ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ କାରଣ ଜାଣି ମଧ୍ୟ ତାହାର ଠିକ୍‌ ସମୟରେ ଚିକିତ୍ସା କରା ନ ଯାଏ ତେବେ ତାହା ଅକାଳ ମୃତ୍ୟୁକୁ ଡାକି ଆଣିଥାଏ। ଏବେ ଦେଖାଯାଉଥିବା କ୍ୟାନ୍‌ସର ମଧ୍ୟରୁ ମୁଖଗହ୍ବର କ୍ୟାନ୍‌ସର ଅନ୍ୟତମ। ବିଶେଷଭାବରେ ତମାଖୁଜାତୀୟ ଦ୍ରବ୍ୟ ଖାଇବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲେ ତାହା ଏହି ରୋଗର ପ୍ରମୁଖ କାରଣ ସାଜିଥାଏ। କେତେକ ଫଙ୍ଗସ ଜାତୀୟ (ଜୀବାଣୁ ବା ଭୂତାଣୁଜନିତ ଦୀର୍ଘ ସ୍ଥାୟୀ ସଂକ୍ରମଣ) ହେତୁ ମନୁଷ୍ୟ ଶରୀରରେ ମୁଖଗହ୍ବର କ୍ୟାନ୍‌ସର ହେବାର ଆଶଙ୍କା ରହିଥାଏ। ପ୍ରାଥମିକ ଅବସ୍ଥାରେ ଏହି ରୋଗ ନିରୂପଣ ହେଲେ ଆରୋଗ୍ୟସାଧ୍ୟ ହୋଇଥାଏ, ତେଣୁ ନିଶାଦ୍ରବ୍ୟ ସେବନ ଭଳି କୁଅଭ୍ୟାସଠାରୁ ନିଜକୁ ଦୂରେଇ ରଖିଲେ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା କମ୍‌ ଥାଏ। ମୁଖଗହ୍ବର କ୍ୟାନ୍‌ସରର କେତେକ ପ୍ରମୁଖ ଲକ୍ଷଣ ରହିଛି। ସେଗୁଡ଼ିକ ହେଲା-ମୁଖର ଅନ୍ତଃ ଭାଗରେ ଦୀର୍ଘ ଦିନ ଧରି ନାଲି କିମ୍ବା ଧଳା ଦାଗ ରହିଥିଲେ, ପାଟିରେ ଘା’ ହେଲେ ଶୀଘ୍ର ଭଲ ନ ହେବା, କ୍ରମାଗତ ଭାବେ ବଢ଼ି ଚାଲିଥିବା ଫୁଲା, ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହେବା କିମ୍ବା ଆଦୌ ଲାଳ ନିର୍ଗତ ନ ହେବା, ଅସ୍ବାଭାବିକ ଭାବେ ପାଟିରୁ ରକ୍ତସ୍ରାବ ହେବା କିମ୍ବା ନାକରୁ ରକ୍ତ ପଡ଼ିବା, ପାଟିର କର୍କସ ସ୍ବର ବାହାରି ଦୀର୍ଘଦିନ ଲାଗିରହିବା, ପାଟି ଠିକ୍‌ ଭାବେ ଖୋଲି ନ ପାରିବା, ପାଟି ଦ୍ୱାରା ଖାଦ୍ୟର ସ୍ବାଦ ଠିକ୍‌ ଭାବେ ବାରି ନ ପାରିବା,
ଜିଭ ବାହାରକୁ ବାହାର କରିବାରେ କଷ୍ଟ ଅନୁଭବ କରିବା, ଗଳା ସ୍ଥାନର ଗ୍ରନ୍ଥି ଫୁଲିବା ଏବଂ ପାଟିର ଅନ୍ତଃ ପ୍ରଦେଶରେ ବହୁଦିନ ଧରି ଯନ୍ତ୍ରଣା ଲାଗିରହିବା। ଏସବୁ ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri