Posted inଖେଳ

କୋହଲି-ଗାଙ୍ଗୁଲି କଳିକୁ ନେଇ ଏମିତି କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି। ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇଯିବାକୁ ନେଇ ଶାସ୍ତ୍ରୀ ଗାଙ୍ଗୁଲିଙ୍କ ଉପରେ ବର୍ଷିଛନ୍ତି। ଗାଙ୍ଗୁଲି କହିଥିଲେ ଯେ, ବିରାଟ କୋହଲି ଟି -୨୦ର ଅଧିନାୟକତ୍ୱ ଛାଡିବାକୁ ଚାହୁଁଥିଲେ, ଆମେ ତାଙ୍କୁ ଅଟକାଇଥିଲୁ କାରଣ ଆମେ ଟି-୨୦ଏବଂ ଦିନିକିଆ ପାଇଁ ଅଲଗା ଅଧିନାୟକ ଚାହୁଁନାହୁଁ। ପରେ କୋହଲି ଗାଙ୍ଗୁଲିଙ୍କ ବିବୃତ୍ତିକୁ ମିଥ୍ୟା ପ୍ରମାଣ କରି କହିଥିଲେ ତାଙ୍କୁ ଟି-୨୦ର ଅଧିନାୟକତ୍ୱ ଛାଡିବାକୁ କେହି ଅଟକାଇ ନାହାଁନ୍ତି। ଏହାକୁ ନେଇ ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।
ରବି ଶାସ୍ତ୍ରୀ କହିଛନ୍ତି, ବିରାଟ କୋହଲିଙ୍କ ଠାରୁ ଟିମ ଇଣ୍ଡିଆର ଦିନିକିଆ ଅଧିନାୟକତ୍ୱକୁ ଫେରାଇ ଆଣିବା ପ୍ରସଙ୍ଗ ଏକ ଭଲ ଉପାୟରେ ସମାଧାନ ହୋଇଥାନ୍ତା। ବିରାଟ କୋହଲି ସ୍ପଷ୍ଟ ଭାବେ ନିଜର ମତ ଦେଇଛନ୍ତି। ଏବେଠାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କେଉଁ ଭଳି ଭାବେ ବିଷୟ ରଖିବେ ତାଙ୍କ ତାଙ୍କ ଦାୟିତ୍ୱ ଅଟେ।
ରୋହିତ ଶର୍ମାଙ୍କୁ ନୂଆ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତି ଦେବାପରେ ରବି ଶାସ୍ତ୍ରୀ କହିଛନ୍ତି, ବିରାଟ କହିଥିଲେ ଯେ ସେ ଟି -୨୦ ଅଧିନାୟକ ହେବାକୁ ଚାହୁଁନାହାଁନ୍ତି, ସେତେବେଳେ ରୋହିତଙ୍କ ପାଇଁ କବାଟ ଖୋଲିଲା। ସେ ଧଳା ବଲରେ ଅଧିନାୟକ ହେବା ଉଚିତ୍‌। ତେବେ ଶାସ୍ତ୍ରୀ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ: ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ଅଭିଯାନ ଶେଷ

ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ...

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦...

ମା’ ଦୁର୍ଗାଙ୍କ ଫଟୋ ଶେୟାର କଲେ ଏହି ପାକିସ୍ତାନ କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ବୋଲର ଦାନିଶ କାନେରିଆ ନିଜ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡର ଜଣେ ସମାଲୋଚକ କାନେରିଆ ଆଜିକାଲି...

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ, ବାଦ୍‌ ପଡ଼ିଲେ ମନୀଷ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ସିଜିନ୍‌ର ପ୍ରଥମ ବିଜୟରେ ଆତ୍ମବିଭୋର ମୁମ୍ବାଇ ଅଧିନାୟକ: ବୋଲର୍‌ଙ୍କୁ ନେଇ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ବିପକ୍ଷ ମ୍ୟାଚ୍‌ ଜିତିଛି। ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ...

ଏସିଆ କପ୍‌ରେ ଆଜି ଭାରତର ଶେଷ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ

ଦୁବାଇ,୮।୯: ୟୁଏଇରେ ଚାଲିଥିବା ଏସିଆ କପ ୨୦୨୨ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ ଫାଇନାଲ ଦୌଡ଼ରୁ ବାଦ୍‌...

Advertisement
Archives

Model This Week