ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର। ତେଣୁ କେଉଁ ସାବୁନ କେଉଁଭଳି ସ୍କିନ୍‌ ପାଇଁ ବ୍ୟବହାର କରିବା ଭଲ ଜାଣି ରଖନ୍ତୁ ସେ ସମ୍ପର୍କରେ…
ଡ୍ରାଏ ସ୍କିନ୍‌: ତ୍ୱଚାରୁ ବାହାରୁଥିବା ପ୍ରାକୃତିକ ତେଲ ବା ସେବମ୍‌ ମାତ୍ରା କମ୍‌ ଥିଲେ ତ୍ୱଚା ଡ୍ରାଏ ବା ରୁକ୍ଷ ହୋଇଥାଏ। ତେଣୁ ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ ତେବେ ମଶ୍ଚରାଇଜରଯୁକ୍ତ ସାବୁନ ବ୍ୟବହାର କରନ୍ତୁ। ଏଥିପାଇଁ ଗ୍ଲିସେରିନ୍‌ଯୁକ୍ତ ସାବୁନ ସବୁଠୁ ଭଲ। ଏହା ବ୍ୟତୀତ ତ୍ୱଚାକୁ ଅଧିକ ସମୟ ମଶ୍ଚରାଇଜ୍‌ ରଖିବା ଲାଗି ଭେଜିଟେବଲ୍‌ ଅଏଲ, କୋକା ବଟର, ଆଲୋଭେରା, ନଡିଆ ତେଲ, ଜୋଜୋବା ତେଲ ଏବଂ ଆଭୋକାଡୋ ଯୁକ୍ତ ସାବୁନ୍‌ ବ୍ୟବହାର କରିବା ସବୁଠୁ ଭଲ।
ଅଏଲି ସ୍କିନ୍‌: ଏଭଳି ତ୍ୱଚାରେ ଅଧିକ ତେଲ ଜମା ହେବା ଯୋଗୁ ବ୍ରଣ ସମସ୍ୟା ଦେଖାଦେବାର ଆଶଙ୍କା ବେଶି। ଯାହାକୁ ଅଏଲ୍‌ ଫ୍ରି ରଖିବା ଲାଗି ବାରମ୍ବାର ସାବୁନ୍‌ରେ ଧୋଇବାକୁ ପଡିଥାଏ। ତେବେ ଏଭଳି ତ୍ୱଚା ପାଇଁ ମଶ୍ଚରାଇଜର ଯୁକ୍ତ ସାବୁନ ବଦଳରେ ସି ସଲ୍ଟ, ଓଟ୍‌ମିଲ୍‌, ବ୍ରାଉନ୍‌ ସୁଗାର, ପିଚ୍‌ ପିଟ୍ସଯୁକ୍ତ ସାବୁନ୍‌ ବ୍ୟବହାର କଲେ ଅନାବଶ୍ୟକ ତେଲ ଧୋଇଯିବା ସହ ତ୍ୱଚା ଭଲ ରହିଥାଏ।
ନର୍ମାଲ ସ୍କିନ: ଯେଉଁମାନଙ୍କ ସ୍କିନ୍‌ ନର୍ମାଲ୍‌ ସେମାନେ ସବୁପ୍ରକାର ସାବୁନ ବ୍ୟବହାର କରିପାରିବେ। ହେଲେ ଆବଶ୍ୟକରୁ ଅଧିକ ସାବୁନ୍‌ ବ୍ୟବହାର କରିବା ଏଭଳି ତ୍ୱଚା ପାଇଁ ବି ହାନିକାରକ ହୋଇପାରେ। ତେବେ ଏଭଳି ତ୍ୱଚା ପାଇଁ ହର୍ବାଲ୍‌ ସାବୁନ ସବୁଠୁ ଭଲ ଚଏସ୍‌।
ସେନ୍ସିଟିଭ୍‌ ସ୍କିନ୍‌: ଅନେକଙ୍କ ତ୍ୱଚା ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ସେମାନଙ୍କ ଠାରେ ବିଭିନ୍ନ ସାମଗ୍ରୀ ବ୍ୟବହାରରେ ସଙ୍ଗେ ସଙ୍ଗେ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥାଏ। ଯେଉଁମାନଙ୍କ ତ୍ୱଚା ଏଭଳି ସେମାନେ ସାବୁନ ବାଛିବା ବେଳେ ବିଶେଷ ସତର୍କ ରହିବା ଆବଶ୍ୟକ। ବର୍ତ୍ତମାନ ସେନ୍ସିଟିଭ୍‌ ସ୍କିନ୍‌ ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ସାବୁନ୍‌ ଉପଲବ୍ଧ। ସେଥିରେ ଯେପରି ପିଏଚ୍‌ ସ୍ତର ସାମାନ୍ୟ ଥିବ ଏବଂ କୌଣସି କଲର କିମ୍ବା ପରଫ୍ୟୁମ୍‌ ମିଶାଯାଇ ନ ଥିବା ପଢିବା ପରେ କିଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri