Posted inଫୁରସତ

ସ୍ମାର୍ଟଫୋନ୍‌ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି। ଘରେ ବସି ସ୍ମାର୍ଟଫୋନ୍‌ ମାଧ୍ୟମରେ ସହଜରେ ଏହା କରାଯାଇ ପାରୁଛି। ତେବେ ଯଦି ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଏବଂ ଇଣ୍ଟରନେଟ୍‌ ଡାଟା ଶୀଘ୍ର ସରୁଛି, ଏଥିପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ଏଭଳି ସମସ୍ୟା ଉପୁଜିଲେ ସ୍ମାର୍ଟଫୋନ୍‌କୁ କେହି ହ୍ୟାକିଂ କରୁଥିବା ଆଶଙ୍କା ରହିଥାଏ। କୌଣସି ହ୍ୟାକର ସ୍ମାର୍ଟଫୋନ୍‌ରେ ଥିବା ଗୋପନୀୟ ତଥ୍ୟକୁ ଲିକ୍‌ କରାଇବାର ପ୍ରୟାସ କରୁଥାଇ ପାରନ୍ତି। ତେଣୁ ଏଥିପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ଆମେରିକାର କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ ନୋଟର୍ନ ଅନୁସାରେ ସ୍ମାର୍ଟଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ସରୁଥିବା ସମସ୍ୟା ଦେଖାଦେଲେ ଏହାର ତୁରନ୍ତ ଯାଞ୍ଚ୍‌ କରିବା ଆବଶ୍ୟକ। ସେହିପରି କାସ୍ପରସ୍କାଏ କମ୍ପାନୀ ଅନୁସାରେ ହ୍ୟାକ୍‌ ହୋଇଥିବା ସ୍ମାର୍ଟଫୋନ୍‌ର ପ୍ରୋସେସିଂ ହ୍ୟାକର କରିଥାନ୍ତି। ଫଳରେ ଫୋନ୍‌ ସ୍ଲୋ ହୋଇଯାଏ। ତେଣୁ ହ୍ୟାକିଂରୁ ସୁରକ୍ଷିତ ରହିବା ଲାଗି ନିୟମିତ ସ୍କାନିଂ କରିବା ସହିତ କୌଣସି ଅଜଣା ଆପ୍‌କୁ ଡାଉନ୍‌ଲୋଡ୍‌ ନ କରିବା ଉଚିତ୍‌। ଆବଶ୍ୟକସ୍ଥଳେ ଫୋନ୍‌ର ମୋବାଇଲ୍‌ ଡାଟା ଅଫ୍‌ କରି ଏହାକୁ ରିଷ୍ଟ୍ରାଟ୍‌ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri