ଏଇ ଭାରତରେ

ଆମ ଦେଶରେ ପ୍ରତିଦିନ ଖାଇବାକୁ ୧୯୦ ମିଲିୟନ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଅନେକେ ବେଳାଏ ଖାଇଲେ ବେଳାଏ ଉପବାସ ରହୁଛନ୍ତି। ହେଲେ ଗୁଜରାଟର ଲଭ୍‌ଜୀଭାଇ ପଟେଲ ଏଭଳି କିଛି ଲୋକଙ୍କୁ ଖାଦ୍ୟ ଦେବା ଲାଗି ପ୍ରୟାସ ଆରମ୍ଭ କରିଥିଲେ ଆଜକୁ ୩୫ ବର୍ଷ ପୂର୍ବେ। ସେବେଠାରୁ ଦୀର୍ଘବର୍ଷ ଧରି ଗଙ୍ଗାରାମ ହସ୍ପିଟାଲ ବାହାରେ ଗରିବ ପରିବାରଗୁଡ଼ିକୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଯେଉଁମାନଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର। ଲଭ୍‌ଜୀଭାଇ ଏଭଳି କାର୍ଯ୍ୟ ଜାରି ରଖିତ୍ବା ଲାଗି ୧୯୯୪ରେ ସେ ଗଙ୍ଗାରାମ ଚାରିଟେବଲ ଟ୍ରଷ୍ଟ ଗଠନ କରିଥିଲେ। ନିଜ ସଞ୍ଚିତ ଅର୍ଥରୁ ୨୫ ଲକ୍ଷ ଟଙ୍କା ସେ ଟ୍ରଷ୍ଟକୁ ଦେଇଥିଲେ। ଲଭ୍‌ଜୀଭାଇଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁତୁରା ଚନ୍ଦ୍ରେଶଭାଇ ଏହି ସେବା ଜାରି ରଖିଛନ୍ତି। ଦିନକୁ ୧,୫୦୦ ଅସହାୟଙ୍କୁ ଖାଦ୍ୟ ଦିଆଯାଉଛି। ଚନ୍ଦ୍ରେଶଭାଇ ଲୋକଙ୍କୁ ଖାଦ୍ୟ ଦେବା ସହ ଘରେ ଏକୁଟିଆ ରହୁଥିବା ଓ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବାହାରକୁ ଆସି ପାରୁ ନ ଥିବା ପ୍ରାୟ ୨୦୦ ବୟସ୍କଙ୍କ ଘରେ ଖାଦ୍ୟ ପହଞ୍ଚାଉଛନ୍ତିି। ଦିନକୁ ଏ ବାବଦରେ ୨୫, ୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଲଭ୍‌ଜୀଭାଇ ପ୍ରଥମେ ଖାଦ୍ୟ ପ୍ରସ୍ତୁତ କରି ଟିଫିନ୍‌ରେ ଗରିବଙ୍କ ପାଇଁ ନେଉଥିତ୍ଲେ। ଏମିତି ୧୫ ବର୍ଷ କାଳ କାହାର ସାହଯ୍ୟ ନ ନେଇ ସେ ଓ ତାଙ୍କ ସ୍ତ୍ରୀ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରୁ ଟ୍ରଷ୍ଟ ଗଠନ କରିବାକୁ ପଡ଼ିଥିତ୍ଲା, ଯାହା ଏବେ ଚନ୍ଦ୍ରେଶଭାଇଙ୍କ ନେତୃତ୍ୱରେ ଅସହାୟଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏଥର ବ୍ୟବହାର କରିବେ ମାଟି ଫ୍ରିଜ୍‌। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତିକା ଫ୍ରିଜ୍‌ ନିର୍ମାଣ କରିଛନ୍ତି ତାମିଲନାଡୁର ଏମ୍‌.ଶିବସ୍ବାମୀ। ବିନା ବିଦ୍ୟୁତ୍‌ରେ...

ଏଇ ଭାରତରେ

ମା’ଓ ପୁଅ ସମ୍ପର୍କ ଅତି ନିବିଡ଼। ପୁଅ ପାଇଁ ମା’ ଜୀବନକୁ ବାଜି ଲଗାଇପାରେ। ମା’ର ସ୍ନେହଳ ଡାକରେ ରହିଛି ଚମତ୍କାରିତା। ମା’ଙ୍କ ବିକଳ କାନ୍ଦରେ...

ସଙ୍କଟରେ ଚାଇନାର ଏକଚ୍ଛତ୍ରବାଦ

ନିକଟ ଅତୀତ ଯାଏ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଙ୍କ କୋଭିଡ୍‌ ନିୟନ୍ତ୍ରଣ ନୀତିକୁ ପ୍ରଶଂସା କରିବା ସହ ତାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଆସିଥିଲେ। ଚାଇନା...

ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ...

ବିଦେଶରୁ ରୋଜଗାର ଆଣିବାକୁ ହେବ

ଡ. ପ୍ରମୋଦ କୁମାର ପଣ୍ଡା ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। ମାତ୍ର ଏହା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ...

ଏଇ ଭାରତରେ

ଦିନମଜୁରିଆଙ୍କ ଅଭାବୀ ଜୀବନର ଦୁଃଖକୁ ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ। ସେମାନେ ଦିନମଜୁରିଆମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବ୍ରିଗେଡିୟର ପ୍ରେମ୍‌ଜିତ ସିଂ...

ସମସ୍ୟା, ସଚେତନତା ଓ ସାମର୍ଥ୍ୟ

ମୌସୁମୀ ପରିଡ଼ା ଆମ ଦେଶ ଏକମାତ୍ର ରାଷ୍ଟ୍ର ଯେଉଁଠି ବିଭିନ୍ନ ଧର୍ମାବଲମ୍ବୀମାନେ ସମାନ ସୁବିଧା ଉପଭୋଗ କରନ୍ତି। ସ୍ଥଳବିଶେଷରେ ମୁଷ୍ଟିମେୟଙ୍କ ପାଇଁ ଅଧିକ ସୁବିଧା ସୁଯୋଗ...

ସ୍ଥାନୀୟ ଗଣମାଧ୍ୟମର ସୁରକ୍ଷା ଲୋଡ଼ା

ମାଇକେଲ ମିର୍‌ନୀ ୨୦୨୧ରେ ବିଶ୍ୱ କୋଭିଡ୍‌-୧୯ ମହାମାରୀରୁ ମୁକୁଳିବା ଆରମ୍ଭ କରିବ। ଏଥିପାଇଁ ଅଭୂତପୂର୍ବ ବୈଜ୍ଞାନିକ ସହଯୋଗ ଓ ବୈଶ୍ୱିକ ଟିକାକରଣକୁ ସବୁ ଶ୍ରେୟ ଦିଆଯିବ।...

Advertisement
Archives

Model This Week