Posted inଜାତୀୟ

ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା, ସିବିଆଇ ତଦନ୍ତ ଦାବି କଲା ପରିବାର

ନୂଆଦିଲ୍ଲୀ,୨୪।୮: ଅଭିନେତ୍ରୀ ତଥା ହରିୟାଣାର ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ସହ ଗୋଆ ଯାଇଥିବା ଦୁଇଜଣ ସହଯୋଗୀ ଏହି ଷଡ଼ଯନ୍ତ୍ର ସହ ସମ୍ପୃକ୍ତ ଥିବା ସୋନାଲିଙ୍କ ଭାଇ ରିଙ୍କୁ ଫୋଗଟ କହିଛନ୍ତି। ସୋନାଲିଙ୍କ ବ୍ୟକ୍ତିଗତ ସହକାରୀ (ପିଏ) ସୁଧୀର ସଙ୍ଗ୍ବାନ ଓ ତାଙ୍କ ବନ୍ଧୁ ସୁଖଓ୍ବିନ୍ଦର ସିଂଙ୍କୁ ହତ୍ୟା ମାମଲାରେ ଗିରଫ କରାଯିବା ସହ ମାମଲାର ସିବିଆଇ ତଦନ୍ତ ଲାଗି ସେ ଦାବି କରିଛନ୍ତି। ସୁଧୀର ଭାଜପା ନେତ୍ରୀଙ୍କୁ ବଳାତ୍କାର କରିବା ସହ ତାଙ୍କୁ ବ୍ଲାକ୍‌ମେଲ କରିଆସୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଦେଇ ନ ଥିଲେ। ଦୁଇ ଅଭିଯୁକ୍ତ ଗୋଆରେ ଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଫୋଗଟଙ୍କ ପରିବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ଉପରେ ନେତାଜୀଙ୍କ ନାଁ ଭୁଲିଗଲେ ଭାଜପା ଏମ୍‌ପି

ଭୋପାଳ,୨୪ ।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା...

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ...

ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ...

ହରସିମ୍‌ରତଙ୍କ ସ୍ଥାନରେ ତୋମାରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୧୯।୯(ପି.ଟି.): କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ମନ୍ତ୍ରିମଣ୍ଡଳରୁ ହରସିମ୍‌ରତ କୌର ବାଦଲ ଗୁରୁବାର ଇସ୍ତଫା ଦେବା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ଖାଦ୍ୟ...

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ : ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୧।୭: ଭାରତୀୟ ସେନାଙ୍କୁ ଶନିବାର ଭୋର ସମୟରେ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର କୁପଓ୍ବାରା ଜିଲାର ହାଣ୍ଡଓ୍ବାରାଠାରେ ଏକବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ...

ସୁରକ୍ଷାକର୍ମୀ ଭୁଲିଗଲେ ମାନବିକତା: ହସ୍ପିଟାଲରେ ଅତି ନିର୍ମମ ଭାବେ ପିଟିଲେ ବୃଦ୍ଧାଙ୍କୁ

ପ୍ରୟାଗରାଜ,୮।୮: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ମନକୁ ଦୋହଲାଇ ଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ସେଠାକାର ଏସ୍‌ଆର୍‌ଏନ୍‌ ହସ୍ପିଟାଲରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣେ...

ଆସନ୍ତା ସପ୍ତାହରେ ୪ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୧୭ ତାରିଖରେ ଅବସର ନେବାକୁ ଯାଉଥିଲାବେଳେ ଏହା ପୂର୍ବରୁ ତାଙ୍କ ଖଣ୍ଡପୀଠ ଆସନ୍ତା ସପ୍ତାହରେ ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ...

ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ କଂଗ୍ରେସ ରାଲିକୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ,୫ ।୮: ଦେଶରେ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ...

Advertisement
Archives

Model This Week