ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍‌ରେ ନେପୋଟିଜିମ୍‌ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି। ଏହି କ୍ରମରେ ଗାୟକ ସୋନୁ ନିଗମ ଏକ ଭିଡିଓ ପୋଷ୍ଟ କରି ସଂଗୀତ ଜଗତ ସହ ଜଡ଼ିତ କିଛି ଲୋକଙ୍କୁ ଟାର୍ଗେଟ କରିଥିଲେ। ଏହାର ଜବାବ ରଖିଥିଲେ ଦିବ୍ୟା ଖୋସଲା। ଏବେ ଗାୟିକା ସୋନା ମହାପାତ୍ରା ମଧ୍ୟ ସୋନୁଙ୍କୁ କରିଛନ୍ତି କଟାକ୍ଷ।

ଏକ ଟୁଇଟ୍‌ କରିଛନ୍ତି ସୋନା। ସେ କହିଛନ୍ତି, ସୋନୁ ନିଗମ ସେହି ବ୍ୟକ୍ତି ଯିଏ ଏକଦା #ମିଟୂ ମାମଲାରେ ଅଭିଯୁକ୍ତ ଅନୁ ମଲ୍ଲିକଙ୍କୁ ସମର୍ଥନ କଥିଥିଲେ। ଆଜି ସେ ନେପୋଟିଜିମ୍‌ ଉପରେ ଏବଂ ସଂଗୀତ ଜଗତରେ ଥିବା ମ୍ୟୁଜିକ୍‌ ମାଫିଆମାନଙ୍କ ସମ୍ପର୍କରେ କଥା ହେଉଛନ୍ତି। ଏବେ ସେ ଆଉ ଏକ ଦାବି ରଖୁଛନ୍ତି। ଆଉ ତାଙ୍କ ପାଖରେ ପ୍ରମାଣ ସ୍ବରୂପ ଏକ ଭିଡିଓ ଅଛି। କ’ଣ ଆମେ ସତରେ ସଂଗୀତ ଜଗତ ଭଲ ସ୍ଥାନ ହେଉ ବୋଲି ଚାହୁଁଛେ ବୋଲି ସୋନା ପ୍ରଶ୍ନ କରିଛନ୍ତି।

କହିରଖୁଛୁ, ନିକଟରେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ସୋନୁ ଟି-ସିରିଜ୍‌ ମୁଖ୍ୟ ଭୂଷଣ କୁମାରଙ୍କୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ। ଅପରପକ୍ଷେ ସୋନା ଅନୁଙ୍କୁ ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବହିଷ୍କାର କରିବାକୁ ଅପିଲ କରିଥିଲେ। ସେତେବେଳେ ସୋନୁ ଅନୁଙ୍କ ସପକ୍ଷରେ କଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ...

ତୈମୁର ଭାଙ୍ଗିଲେ ଦହିହାଣ୍ଡି: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨୫।୮: ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଶବ୍ୟାପି ପାଳିତ ହୋଇଥିବାବେଳେ ବଲିଉଡ୍‌ ଅଭିନେତା ଶୈଫ୍‌ ଅଲ୍ଲୀ ଖାଁ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ...

ଜେନେଲିଆଙ୍କୁ ଟାଇ ପିନ୍ଧିବାରେ ସାହାଯ୍ୟ କଲେ ରିତେଶ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟି ଟିକେ କିଛି ଅଲଗା କାମ କଲେ ଆସନ୍ତି ଚର୍ଚ୍ଚାକୁ। ଏବେ ତ ସୋସିଆଲ ମିଡିଆରେ ଏମାନେ ତତ୍‌କ୍ଷଣାତ୍‌ ଚର୍ଚ୍ଚାର ପରସରକୁ ଚାଲିଆସୁଛନ୍ତି।...

କାନାଡାରୁ ଭାରତ ଆସିବାବେଳେ ମାତ୍ର ୫ ହଜାର ଟଙ୍କା ଆଣି ଆସିଥିଲେ ଏହି ଅଭିନେତ୍ରୀ, ଏବେ କୋଟିପତି

କାନାଡାର ଜଣେ ଅଭିନେତ୍ରୀ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ସାଥୀରେ ଚଳିବା ପାଇଁ କିଛି ଟଙ୍କା ଆଣିଥିଲେ। ଯେଉଁ ଟଙ୍କାରେ ଚଳିବା ତାଙ୍କ ପାଇଁ କଷ୍ଟକର...

କରୋନାକୁ ନେଇ କବିତା ଲେଖିଲେ ଟ୍ରାଜେଡି କିଙ୍ଗ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପରେ ଏବେ ବଲିଉଡ୍‌ ଟ୍ରାଜେଡି କିଙ୍ଗ ଦିଲ୍ଲିପ କୁମାର ମଧ୍ୟ କରୋନାକୁ ନେଇ...

ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌ରେ କାମ କରୁଥିବାରୁ ସେ ଏହାକୁ...

ଡାଏଟ୍‌ ଭୁଲିଲେ ଫିଟ୍‌ କୁଇନ୍‌

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍‌ ବିୟୁଟି ଶିଳ୍ପା ସେଟ୍ଟି। ସୋସିଆଲ ମିଡିଆରେ ବି ସେ ଖୁବ୍‌ ଆକ୍ଟିଭ୍‌। ନିକଟରେ ସେ...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

Coronavirus Update


Archives

Model This Week

Why Dharitri