ମୋବାଇଲ ଗେମ୍‌ ପାଇଁ ଘର ଛାଡିଲେ ପୁଅ, ପୋଷ୍ଟର ଧରି ଖୋଜିଛନ୍ତି ମା’ ବାପା

ଭଦ୍ରକ ଅଫିସ,୧୯।୧୨: ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ଜଣେ ଯୁବକ ତାଙ୍କ ବାପାଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି। ଆଉ ଗାଳି ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଦେହୁଡ଼ି ଆନନ୍ଦପୁରର ହାତିବାଡ଼ି ଗଁାରେ।
ସୂଚନା ଅନୁଯାୟୀ, ଗ୍ରାମର ଖଗେଶ୍ୱର ନାୟକ(୧୯) ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ତାଙ୍କ ବାପା ପଦ୍ମନାଭ ନାୟକଙ୍କ ଆକାଉଣ୍ଟରୁ ୨୩, ୭୭୫ ଟଙ୍କା ହରାଇଛନ୍ତି। ପଦ୍ମନାଭଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୋନ ପେ’ ସହ ଲିଙ୍କ୍‌ କରାଇ ସେ ଏଭଳି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ୩ ଦିନ ହେଲା ସେ କେଉଁଆଡ଼େ ଚାଲି ଯାଇଛନ୍ତି। ଏପଟେ ଚାଷବାସ କରି କଷ୍ଟ ଉପାର୍ଜିତ ଟଙ୍କା ହରାଇଥିବା ବେଳେ ଅନ୍ୟପଟେ ପୁଅର ପତ୍ତା ମିଳୁ ନ ଥିବାରୁ ମା’ ବାପା ଭାଙ୍ଗି ପଡ଼ିଛନ୍ତି।

ପୁଅର ଫଟୋ ପୋଷ୍ଟର ଧରି ସେମାନେ ଚାରିଆଡ଼େ ଘୂରି ବୁଲୁଛନ୍ତି। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଉ ନାହାନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ଖଗେଶ୍ୱର ଏକ ଦୋକାନରେ ରହି କାମ କରୁଥିଲେ। ଘରେ ଜିଦ୍‌ ଧରିବାରୁ ଅଳ୍ପ ସଞ୍ଚୟରୁ ପଦ୍ମନାଭ ତାଙ୍କୁ ସ୍ମାର୍ଟଫୋନ୍‌ କିଣି ଦେଇଥିଲେ। କିଛିଦିନ ତଳେ ଏଭଳି ଗେମ୍‌ ଖେଳି ବାପାଙ୍କ ଆକାଉଣ୍ଟରୁ କିଛି ଟଙ୍କା ଚାଲିଯିବାରୁ ସମସ୍ତେ ତାଙ୍କୁ ତାଗିଦ୍‌ କରିଥିଲେ। ତଥାପି ତାଙ୍କର ଅନ୍‌ଲାଇନ ଗେମ୍‌ ନିଶା ଯାଇ ନ ଥିଲା। ସେ ଗେମ୍‌ ଖେଳିବା ଜାରି ରଖିଥିଲେ। ପ୍ରାୟ ମାସେ ଧରି ଏଭଳି ଗେମ୍‌ ଖେଳି ତାଙ୍କ ବାପାଙ୍କ ଆକାଉଣ୍ଟରୁ ଟଙ୍କା ସାରି ଦେଇଛନ୍ତି। ପଦ୍ମନାଭ ବ୍ୟାଙ୍କ ପାଶ୍‌ବୁକ ଅପ୍‌ଡେଟ କରିବାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ। ଏପରିକି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କଠାରୁ ମଧ୍ୟ ଟଙ୍କା ଆଣିଥିବା ଜଣାପଡ଼ିଛି। ଆଉ ଏତେ ଟଙ୍କା ହରାଇବା ପରେ ଖଗେଶ୍ୱର ଘରେ ମୋବାଇଲ ରଖି କେଉଁଆଡ଼େ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫନୀ ପାଇଁ ମିଳିଛି ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୩୧୧୪.୪୬ କୋଟି

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଗତ ମେ ୩ ତାରିଖରେ ଉପକୂଳ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନୀ ଯୋଗୁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କର...

୭୮ଘଣ୍ଟା କୋଟସାହି ପଞ୍ଚାୟତ ଶଟ୍‌ଡାଉନ

ଟାଙ୍ଗୀ(କଟକ)୨୦ା୬(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକର ୪ର୍ଥ କରୋନା ପଜିଟିଭ ଆକ୍ରାନ୍ତ କୋଟସାହି ପଞ୍ଚାୟତ ଟାଙ୍ଗୀ ଗ୍ରାମରେ ଶୁକ୍ରବାର ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ ହୋଇଥିବାବେଳେ...

ଗାଁ ଲୋକଙ୍କ ବିରୋଧ ପରେ ବନ୍ଦ ହେଲା ୨ଟି କାରଖାନା

କେନ୍ଦୁଝର,୨୮ା୩(ଡି.ଏନ୍‌.ଏ.): ସରକାର କରୋନା ଭୂତାଣୁ ପ୍ରତିରୋଧ ପାଇଁ ସାରା ଭାରତ ଲକ୍‌ଡାଉନ୍‌ କରିଥିବାବେଳେ ଶିଳ୍ପ ଓ ଖଣି ଚାଲିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ଏହି...

ଆଧାର ନ ଥିଲେ କୃଷି ଋଣ ନାହିଁ

ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ...

ନିଜାମୁଦ୍ଦିନ ଫେରନ୍ତା: ୨୮ ରୁ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪।୪ (ବ୍ୟୁରୋ): ନୂଆଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା ୨୮ଜଣଙ୍କ ମଧ୍ୟରୁ ୩ଜଣଙ୍କର କରୋନା ପଜିଟିଭ ବାହାରିଛି। ଏହି ୩ ଆକ୍ରାନ୍ତ ହେଉଛନ୍ତି କଟକ, ପୁରୀ ଓ...

ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ: କେନ୍ଦ୍ରୀୟ ସହାୟତା ଲୋଡ଼ିିଲା ରାଜ୍ୟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କ୍ଷେତ୍ର ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁ ଏ କ୍ଷେତ୍ରରେ ଅଚଳାବସ୍ଥା...

‘ଲକ୍‌ଡାଉନ ଯୁଗକୁ ଫେରିବାକୁ ଚାହୁଁନାହୁଁ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବିଭିନ୍ନ ଦେଶରେ ଓ ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଆଉ...

ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ଆଦି ଯୋଜନା ଦ୍ୱାରା...

Advertisement
Archives

Model This Week