ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି ଦୁଇ ଯୋଡା ଭାଇଙ୍କୁ ମିଳିଛି ସରକାରୀ ଚାକିରି। ୧୯ ବର୍ଷୀୟ ଯୋଡା ଶରୀର ଥିବା ୨ ଭାଇ ସୋନା ଓ ମୋନା ଆଇଟିଆଇରୁ ଇଲେକ୍ଟ୍ରିସିଆନ ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ। ଏବେ ଅମୃତସରର ଏହି ଭାଇଙ୍କୁ ପଞ୍ଜାବ ରାଜ୍ୟ ବିଦ୍ୟୁତ ନିଗମରେ ନିଯୁକ୍ତି ମିଳିଛି।
ପ୍ରଥମେ ସେମାନେ ଗୋଟିଏ ଇଲେକ୍ଟ୍ରି ୱାର୍କଶପ ଖୋଲିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରି ଥିବା ପଦ ପାଇଁ ସେମାନେ ଆବେଦନ କରିଥିଲେ। ପ୍ରଥମେ ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ମିଳିଛି। ଏବେ ଦୁଇ ମାସିକ ମାସିକ ୨୦ ହଜାର ଟଙ୍କା ଦରମା ପାଇବେ। ଏହି ଯୋଡା ଭାଇଙ୍କର ୨ଟି ହାର୍ଟ, ୨ ଯୋଡ଼ା ବାହୁ ଥିବାବେଳେ ୨ ଯୋଡ଼ା କିଡନୀ ଓ ୨ଟି ସ୍ପାଇନାଲ କଡ ରହିଛି। ହେଲେ ସେମାନଙ୍କର ଗୋଟିଏ ଲିଭର ରହିଛି। ଦୁହେଁ ୨୦୦୩ ମସିହା ଜୁନ ୧୪ରେ ଦିଲ୍ଲୀର ସୁଚେତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଦୁହିଁଙ୍କୁ ବାପା ମା’ ଛାଡ଼ି ଚାଲି ଯାଇଥିଲେ। ପରେ ସେମାନଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ଅପରେସନ ଦ୍ୱାରା ଉଭୟଙ୍କୁ ଅଲଗା କରିବାକୁ ଡାକ୍ତରମାନେ ଚିନ୍ତା କରିଥିଲେ। କିନ୍ତୁ ଅପରେସନ ଦ୍ୱାରା ଜଣଙ୍କର ଜୀବନ ଯିବା ସହ ହାର୍ଟକୁ ରକ୍ତ ପ୍ରବାହ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଉଭୟ ସେମିତି ପରସ୍ପର ସହ ଲାଗି ରହିଥିଲେ। ସେମାନଙ୍କୁ ବାପା ମା’ ଛାଡି ଚାଲି ଯାଇଥିବାରୁ ଏମ୍ସ ପକ୍ଷରୁ ସର୍ବଭାରତୀୟ ପିଙ୍ଗାଲୱାରା ଚ୍ୟାରିଟେବୁଲ ଟ୍ରଷ୍ଟକୁ ଯୋଗାଯୋଗ କରାଯାଇଥିଲା। ଏହି ଟ୍ରଷ୍ଟରେ ରହି ଉଭୟ ବଡ଼ ହୋଇଥିଲେ। ଏବେ ସେମାନେ ସରକାରୀ ଚାକିରି ମଧ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି। ପଞ୍ଜାବର ସରକାର ସେମାନଙ୍କୁ ଚାକିରି ଦେଇଥିବାରୁ ସୋନା ଓ ମୋନା କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri