ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି ଦୁଇ ଯୋଡା ଭାଇଙ୍କୁ ମିଳିଛି ସରକାରୀ ଚାକିରି। ୧୯ ବର୍ଷୀୟ ଯୋଡା ଶରୀର ଥିବା ୨ ଭାଇ ସୋନା ଓ ମୋନା ଆଇଟିଆଇରୁ ଇଲେକ୍ଟ୍ରିସିଆନ ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ। ଏବେ ଅମୃତସରର ଏହି ଭାଇଙ୍କୁ ପଞ୍ଜାବ ରାଜ୍ୟ ବିଦ୍ୟୁତ ନିଗମରେ ନିଯୁକ୍ତି ମିଳିଛି।
ପ୍ରଥମେ ସେମାନେ ଗୋଟିଏ ଇଲେକ୍ଟ୍ରି ୱାର୍କଶପ ଖୋଲିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରି ଥିବା ପଦ ପାଇଁ ସେମାନେ ଆବେଦନ କରିଥିଲେ। ପ୍ରଥମେ ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ମିଳିଛି। ଏବେ ଦୁଇ ମାସିକ ମାସିକ ୨୦ ହଜାର ଟଙ୍କା ଦରମା ପାଇବେ। ଏହି ଯୋଡା ଭାଇଙ୍କର ୨ଟି ହାର୍ଟ, ୨ ଯୋଡ଼ା ବାହୁ ଥିବାବେଳେ ୨ ଯୋଡ଼ା କିଡନୀ ଓ ୨ଟି ସ୍ପାଇନାଲ କଡ ରହିଛି। ହେଲେ ସେମାନଙ୍କର ଗୋଟିଏ ଲିଭର ରହିଛି। ଦୁହେଁ ୨୦୦୩ ମସିହା ଜୁନ ୧୪ରେ ଦିଲ୍ଲୀର ସୁଚେତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଦୁହିଁଙ୍କୁ ବାପା ମା’ ଛାଡ଼ି ଚାଲି ଯାଇଥିଲେ। ପରେ ସେମାନଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ଅପରେସନ ଦ୍ୱାରା ଉଭୟଙ୍କୁ ଅଲଗା କରିବାକୁ ଡାକ୍ତରମାନେ ଚିନ୍ତା କରିଥିଲେ। କିନ୍ତୁ ଅପରେସନ ଦ୍ୱାରା ଜଣଙ୍କର ଜୀବନ ଯିବା ସହ ହାର୍ଟକୁ ରକ୍ତ ପ୍ରବାହ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଉଭୟ ସେମିତି ପରସ୍ପର ସହ ଲାଗି ରହିଥିଲେ। ସେମାନଙ୍କୁ ବାପା ମା’ ଛାଡି ଚାଲି ଯାଇଥିବାରୁ ଏମ୍ସ ପକ୍ଷରୁ ସର୍ବଭାରତୀୟ ପିଙ୍ଗାଲୱାରା ଚ୍ୟାରିଟେବୁଲ ଟ୍ରଷ୍ଟକୁ ଯୋଗାଯୋଗ କରାଯାଇଥିଲା। ଏହି ଟ୍ରଷ୍ଟରେ ରହି ଉଭୟ ବଡ଼ ହୋଇଥିଲେ। ଏବେ ସେମାନେ ସରକାରୀ ଚାକିରି ମଧ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି। ପଞ୍ଜାବର ସରକାର ସେମାନଙ୍କୁ ଚାକିରି ଦେଇଥିବାରୁ ସୋନା ଓ ମୋନା କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?