ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର। ତେଣୁ କେଉଁ ସାବୁନ କେଉଁଭଳି ସ୍କିନ୍‌ ପାଇଁ ବ୍ୟବହାର କରିବା ଭଲ ଜାଣି ରଖନ୍ତୁ ସେ ସମ୍ପର୍କରେ…
ଡ୍ରାଏ ସ୍କିନ୍‌: ତ୍ୱଚାରୁ ବାହାରୁଥିବା ପ୍ରାକୃତିକ ତେଲ ବା ସେବମ୍‌ ମାତ୍ରା କମ୍‌ ଥିଲେ ତ୍ୱଚା ଡ୍ରାଏ ବା ରୁକ୍ଷ ହୋଇଥାଏ। ତେଣୁ ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ ତେବେ ମଶ୍ଚରାଇଜରଯୁକ୍ତ ସାବୁନ ବ୍ୟବହାର କରନ୍ତୁ। ଏଥିପାଇଁ ଗ୍ଲିସେରିନ୍‌ଯୁକ୍ତ ସାବୁନ ସବୁଠୁ ଭଲ। ଏହା ବ୍ୟତୀତ ତ୍ୱଚାକୁ ଅଧିକ ସମୟ ମଶ୍ଚରାଇଜ୍‌ ରଖିବା ଲାଗି ଭେଜିଟେବଲ୍‌ ଅଏଲ, କୋକା ବଟର, ଆଲୋଭେରା, ନଡିଆ ତେଲ, ଜୋଜୋବା ତେଲ ଏବଂ ଆଭୋକାଡୋ ଯୁକ୍ତ ସାବୁନ୍‌ ବ୍ୟବହାର କରିବା ସବୁଠୁ ଭଲ।
ଅଏଲି ସ୍କିନ୍‌: ଏଭଳି ତ୍ୱଚାରେ ଅଧିକ ତେଲ ଜମା ହେବା ଯୋଗୁ ବ୍ରଣ ସମସ୍ୟା ଦେଖାଦେବାର ଆଶଙ୍କା ବେଶି। ଯାହାକୁ ଅଏଲ୍‌ ଫ୍ରି ରଖିବା ଲାଗି ବାରମ୍ବାର ସାବୁନ୍‌ରେ ଧୋଇବାକୁ ପଡିଥାଏ। ତେବେ ଏଭଳି ତ୍ୱଚା ପାଇଁ ମଶ୍ଚରାଇଜର ଯୁକ୍ତ ସାବୁନ ବଦଳରେ ସି ସଲ୍ଟ, ଓଟ୍‌ମିଲ୍‌, ବ୍ରାଉନ୍‌ ସୁଗାର, ପିଚ୍‌ ପିଟ୍ସଯୁକ୍ତ ସାବୁନ୍‌ ବ୍ୟବହାର କଲେ ଅନାବଶ୍ୟକ ତେଲ ଧୋଇଯିବା ସହ ତ୍ୱଚା ଭଲ ରହିଥାଏ।
ନର୍ମାଲ ସ୍କିନ: ଯେଉଁମାନଙ୍କ ସ୍କିନ୍‌ ନର୍ମାଲ୍‌ ସେମାନେ ସବୁପ୍ରକାର ସାବୁନ ବ୍ୟବହାର କରିପାରିବେ। ହେଲେ ଆବଶ୍ୟକରୁ ଅଧିକ ସାବୁନ୍‌ ବ୍ୟବହାର କରିବା ଏଭଳି ତ୍ୱଚା ପାଇଁ ବି ହାନିକାରକ ହୋଇପାରେ। ତେବେ ଏଭଳି ତ୍ୱଚା ପାଇଁ ହର୍ବାଲ୍‌ ସାବୁନ ସବୁଠୁ ଭଲ ଚଏସ୍‌।
ସେନ୍ସିଟିଭ୍‌ ସ୍କିନ୍‌: ଅନେକଙ୍କ ତ୍ୱଚା ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ସେମାନଙ୍କ ଠାରେ ବିଭିନ୍ନ ସାମଗ୍ରୀ ବ୍ୟବହାରରେ ସଙ୍ଗେ ସଙ୍ଗେ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥାଏ। ଯେଉଁମାନଙ୍କ ତ୍ୱଚା ଏଭଳି ସେମାନେ ସାବୁନ ବାଛିବା ବେଳେ ବିଶେଷ ସତର୍କ ରହିବା ଆବଶ୍ୟକ। ବର୍ତ୍ତମାନ ସେନ୍ସିଟିଭ୍‌ ସ୍କିନ୍‌ ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ସାବୁନ୍‌ ଉପଲବ୍ଧ। ସେଥିରେ ଯେପରି ପିଏଚ୍‌ ସ୍ତର ସାମାନ୍ୟ ଥିବ ଏବଂ କୌଣସି କଲର କିମ୍ବା ପରଫ୍ୟୁମ୍‌ ମିଶାଯାଇ ନ ଥିବା ପଢିବା ପରେ କିଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘନ କଳା କେଶ ପାଇଁ…

କେଶକୁ ଘନ ଏବଂ କଳା କରିବାକୁ ଚାହୁଁଥିଲେ ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଭଲ। ଘରେ ମିଳୁଥିବା ବିଭିନ୍ନ ପରିବା ଓ ଫଳ ଦ୍ୱାରା ବି...

ପେଟ ବଡ଼ ନେଇ ଚିନ୍ତିତ କି ….

ବର୍ତ୍ତମାନ ସମୟରେ ବଡ଼ ପେଟ ଏମକ ମୁଖ୍ୟ ସମସ୍ୟା। ଅଧୁନୀକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ...

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ…

ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ କଥା ପ୍ରେମିକାଙ୍କୁ କରିଥାଏ ପ୍ରଭାବିତ

ପହିଲି ପ୍ରେମ ପରି ପ୍ରଥମ ଦେଖା। ପ୍ରେମିକାପ୍ରେମିକାଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା...

ଲିଭର ନଷ୍ଟ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ...

ଫିଟ୍‌ନେସ୍‌ର ନୂଆ ମନ୍ତ୍ର ଜୁମ୍ବା

ଟିଟୁ ଛୋଟରାୟ ହେଉଛନ୍ତି ଜଣେ ସାର୍ଟିଫାଏଡ୍‌ ଜୁମ୍ବା ଟ୍ରେନର୍‌। ତାଙ୍କ ଫିଟ୍‌ନେସ୍‌ ସେଣ୍ଟର୍‌ର ନାଁ ହେଉଛି ବି ଫିଟ୍‌ ଜିମ୍‌; ଯେଉଁଠାରେ ପ୍ରାୟ ୧୫ ବର୍ଷ...

ପୂଜା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ବୃଦ୍ଧି ପାଇଥାଏ ସୁଖଶାନ୍ତି, ସମ୍ପର୍କକୁ ଦୃଢ କରେ…

ପୂଜା କରିବା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି କର୍ପୂର ଆଳତି...

Advertisement
Archives

Model This Week