ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’ ଦ୍ୱାରା ପ୍ରକାଶିତ ଏକ ସ୍ବତନ୍ତ୍ର କମିଶନ ରିପୋର୍ଟରେ ଏଭଳି ଚେତାବନୀ ଦିଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର, ଜୈବିକ ଅସ୍ତ୍ର ଏବଂ ଭୟଙ୍କର ପରମାଣୁ ଯୁଦ୍ଧ ଯୋଗୁ ମାନବ ଜାତି ଧ୍ୱଂସମୁଖକୁ ଠେଲି ହୋଇଯାଇପାରେ ବୋଲି ୩୫ ଜଣିଆ ବିଶେଷଜ୍ଞ ଦଳ ଆଶଙ୍କା ପ୍ରକଟ କରିଛନ୍ତି। ଯଦିଓ ଏହି ବିଲୁପ୍ତ ପ୍ରକ୍ରିୟାର ଆଶଙ୍କା କମ୍‌, ତଥାପି ଏହା ଏକ ବାସ୍ତବ ବିପଦ ବୋଲି ରିପୋର୍ଟରେ କୁହାଯାଇଛି।
ଜର୍ମାନୀର ବର୍ଲିନଠାରେ ଆୟୋଜିତ ହେବାକୁ ଥିବା ‘ୱାଲର୍‌ଡ ହେଲ୍‌ଥ ସମିଟ୍‌’ ପୂର୍ବରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ମାନବ ସ୍ବାସ୍ଥ୍ୟ ପ୍ରତି ଆସିବାକୁ ଥିବା ୧୭ଟି ବଡ଼ ବିପଦ ବିଷୟରେ ଆଲୋଚନା କରାଯାଇଛି।
ମତରେ, ଯଦି କୃତ୍ରିମ ବୁଦ୍ଧିମତ୍ତା(ଏଆଇ)କୁ ଭୁଲ୍‌ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ତେବେ ଏହା ଅତି ସହଜରେ ମାରାତ୍ମକ ଜୈବିକ ଅସ୍ତ୍ର ତିଆରି କରିବାରେ ସାହାଯ୍ୟ କରିବ, ଯାହା କୋଟି କୋଟି ଜୀବନ ନେଇପାରେ। ସେହିପରି ପରମାଣୁ ଯୁଦ୍ଧ ହେଲେ ବାୟୁମଣ୍ଡଳକୁ ଏତେ ପରିମାଣର ଧୂଳିକଣା ଓ ପାଉଁଶ ଚାଲିଯିବ ଯେ, ଏହା ସୂର୍ଯ୍ୟକିରଣକୁ ସମ୍ପୂର୍ଣ୍ଣ ଅବରୋଧ କରିଦେବ। ଫଳରେ ସାରା ବିଶ୍ୱରେ ଦୁର୍ଭିକ୍ଷ ଦେଖାଦେବ ଏବଂ ଖାଦ୍ୟ ଅଭାବରୁ ମାନବ ସଭ୍ୟତା ଶେଷ ହୋଇଯିବ।
ଏହି ସମସ୍ତ ବିପଦ ପରସ୍ପର ସହ ଜଡ଼ିତ ବୋଲି ରିପୋର୍ଟରେ କୁହାଯାଇଛି। ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କମିଶନ୍‌ର ସହ-ଅଧ୍ୟକ୍ଷ କ୍ରିଷ୍ଟୋଫର ମରେ କହିଛନ୍ତି ଯେ, ପୂର୍ବରୁ କେବଳ ଯୁଦ୍ଧ, ମହାମାରୀ ଓ ଜଳବାୟୁକୁ ବଡ଼ ବିପଦ ମନେ କରାଯାଉଥିଲା, କିନ୍ତୁ ଏବେ ବିପଦର ପରିସର ବହୁତ ବଢ଼ିଯାଇଛି।
ବ୍ୟତୀତ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ପିଲାଙ୍କ କୁପୋଷଣ, ମେଦବହୁଳତା, ମାନସିକ ଅବସାଦ ଓ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସାହାଯ୍ୟ ହ୍ରାସ ପାଇବା ଭଳି ସମସ୍ୟା ମଧ୍ୟ ମାନବ ସମାଜ ପାଇଁ ବଡ଼ ଆହ୍ବାନ। ଯଦି ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୮ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖାଯାଏ, ତେବେ ମାନବ ଜାତି ଅତି ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବ। ସେହିପରି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସାହାଯ୍ୟ କମିଗଲେ ସବ୍‌-ସାହାରା ଆଫ୍ରିକା ଭଳି ଗରିବ ଅଞ୍ଚଳରେ ଶିଶୁ ମୃତ୍ୟୁହାର ଭୟଙ୍କର ଭାବେ ବଢ଼ିଯିବ।
ତେବେ ବିଶେଷଜ୍ଞଙ୍କ ମତରେ ଏହି ବିପଦଗୁଡ଼ିକୁ ଏବେଠାରୁ ରୋକାଯାଇପାରିବ। ବିଶ୍ୱର ସମସ୍ତ ସରକାର କେବଳ ବିପଦ ଆସିବା ପରେ ପ୍ରତିକାର ନ କରି, ଏବେଠାରୁ ବଜେଟ ବ୍ୟବସ୍ଥା କରି ଆଗୁଆ ପ୍ରସ୍ତୁତି ଓ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। କମିଶନ ପ୍ରତିବର୍ଷ ଏହି ରିପୋର୍ଟର ସମୀକ୍ଷା କରି ନୂଆ ନୂଆ ବିପଦ ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ସୋମବାର ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ RBIର ଛୁଟିଦିନ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଯଦି ଆପଣ ସୋମବାର, ୧୨ ଅକ୍ଟୋବର ୨୦୨୬ ଦିନ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?