ସାବଧାନ! ସାନିଟାଇଜର୍‌ରୁ ହୋଇପାରେ କ୍ୟାନସର୍‌

ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ବିଶ୍ୱର ଅନେକ ଦେଶରେ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଜୀବନ ନେଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍‌ ଲଗାଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଏହି ସମୟ ମଧ୍ୟରେ ଆଉ ଏକ ଖବର ଚିନ୍ତାର କାରଣ ହୋଇଛି। ଆମେ ବ୍ୟବହାର କରୁଥିବା ସାନିଟାଇଜର ମଧ୍ୟରୁ ୪୪ ସାନିଟାଇଜର ବିପଜ୍ଜନକ ରାସାୟନିକ ଉପାଦାନ ବ୍ୟବହାର କରୁଛନ୍ତି ଯାହା କର୍କଟ ରୋଗର ଆଶଙ୍କା ବଢାଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି।
କରୋନା ଭୂତାଣୁ ବ୍ୟାପିବା ପରେ ସାନିଟାଇଜର ବ୍ୟବହାର ସାରା ବିଶ୍ୱରେ ବୃଦ୍ଧି ପାଇଛି। ଏହାର ଦୀର୍ଘକାଳୀନ ବ୍ୟବହାର କର୍କଟ କିମ୍ବା ଚର୍ମ ରୋଗର କାରଣ ହୋଇପାରେ କି ନାହିଁ ଜାଣିବା ପାଇଁ ଭାଲାଇଜର ପକ୍ଷରୁ ୨୬୦ରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉପରେ ଏକ ବିସ୍ତୃତ ଅଧ୍ୟୟନ କରାଯାଇଥିଲା। ଏନେଇ ଭାଲାଇଜର ଆମେରିକାର ଫୁଡ୍‌ ଏବଂ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ (ଏଫଡିଏ)କୁ ଏକ ଚିଠି ଲେଖିଛନ୍ତି। ଏଫଡିଏକୁ ଲେଖିଥିବା ଭାଲାଇଜର ଚିଠିରେ କୁହାଯାଇଛି ଯେ, କରୋନା ମହାମାରୀ ସମୟରେ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି। ନ୍ୟୁ ହେଭେନର ଏକ ଅନଲାଇନ ଫାର୍ମାସି ୱେଲାଇଜର ୨୬୦ରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ବ୍ରାଣ୍ଡ ଉପରେ ଅଧ୍ୟୟନ କରିଛି। ଅଧ୍ୟନରୁ ୪୪ରୁ ଅଧିକ ସାନିଟାଇଜରରେ ବେଞ୍ଜିନ ସମେତ ଅନେକ ବିପଜ୍ଜନକ ରାସାୟନିକ ପଦାର୍ଥ ଥିବା ଜଣାପଡିଛି।
ବେଞ୍ଜିନ ହେଉଛି ଏକ ତରଳ ରାସାୟନିକ ପଦାର୍ଥ। ଯାହା ସାଧାରଣତଃ ରଙ୍ଗହୀନ, କିନ୍ତୁ ବେଳେବେଳେ ସାଧାରଣ କୋଠରୀ ତାପମାତ୍ରାରେ ଏହା ହଳଦିଆ ଦେଖାଯାଏ। ବେଞ୍ଜିନ ସଂସ୍ପର୍ଶରେ ଆସିବା କାରଣରୁ ଶରୀରରେ ରକ୍ତ କଣିକା ସଠିକ ଭାବରେ କାମ କରେ ନାହିଁ। ବେଳେବେଳେ ଲୋହିତ ରକ୍ତ କଣିକା ଗଠନ ବନ୍ଦ କରିଦିଏ କିମ୍ବା ଶ୍ୱେତ ରକ୍ତ କଣିକା ହ୍ରାସ ହେବାକୁ ଲାଗେ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ବହୁତ ଦୁର୍ବଳ କରିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ଏଜେନ୍ସି ‘ରିସର୍ଚ୍ଚ ଅନ୍‌ କ୍ୟାନସର୍‌’ରେ ବେଞ୍ଜିନକୁ କର୍ସିନୋଜେନ ଭାବରେ ଚିହ୍ନଟ କରାଯାଇଛି। ସର୍ବାଧିକ ବିପଦ ବର୍ଗ ଗ୍ରୁପ -୧ରେ କର୍ସିନୋଜେନ ସ୍ଥାନିତ ହୋଇଛି। କର୍ସିନୋଜେନ ହେଉଛି ଏପରି ପଦାର୍ଥ,ଯାହା ଶରୀରରେ କର୍କଟ (କର୍କଟ) ହେବାର ସମ୍ଭାବନା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri