେ ହେବ। ଗୋଆରେ ଏକ ଡେଷ୍ଟିନେଶନ ଓ୍ବେଡିଂ କରିବେ । ଏ ନେଇ  ବିବାହ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଦମ୍ପତିଙ୍କ ବିବାହରେ କେବଳ ଘନିଷ୍ଠ ପରିବାର ସଦସ୍ୟ ଯୋଗଦେବେ। ଏହି କାର୍ଡରେ କିର୍ତ୍ତୀଙ୍କ  ବାପା ମା’ ଜି ସୁରେଶ କୁମାର ଏବଂ ମେନକା ସୁରେଶଙ୍କ ନାଁ ଲେଖାଯାଇଛି। ତେବେ ନଭେମ୍ବର ୨୭ରେ  କିର୍ତ୍ତୀ ସୁରେଶ ଆଣ୍ଟୋନି ଥାଟିଲଙ୍କ ସହ ତାଙ୍କର ପ୍ରଥମ ଫଟୋ ସେୟାର କରିଥିଲେ ।  ଏଥିରେ ଦୁହେଁ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଥିଲା ।
ତେବେ ଆପଣଙ୍କ ମନକୁ ଆସୁଥିବ କିର୍ତ୍ତୀ ସୁରେଶଙ୍କ ଭାବି ସ୍ୱାମୀ  ଆଣ୍ଟୋନି ଥାଟିଲ କିଏ?  ସେ ଜଣେ ଦୁବାଇର କୋଟିପତି ବ୍ୟବସାୟୀ । ତାଙ୍କର ରିସର୍ଟ ଚେନ୍‌ ରହିଛି । ଏହାବ୍ୟତୀତ କୋଚିରେ ତାଙ୍କର ଏକ ରିଟେଲ ଏବଂ କର୍ଟେନର ବ୍ୟବସାୟ ରହିଛି । ସେ ବର୍ତ୍ତମାନ ତାଙ୍କ ଫ୍ୟାମିଲି ବିଜନେସ୍‌ ଆଗକୁ ନେଉଛନ୍ତି ।  ତେବେ କିର୍ତ୍ତୀ ସୁରେଶ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ବରୁଣ ଧାୱନଙ୍କ ସହ ଫିଲ୍ମ ‘ବେବି ଜନ୍’ରେ ଲିଡ୍ ରୋଲରେ ନଜର ଆସିବେ। ଏହି ଫିଲ୍ମଟି ୨୫ ଡିସେମ୍ବରରେ ମୁକ୍ତିଲାଭ କରିବ ।

Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?