ମୋବାଇଲ ଗେମ୍‌ ପାଇଁ ଘର ଛାଡିଲେ ପୁଅ, ପୋଷ୍ଟର ଧରି ଖୋଜିଛନ୍ତି ମା’ ବାପା

ଭଦ୍ରକ ଅଫିସ,୧୯।୧୨: ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ଜଣେ ଯୁବକ ତାଙ୍କ ବାପାଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି। ଆଉ ଗାଳି ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଦେହୁଡ଼ି ଆନନ୍ଦପୁରର ହାତିବାଡ଼ି ଗଁାରେ।
ସୂଚନା ଅନୁଯାୟୀ, ଗ୍ରାମର ଖଗେଶ୍ୱର ନାୟକ(୧୯) ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ତାଙ୍କ ବାପା ପଦ୍ମନାଭ ନାୟକଙ୍କ ଆକାଉଣ୍ଟରୁ ୨୩, ୭୭୫ ଟଙ୍କା ହରାଇଛନ୍ତି। ପଦ୍ମନାଭଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୋନ ପେ’ ସହ ଲିଙ୍କ୍‌ କରାଇ ସେ ଏଭଳି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ୩ ଦିନ ହେଲା ସେ କେଉଁଆଡ଼େ ଚାଲି ଯାଇଛନ୍ତି। ଏପଟେ ଚାଷବାସ କରି କଷ୍ଟ ଉପାର୍ଜିତ ଟଙ୍କା ହରାଇଥିବା ବେଳେ ଅନ୍ୟପଟେ ପୁଅର ପତ୍ତା ମିଳୁ ନ ଥିବାରୁ ମା’ ବାପା ଭାଙ୍ଗି ପଡ଼ିଛନ୍ତି।

ପୁଅର ଫଟୋ ପୋଷ୍ଟର ଧରି ସେମାନେ ଚାରିଆଡ଼େ ଘୂରି ବୁଲୁଛନ୍ତି। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଉ ନାହାନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ଖଗେଶ୍ୱର ଏକ ଦୋକାନରେ ରହି କାମ କରୁଥିଲେ। ଘରେ ଜିଦ୍‌ ଧରିବାରୁ ଅଳ୍ପ ସଞ୍ଚୟରୁ ପଦ୍ମନାଭ ତାଙ୍କୁ ସ୍ମାର୍ଟଫୋନ୍‌ କିଣି ଦେଇଥିଲେ। କିଛିଦିନ ତଳେ ଏଭଳି ଗେମ୍‌ ଖେଳି ବାପାଙ୍କ ଆକାଉଣ୍ଟରୁ କିଛି ଟଙ୍କା ଚାଲିଯିବାରୁ ସମସ୍ତେ ତାଙ୍କୁ ତାଗିଦ୍‌ କରିଥିଲେ। ତଥାପି ତାଙ୍କର ଅନ୍‌ଲାଇନ ଗେମ୍‌ ନିଶା ଯାଇ ନ ଥିଲା। ସେ ଗେମ୍‌ ଖେଳିବା ଜାରି ରଖିଥିଲେ। ପ୍ରାୟ ମାସେ ଧରି ଏଭଳି ଗେମ୍‌ ଖେଳି ତାଙ୍କ ବାପାଙ୍କ ଆକାଉଣ୍ଟରୁ ଟଙ୍କା ସାରି ଦେଇଛନ୍ତି। ପଦ୍ମନାଭ ବ୍ୟାଙ୍କ ପାଶ୍‌ବୁକ ଅପ୍‌ଡେଟ କରିବାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ। ଏପରିକି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କଠାରୁ ମଧ୍ୟ ଟଙ୍କା ଆଣିଥିବା ଜଣାପଡ଼ିଛି। ଆଉ ଏତେ ଟଙ୍କା ହରାଇବା ପରେ ଖଗେଶ୍ୱର ଘରେ ମୋବାଇଲ ରଖି କେଉଁଆଡ଼େ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ? ରୁଷିଆ ତେଲ କିଣି ପାରିବନି ଭାରତ!

ନୂଆଦିଲ୍ଲୀ,୧୮।୫: ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁ, ବିଶ୍ୱ ତୈଳ ସଙ୍କଟ ଗଭୀର ହେଉଛି, ତଥାପି ଏହାର ସମାଧାନର କୌଣସି ଦୃଶ୍ୟ ଦେଖାଯାଉ ନାହିଁ। ପ୍ରାରମ୍ଭରେ, କିନ୍ତୁ, ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri