Posted inଫୁରସତ

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ ଚଳେ। କାରଣ ପ୍ରଥମରୁ ଏହି ଭାଇରସକୁ ନେଇ ଲୋକେ ଯେତିକି ଭୟ କରୁଥିଲେ ଏବେ କିନ୍ତୁ କେତୋଟି ଦିଗ ପ୍ରତି ଧ୍ୟାନ ଦେଇ ସମସ୍ତେ ବାହାରକୁ ବାହାରି ଆସୁଛନ୍ତି। ଏବେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଉଛି। ପ୍ୟାରିସରେ ଏହାକୁ ନେଇ ଏକ ଭିନ୍ନ ଦୃଶ୍ୟ ଦେଖିକାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ୟାରିସର ଏକ ଫଟୋ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏକ କାଫେରେ ଗ୍ରାହକଙ୍କ ମଧ୍ୟରେ ସମାଜିକ ଦୂରତା ବଜାୟ ରଖିବା ପାଇଁ କାଫେ ମାଲିକ ଦୁଇଟି ଚେୟାର ମଝିରେ ଗୋଟିଏ ବଡ ଟେଡି ବିୟର ରଖି ଦେଇଛନ୍ତି। ଫଳରେ ଗ୍ରାହମାନେ ଆଉ ପରସ୍ପର ପାଖାପାଖି ନ ବସି ସୋସିଆଲ ଡିଷ୍ଟାନସିଂ ରଖି ବସୁଥିବା ଦେଖାଯାଇଛି। କାଫେ ମାଲିକଙ୍କର ଏଭଳି ଚିନ୍ତାଧାରାକୁ ବେଶ୍‌ ପ୍ରଶଂସା କରାଯାଉଛି। ଏହାକୁ ଜଣେ ଟୁଇଟର ୟୁଜର @LorenzoTheCat ଜୁନ୍‌ ୨୭ରେ ଶେୟାର କରିଥିଲେ। ସେ ଏଥିରେ ଲେଖିଥିଲେ ପ୍ୟାରିସର ଏକ କାଫେରେ ଟେଡି ବିୟର ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରୁଛି। ଏହାକୁ ଦେଖିବା ପରେ କିଛି ଘଣ୍ଟା ମଧ୍ୟରେ ୧୧.୫ ହଜାର ଲାଇକ୍ସ ମିଳିବା ସହ ୩.୧ ହଜାର ଥର ରିଟୁଇଟ୍‌ କରାଯାଇଥିବା ଦେଖାଯାଇଥିଲା। ଆଉ କେତେଜଣ ୟୁଜର୍ସ ମଧ୍ୟ ଏଥିରେ କମେଣ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଓ ମୁଖାଗ୍ନି

ଦେହାନ୍ତ ପରେ ମରଶରୀରକୁ କିଏ କବର ଦିଅନ୍ତି ତ କିଏ ଅଗ୍ନିରେ ଦାହ କରନ୍ତି। ଏମିତି ଅନେକ ବ୍ୟବସ୍ଥାରେ ହୁଏ ଶବସଂସ୍କାର । ଏହି ସଂସ୍କାର...

ଜୀବନର ଆଶା- ସୁପର ଆର୍ଥ

ନୂଆଦିଲ୍ଲୀ: ନାସାର ବୈଜ୍ଞାନିକମାନେ ଏକ ଗ୍ରହ ଠାବ କରିଛନ୍ତି ଯେଉଁଠି ବସବାସ ସମ୍ଭବ ବୋଲି କହାଯାଇଛି। ଏହି ଗ୍ରହ ଆମ ସୌରମଣ୍ଡଳ ବାହାରେ ରହିଛି। ପୃଥିବୀଠାରୁ...

ଏମିତି ସହର, ଯାହା ଦେଖିବାକୁ ଶିବଲିଙ୍ଗ ସଦୃଶ

ବିଶ୍ୱରେ ଏମିତି ଏକ ସହର ରହିଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଶିବଲିଙ୍ଗ ସଦୃଶ। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି...

ରବିବାର ଛୁଟି ବି ନେଉଛନ୍ତି ଜମ୍ମୁ-କଶ୍ମୀର ଭିକାରି

ଶ୍ରୀନଗର,୨।୩: ଜମ୍ମୁ-କଶ୍ମୀରରେ ଏବେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବାବେଳେ ରବିବାର ସରକାରୀ ଚାକିରି...

ଭ୍ରୁଲତା ଥିବା କୁକୁର

ରୁଷିଆର ବ୍ରତ୍‌ସ୍କର ଗଳିରେ ଏକ ୧୦ ଦିନିଆ କୁକୁର ଛୁଆ ବୁଲୁଥାଏ। ଧଳାରଙ୍ଗର ଏହି କୁକୁର ଛୁଆଟିର ଥିଲା ଭ୍ରୁଲତା। ଓକ୍ସାନା ନାମ୍ନୀ ଜଣେ ମହିଳା...

ସ୍ମାର୍ଟଫୋନ୍‌ ହେଉଛି କି ହ୍ୟାଙ୍ଗ୍‌, ତେବେ କରନ୍ତୁ ଏପରି…

ନୂଆଦିଲ୍ଲୀ, ୨୨।୭: ବେଳେବେଳେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହୋଇଯାଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ନ ହୋଇ କେତେକ ଉପାୟ ଅବଲମ୍ବନ କରନ୍ତୁ। ମାତ୍ର ୨ ମିନିଟ୍‌ ମଧ୍ୟରେ...

ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ...

ଡାକ୍ତରାଣୀଙ୍କ ଟାଟୁ ନିଶା

ଟାଟୁର କ୍ରେଜ୍‌ ଯୁବପିଢିଙ୍କୁ ଅତିକ୍ରମ କରି ବୟସ୍କଙ୍କୁ ଘାରି ସାରିଛି। କେବଳ ସେତିକି ନୁହେଁ ଏବେ ଏଭଳି ବୃତ୍ତିର ଲୋକଙ୍କୁ ବି ଏହି ନିଶା ଘାରିଛି...

Advertisement


Archives

Model This Week

Why Dharitri