ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ ଯୋଗ ଗଠନ ହେଉଥିବାରୁ ଏହାର ପ୍ରଭାବ କିଛି ରାଶିର ଜାତକଙ୍କ ଉପରେ ଶୁଭ ପଡ଼ିପାରେ । ଏହି ରାଶିଙ୍କ ପାଇଁ ଭଲ ସମୟର ଆରମ୍ଭ ହେବା ସହ ଚାକିରି, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିପାରେ।

ଜ୍ୟୋତିଷବିଦଙ୍କ ମତ ଅନୁଯାୟୀ, ଆଜି ପ୍ରୀତି ଯୋଗ ଓ ଆୟୁଷ୍ମାନ ଯୋଗ ଗଠନ ହେଉଛି । ଏଥିସହ ଗୁରୁ ଗ୍ରହ ଉଚ୍ଚ ରାଶି କର୍କଟରେ ଥିବାରୁ ହଂସ ରାଜଯୋଗ ମଧ୍ୟ ସୃଷ୍ଟି ହେଉଛି। ସେହିପରି ଚନ୍ଦ୍ରମା ଧନୁ ରାଶିରେ ଏବଂ ସୂର୍ଯ୍ୟ ନିଜ ରାଶି ସିଂହରେ ରହିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଉଛି । ସିଂହ ରାଶିରେ ସୂର୍ଯ୍ୟ ଓ ବୁଧଙ୍କ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ଗଠନ ହେଉଛି।

ମେଷ-ପ୍ରୀତି ଯୋଗ ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ । ଜୀବନରେ ଖୁସିର ଆଗମନ ହେବ । ଆର୍ଥିକ ଦୃଷ୍ଟିରୁ ଭଲ ସମୟ ଆରମ୍ଭ ହୋଇପାରେ । ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ଦୀର୍ଘଦିନର ଅସମ୍ପୂର୍ଣ୍ଣ କାମ ମଧ୍ୟ ସଫଳ ହୋଇପାରେ ।

କର୍କଟ- କର୍କଟ ରାଶିର ଲୋକଙ୍କ ପାଇଁ ହଂସ ରାଜଯୋଗ ଶୁଭ ଫଳ ଆଣିପାରେ। ଆତ୍ମବିଶ୍ୱାସ ବଢ଼ିବା ସହ ମାନ-ସମ୍ମାନ ବୃଦ୍ଧି ପାଇବ। ପରିବାରରେ ସୁଖ-ଶାନ୍ତି ଓ ସମୃଦ୍ଧି ଆସିପାରେ। ଆୟର ନୂଆ ଉତ୍ସ ସୃଷ୍ଟି ହେବାର ଯୋଗ ରହିଛି। ମାନସିକ ଚାପ ମଧ୍ୟ କମିପାରେ।

ସିଂହ- ସିଂହ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟ ଓ ବୁଧଙ୍କ ଯୁତି ଲାଭଦାୟକ ହୋଇପାରେ। ବୁଧାଦିତ୍ୟ ରାଜଯୋଗ ଯୋଗୁଁ କ୍ୟାରିୟରରେ ସଫଳତା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ଦୀର୍ଘଦିନ ଧରି ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ଏଥିସହ ମାନ-ସମ୍ମାନ ବଢ଼ିବାର ଯୋଗ ରହିଛି।

ଧନୁ-ଶ୍ରାବଣର ଶେଷ ସୋମବାରରେ ଗଠିତ ଶୁଭ ସଂଯୋଗ ଧନୁ ରାଶି ପାଇଁ ଭଲ ସମୟ ଆଣିପାରେ । କ୍ୟାରିୟରରେ ଲାଭ ମିଳିବା ସହ ହଠାତ୍ ଧନଲାଭର ଯୋଗ ରହିଛି । ନୂଆ ସୁଯୋଗ ମିଳିପାରେ ଏବଂ ଯାତ୍ରା କରିବାର ସମ୍ଭାବନା ମଧ୍ୟ ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?