ଖୋର୍ଦ୍ଧା, ୧୯।୧୧ (ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମଗ୍ର ଜିଲାରେ ମୋଟ ୧୬୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୨.୧୨ ମିଲିମିଟର ରହିଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।
ବ୍ଲକ୍ୱାରୀ ବର୍ଷା ପରିମାଣ ଅନୁଯାୟୀ, ଜଟଣୀରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଚିଲିକାରେ ସର୍ବନିମ୍ନ ୨ ମିମି ବର୍ଷା ହୋଇଛି। ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ଖୋର୍ଦ୍ଧାରେ ୧୯ ମିମି, ବାଲିପାଟଣାରେ ୧୬ ମିମି, ବୋଲଗଡ଼ରେ ୧୪ ମିମି, ବାଲିଅନ୍ତାରେ ୧୩ ମିମି, ଭୁବନେଶ୍ୱରରେ ୧୧.୨ ମିମି, ବାଣପୁର ଓ ବେଗୁନିଆରେ ୧୧ ମିମି ଲେଖାଏଁ ଏବଂ ଟାଙ୍ଗୀରେ ୩ ମିମି ବର୍ଷା ରେକର୍ଡ କରାଯାଇଛି।
ସେହିପରି ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳ ମଧ୍ୟରେ ଦକ୍ଷିଣ-ପଶ୍ଚିମ ଜୋନ୍ରେ ୧୫.୩ ମିମି, ବିଏମ୍ସି ମୁଖ୍ୟାଳୟ ଅଞ୍ଚଳରେ ୧୧ ମିମି, ଦକ୍ଷିଣ-ପୂର୍ବ ଜୋନ୍ରେ ୧୦.୨ ମିମି ଏବଂ ଉତ୍ତର ଜୋନ୍ରେ ୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

