ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଶୋଭାରାଣୀଙ୍କ ଘର କାମ ଚାଲିଥବାବେଳେ ମିସ୍ତ୍ରୀଙ୍କ ସହ ମିଶି ରଡ଼ ଆଣୁଥିଲେ। ରଡ଼ ଉପର ବିଦ୍ୟୁତ ତାରରେ ଲାଗିବା କାରଣରୁ ସେ ଗୁରୁତର ହୋଇଥିଲେ। ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
Dharitri – Odisha’s No.1 Odia Daily

