Posted inରାଜ୍ୟ

ଦେହରେ କହୁଣୀ ବାଜିବାରୁ ଗଣ୍ଡଗୋଳ: ୧୧ ଗିରଫ

ବାହାନଗା, ୩୦ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତ ଝାଡତା ଗ୍ରାମରେ ଦୋଳ ଯାତ୍ରା ଅବସରରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯୁବକଙ୍କ ଦେହରେ ସେହି ଗ୍ରାମର ଜଣେ ଯୁବକଙ୍କ କହୁଣୀ ବାଜିଯିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରଦିନ ମାର୍‌ପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ପରବର୍ତ୍ତୀ ସମୟରେ ପୋଡାଜଳା, ରାସ୍ତା ଅବରୋଧ ଆରମ୍ଭ ହୋଇଥିଲା। ପୋଲିସ୍‌ ସେଠାରେ ପହଞ୍ଚି ୨ ଜଣଙ୍କୁ ଗିରଫ କରିବା ପରେ ନିୟନ୍ତ୍ରଣକୁ ଆସିଥିଲା ପରିସ୍ଥିତି।

ଏହି ଘଟଣା ନେଇ ଗୋପାଳପୁର ଫାଣ୍ଡିରେ ଝାଡତା ଗ୍ରାମର ପ୍ରଶାନ୍ତ ଶିଅଳ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା(ନଂ.୯୮/୨୧) ରୁଜୁ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଥିଲେ। ପରବର୍ତ୍ତୀ ସମୟରେ ରାସ୍ତା ଅବରୋଧ ଓ ପୋଡାଜଳା, ଦୋକାନ ପୋଡି ବାବଦରେ ପୋଲିସ ନିଜ ଆଡୁ ଏକ ମାମଲା (ନଂ. ୯୯/୨୧) ରୁଜୁ କରି ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଶନିବାର ଝାଡତା ଗ୍ରାମର ହନୁମାନ ମେଳନ ପଡିଆରେ ଦୋଳମେଳନ ପାଇଁ ଗହଳି ହୋଇଥିଲା। ସାହାସପୁରା ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର କେତେଜଣ ଯୁବକ ଯାତ୍ରା ଦେଖିବା ପାଇଁ ଆସିଥିଲେ। ଏହି ସମୟରେ ଗ୍ରାମର ଶଶଧର ସେଠୀଙ୍କ କହୁଣି ସଂଖ୍ୟାଲଘୁ ଯୁବକଙ୍କ ଦେହରେ ବାଜିଯିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କିଛି...

ପୋଖରୀରେ ବୁଡ଼ିଗଲେ ମା’ ଝିଅ

କେନ୍ଦୁଝର,୩ା୮(ସ୍ବ.ପ୍ର.)- କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ପଞ୍ଚାୟତ ଅଧୀନ ଜାମୁପଶି ସାହିରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ପୋଖରୀରେ ବୁଡ଼ି ମା’...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୨୧୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ  ସର୍ବାଧିକ ୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୮୧, କଟକରୁ ...

କୋଟିଏ ଟଙ୍କାର ଡ୍ରଗ୍ସ ଜବତ

ଭୁବନେଶ୍ୱର, ୪।୧୦ (ବ୍ୟୁରୋ)/ ବାଲିଅନ୍ତା (ଡି.ଏନ୍‌.ଏ.): ଓଡ଼ିଶା ଏବେ ଡ୍ରଗ୍ସ କାରବାରର ହବ୍‌ ପାଲଟିଛି। କେତେବେଳେ ରାଜ୍ୟରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ତ...

ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୧, ବାଲେଶ୍ୱରରୁ ୨୬,...

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। କମିଶନରେଟ ପୋଲିସ ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି । ୨୦୦୮ ଜାନୁୟାରୀ ୧ରେ...

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି...

କର୍କଟ ରୋଗୀଙ୍କଠାରେ ବିରଳ ଅସ୍ତ୍ରୋପଚାର

କଟକ ଅଫିସ,୧୩ା୬: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କିଡ୍‌ନୀ କ୍ୟାନ୍ସର ରୋଗୀଙ୍କଠାରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଢେଙ୍କାନାଳ ଜିଲାର ଏହି ରୋଗୀ...

Advertisement
Archives

Model This Week