Posted inଜାତୀୟ

ସିଗାରେଟ ବଟ୍‌ ଯୋଗୁ ମାଟି-ପାଣି ହେଉଛି ପ୍ରଦୂଷିତ, ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଛି…

ନୂଆଦିଲ୍ଲୀ/ଜେନେଭା,୧୪।୩ : ଲୋକେ ସିଗାରେଟ ଟାଣିବା ପରେ ଏହାର ବଟ୍‌କୁ ଏଣେତେଣେ ପିଙ୍ଗି ଦେଉଛନ୍ତି। କିନ୍ତୁ ଏହା ଯୋଗୁ ମାଟି ଏବଂ ପାଣି ଉଭୟ ପ୍ରଦୂଷିତ ହେଉଛି। ଏହା ଯୋଗୁ ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଥିବା ନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ସିଗାରେଟ ବଟ୍‌ରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଏକ ମୁଖ୍ୟ କାରଣ ପାଲଟିଥାଏ। ଏଥିରେ ଥିବା ସେଲଲୋଜ୍‌ ଏସିଟେଟ୍‌,ପପର ଏବଂ ରେୟନ ମାଟି ଏବଂ ପାଣିରେ ଜହର ସୃଷ୍ଟି କରିଥାଏ।

ଆମେରିକାର ଏନ୍‌ଜିଓ ଟ୍ରୁଥ୍‌ ଇନସିଏଟିଭ୍‌ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁସାରେ ବଟ୍‌ରୁ ସୃଷ୍ଟି ହେଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ଦ୍ୱାରା ମଧୁର ଏବଂ ଲୁଣି ଜଳରେ ଥିବା ୫୦ ପ୍ରତିଶତ ମାଛ ଏବଂ ଅନ୍ୟ ଜଳଜୀବଙ୍କ ମୃତ୍ୟୁର କାରଣ ପାଲଟିଥାଏ।ସିଗାରେଟ ବଟ୍‌ରୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ୨୦୨୦ରେ ଭାରତୀୟ ଜାତୀୟ ସବୁଜ ପ୍ରାଧିକରଣ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲାଗି ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାତ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ଏନେଇ କୌଣସି ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

ବୋର୍ଡର ନୀରବତାକୁ ଦୃଷ୍ଟିରେ ରଖି ପରିବେଶବିତ୍‌ ନୀରିତ ଦତ୍ତ ଲୋକଙ୍କ ମଧ୍ୟରେ ସାଚେତନତା ସୃଷ୍ଟି ଲାଗି ଏକ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ଦ୍ୱାରା ‘ବଟ୍‌ ରଶ’ ନାମକ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ସିଗାରେଟ ବଟ୍‌କୁ ସଂଗ୍ରହ କରାଯାଇ ସେସବୁକୁ ରିସାଇକ୍ଲି କରିବାକୁ ପଠାଯାଇଥାଏ। ‘ବଟ୍‌ ରଶ’ର ଆରମ୍ଭ ୨୦୨୧ରେ କୋଲକାତାରେ ହୋଇଥିଲା। ସୁଫଳ ମିଳିବା ପରେ ଏହାକୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁରେ ମଧ୍ୟ କରାଯାଇଛି।

ଅଭିଯାନରେ ଅଧିକ ସଂଖ୍ୟକ ବଟ୍‌ ହସ୍ପିଟାଲ, କର୍ପୋରେଟ୍‌ କାର୍ଯ୍ୟାଳୟ, କଲେଜ ଏବଂ ପର୍ଯ୍ୟଟନ ସ୍ଥଳରୁ ସଂଗ୍ରହ କରାଯାଉଥିବା ନୀରତ କହିଛନ୍ତି। ସିଗାରେଟ ବଟ୍‌କୁ ଏଣେତେଣେ ନଫିଙ୍ଗି ମଇଳା ଲାଗି ଉଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ଲୋକଙ୍କ ମଧ୍ୟରେ ଏହି ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ ଯୋଜନା’: ଏଫଆଇଆର୍‌ ଥିବା ଯୁବକଙ୍କୁ ମିଳିବନି ଚାକିରି

ନୂଆଦିଲ୍ଲୀ,୧୯।୫: ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପକ୍ଷରୁ ରବିବାର ମିଳିତ ଖବରଦାତା ସମ୍ମିଳନୀ କରି ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା...

ଜୟ ଶ୍ରୀରାମ’ ନ କହିବାରୁ ମୁସ୍‌ଲିମ ଡ୍ରାଇଭରଙ୍କୁ ମାଡ଼

ଠାଣେ,୨୮।୬: ମହାରାଷ୍ଟ୍ରରେ ଜଣେ ମୁସଲ୍‌ମାନ ଗାଡ଼ିଚାଳକଙ୍କୁ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହି ସ୍ଥାନୀୟ ଯୁବକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ...

ଏୟାର ଇଣ୍ଡିଆର ନୂଆ ‘ମହାରାଜା’ ହେବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ,୧।୧୦: ସରକାରୀ ବିମାନ ଏୟାର ଇଣ୍ଡିଆକୁ ଏଣିକି ଟାଟା ଗ୍ରୁପ୍‌ ନିୟନ୍ତ୍ରଣକୁ ଆସିଛି। ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ ସବୁଠୁ ଅଧିକ ଟଙ୍କା...

ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଭିଆଇଲା ଏଭଳି କାଣ୍ଡ

ଯୋଧପୁର,୫।୬: କିଛି ଦିନ ତଳେ ଆମେରିକାରେ ପୋଲିସର ବର୍ବରତା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିଛି ପୋଲିସକର୍ମୀ ଜର୍ଜ ଫ୍ଲୋଏଡ୍‌ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ...

ପେଗାସସ୍‌ ତାତି, ୪ ମିନିଟ୍‌ରେ ଲୋକ ସଭା ମୁଲତବୀ…

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ...

ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ ରାକେଟ: ପର୍ଦ୍ଦାଫାଶ୍‌ କଲା ବିଏସ୍‌ଏଫ୍‌

କୋଲକାତା,୮।୬: ଭାରତରୁ ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ କାରବାରର ପର୍ଦ୍ଦାଫାଶ୍‌ ହୋଇଛି। ବିଏସ୍‌ଏଫ୍‌ ପକ୍ଷରୁ ଦକ୍ଷିଣ ପଶ୍ଚିମବଙ୍ଗ କରିଡୋରରେ ଚଢ଼ାଉ କରି...

୨ କୋଟି କ୍ଷତିପୂରଣ ଦେବେ ଦେବେଗୌଡ଼ା

ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ...

୨୦ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା କାର

ନୂଆଦିଲ୍ଲୀ,୧୫।୧୦: ଦଶହରାରେ ଛତିଶଗଡ଼ର ଜାଶପୁର ଜିଲାରୁ ଆସିଛି ଦୁଃଖଦ ଖବର। ମା’ ଦୁର୍ଗାଙ୍କ ଦର୍ଶନ ଲାଗି ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଏକ କାର ମାଡ଼ି ଯାଇଛି।...

Advertisement
Archives

Model This Week