Posted inଫୁରସତ

ବର୍ଷାରେ ଭିଜୁଥିବା ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଟାଣିଲା ଶିଶୁ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ପ୍ରଶଂସକଙ୍କ ସହ ମଜାଳିଆ ଓ ଆକର୍ଷଣୀୟ ଫଟୋ ଏବଂ ଭିଡିଓମାନ ଶେୟାର କରିଥାନ୍ତି। ମଙ୍ଗଳବାର ସ୍ମୃତି ଇରାନୀ ନିଜ ଫଲୋଅର୍ସଙ୍କ ସହ ଏକ ମନମୋହିବା ଭଳି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଜଣେ କୋମଳମତି ଶିଶୁ ଭକ୍ତ ବର୍ଷା ହେଉଥିବା ବେଳେ ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଟାଣି ଠିଆ ହୋଇଥିବାର ଦୃଶ୍ୟ ନଜର ଆସିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଶେୟାର କରିବା ସହ ସ୍ମୃତି ଇରାନୀ କ୍ୟାପସନ୍‌ରେ ଲେଖିଛନ୍ତି, ହ୍ୟାଶଟାଗ୍‌ ‘ଭକ୍ତି’। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୩୨ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ ଦେଇଛନ୍ତି। ଅନେକ ସମୟରେ ସ୍ମୃତି ଇରାନୀ ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସହିତ ଭିଡିଓ ଓ ପୋଷ୍ଟମାନ ଶେୟାର କରିଥାନ୍ତି। ଏହାପୂର୍ବରୁ ସେ ଏକ ଛୋଟ ଝିଅର ଏକ ସୁନ୍ଦର ଆନିମେଟେଡ୍‌ ଫଟୋ ଶେୟାର କରିଥିଲେ। କେନ୍ଦ୍ରମନ୍ତ୍ରୀ ତାଙ୍କ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ନିଜ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ପ୍ରସାଦ ନୁହେଁ, ଚଢାଯାଏ ବିମାନ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଆମ ଦେଶରେ ଏଭଳି ଏକ ଗୁରୁଦ୍ୱାରା ରହିଛି, ଯେଉଁଠାରେ ଲୋକଙ୍କ ବିଦେଶ ଯିବା ମନସ୍କାମନା...

ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କୁ ଦେଖି ସାଲ୍ୟୁଟ୍‌ କଲେ କୁନି ଶିଶୁ, ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୨୫ା୧୦: ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିଲେ ମନ ଖୁସିରେ ଭରିଉଠେ। ଏବେ ସେମିତି ଏକ ଭିଡିଓ ବେଙ୍ଗାଲୁରୁ...

ପ୍ରେମିକାଙ୍କ ସହ ପ୍ରେମିକଙ୍କୁ ଏକାଠି ଦେଖିଲେ ମିଳିଥାଏ ଏପରି ଦଣ୍ଡ

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି।...

ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ

ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା...

ସିଂହ ପଛରେ ବାଇକ୍‌ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ

ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ...

ବରକନ୍ୟାଙ୍କ ସାମ୍ନାରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର, କାରଣ ଜାଣିଲେ…

ଜଣେ ଫଟୋଗ୍ରାଫର ଫଟୋଶୁଟ୍‌ ପାଇଁ ଏକ ବିବାହ ଉତ୍ସବକୁ ଯାଇଥିଲେ। କିନ୍ତୁ ବର ତାଙ୍କୁ ଏପରି ବ୍ୟବହାର କରିଥିଲେ ଯେ, ଏଥିରେ ସେ କ୍ରୋଧିତ ହୋଇ...

ମାଙ୍କଡ଼କୁ ଆମ୍ବ ଖୁଆଉଛି ପୋଲିସ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଜଳାଶୟରେ କାଗଜ ପକାଇ ଏମିତି ମାଛ ଧରୁଛି ପକ୍ଷୀ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

Advertisement
Archives

Model This Week