Posted inଜାତୀୟ

ଆଜି ସୁପ୍ରିମକୋର୍ଟକୁ ବିରୋଧୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ,୧୨ା୧୦
ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ନେତାମାନେ ସୋମବାର ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ଦେଶର ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଅବଗତ କରାଇବା ସହ ତାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିବେ। ବିରୋଧୀ ନେତାମାନେ ସୋମବାର ଅପରାହ୍ନରେ ଇଣ୍ଡିଆ ଗେଟ୍‌ ନିକଟରେ ଏକତ୍ର ହେବା ପରେ ଅଭୂତପୂର୍ବ ପଦଯାତ୍ରାରେ ସୁପ୍ରିମକୋର୍ଟକୁ ଯିବେ। ଇଣ୍ଡିଆ ବ୍ଲକ୍‌ର ଏହି ବିକ୍ଷୋଭ ପଦଯାତ୍ରାରେ ବିରୋଧୀ ନେତାମାନଙ୍କ ସମେତ ସିଭିଲ ସୋସାଇଟି ଗ୍ରୁପ୍‌ ଓ ଅନ୍ୟମାନେ ସାମିଲ ହେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆହ୍ବାନ ଦେଇଛନ୍ତି। ଇଣ୍ଡିଆ ବ୍ଲକ୍‌ର ପୂର୍ବ ୨ଟି ବିକ୍ଷୋଭ ଶୋଭାଯାତ୍ରାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅନୁପସ୍ଥିତ ଥିଲାବେଳେ ସୋମବାରରେ ପଦଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି।
ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ସିଜେପି ନେତୃତ୍ୱରେ ଆନ୍ଦୋଳନ ହେବାକୁ ଥିବାବେଳେ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ଦିଲ୍ଲୀକୁ ସୁରକ୍ଷା ବଳର ଏକ ଦୁର୍ଗରେ ପରିଣତ କରାଯିବା ସହ ଅନେକ ହଜାର ବିକ୍ଷୋଭକାରୀ ଓ ନେତାଙ୍କୁ ଅଟକ ରଖାଯାଇଥିଲା। ଏହାର ପ୍ରତିବାଦରେ ସୋମବାର ହେବାକୁ ଥିବା ବିକ୍ଷୋଭ ପଦଯାତ୍ରାରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ବିରୋଧୀ ଦଳଗୁଡ଼ିକ ଅନୁରୋଧ କରିଛନ୍ତି। ଭାରତୀୟ ଗଣତନ୍ତ୍ରର ସୁରକ୍ଷା କରିବାକୁ ହେଲେ ମୋଦି-ଶାହାଙ୍କ ଶାସନରେ ଦେଶବ୍ୟାପୀ ଭୋଟ ଚୋରି ବିରୋଧରେ ସୋମବାର ଦିଲ୍ଲୀରେ ହେବାକୁ ଥିବା ବିଶାଳ ବିକ୍ଷୋଭ ପଦଯାତ୍ରାରେ ସାମିଲ ହେବା ଲାଗି ପ୍ରତ୍ୟେକ ଭାରତୀୟଙ୍କୁ ଅପିଲ କରାଯାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଇଣ୍ଡିଆ ବ୍ଲକ୍‌ର ଏମ୍‌ପିମାନଙ୍କ ସମେତ ନେତା, କର୍ମୀ ଓ ବିଭିନ୍ନ ବର୍ଗର ଲୋକେ ଆନ୍ଦୋଳନରେ ସାମିଲ ହେବେ ଓ ସିଜେଆଇଙ୍କୁ ଉକ୍ତ ସଙ୍କଟରେ ହସ୍ତକ୍ଷେପ ପାଇଁ ସ୍ମାରକପତ୍ର ଦେବେ। ସିଜେଆଇ ସୂର୍ଯ୍ୟ କାନ୍ତଙ୍କ ହସ୍ତକ୍ଷେପ ନିମନ୍ତେ ନିବେଦନ କରିବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖାର୍ଗେ ଓ ରାହୁଲ ସୋମବାର ତାଙ୍କୁ ଭେଟିବେ।
ତେବେ ସିଜେଆଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ଇଣ୍ଡିଆ ବ୍ଲକ୍‌ ନେତାମାନେ ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ସିଜେଆଇଙ୍କୁ ଭେଟିବା ସହ ସ୍ମାରକପତ୍ର ଦେବାକୁ ଯୋଜନା କରିଥିଲେ। ତେବେ ସେମାନେ ଯେଉଁ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି, ତାହା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି। ତେଣୁ ସେମାନେ ଭେଟିବା ପରିବର୍ତ୍ତେ ପିଟିଶନ ଦାଖଲ କରିବାକୁ ସିଜେଆଇ କହିଛନ୍ତି। ପ୍ରଶାସନିକ ସ୍ତରରେ କୌଣସି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଏଭଳି ଭେଟିବା ଅଧିକାର ଅଦାଲତଙ୍କର ନାହିଁ। ଅଦାଲତଙ୍କ କ୍ଷମତା ହେଉଛି ପିଟିଶନ ଶୁଣିବା ଓ ନ୍ୟାୟ ପ୍ରଦାନ କରିବା ବୋଲି ସିଜେଆଇ କହିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ସୋମବାର ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ RBIର ଛୁଟିଦିନ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଯଦି ଆପଣ ସୋମବାର, ୧୨ ଅକ୍ଟୋବର ୨୦୨୬ ଦିନ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?