Posted inଜାତୀୟ

୪୫ ବର୍ଷ ପରେ ଏଲ୍‌ଏସିରେ ସମାନ ସ୍ଥିତି: ୮ ଦିନରେ ୨ ଥର ଗୁଳି ଚାଳନା

ଲେହ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୪୫ ବର୍ଷ ପରେ ପୁଣି ଥରେ ଏଠାରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ୧୯୭୫ରେ ଭାରତ ଚାଇନା ଏଲ୍‌ଏସିରେ ଗୁଳି ଚାଳନା ନ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ଅଗଷ୍ଟ ୩୧ଠାରୁ ଏଥିରେ ବ୍ୟତିକ୍ରମ ଘଟିଛି। ଗତ ୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲ୍‌ଏସିରେ ଦୁଇପକ୍ଷ ମଧ୍ୟରେ ଗୁଳି ଚାଳନା ହୋଇଛି। ଅଗଷ୍ଟ ୩୧ରେ ଗୁଳି ଚାଳନା ହୋଇଥିଲା। ଏବେ ପୁଣି ସୋମବାର ବିଳମ୍ବିତ ରାତ୍ରରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। କିଛି ଚାଇନା ସୈନ୍ୟ ପୂର୍ବ ଲଦାଖ ସେକ୍ଟରରେ ଭାରତୀୟ ଅନ୍ତର୍ଜାତୀୟ ସୀମା ଆଡ଼କୁ ଆସୁଥିଲେ। ଏହାକୁ ନେଇ ଭାରତୀୟ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଭାରତୀୟ ଯବାନଙ୍କ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏହାର ଜବାବରେ ଚାଇନା ପକ୍ଷରୁ ଶୋପାଓ ମାଉଣ୍ଟେନ୍‌ ଟପ୍‌ରୁ ଭାରତୀୟ ପୋଷ୍ଟ ଆଡ଼କୁ ଗୁଳି ଚାଳନା କରାଯାଇଥିବା କୁହାଯାଉଛି। ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଦୁଇପକ୍ଷରୁ କାହାକୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଇ ନ ଥିବା ଜଣାପଡ଼ିଛି। ପରେ ଚାଇନା ସୈନ୍ୟ ପଛକୁ ହଟି ଯାଇଥିଲେ। କିଛି ସମୟରେ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା କୁୁହାଯାଉଛି। ଲଦାଖର ଏଲ୍‌ଏସିରେ ଥିବା କଳା ଟପ୍‌, ହେଲମେଟ୍‌ ଟପ୍‌ ସମେତ ପେଙ୍ଗୋଙ୍ଗର କେତେକ ଅଞ୍ଚଳ ଭାରତର କବ୍‌ଜାରେ ରହିଛି। ଏହାକୁ ନେଇ ଚାଇନା ଉଦ୍‌ବେଗ ପ୍ରକାଶ କରୁଛି। ରଣନୀତି ଦୃଷ୍ଟିକୋଣରୁ ଏସବୁ ଅଞ୍ଚଳ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଦୁଇପକ୍ଷଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାପରେ ଏବେ କୂଟନୈତିକସ୍ତରରେ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ,ଗତ ୧୫ ଜୁନ୍‌ଠାରୁ ଏଲ୍‌ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ଏହାପରେ ଭାରତ ସମେତ ବହୁ ଦେଶରେ ଚାଇନା ବିରୋଧରେ କଟକଣା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍‌-ଉନ୍‌-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫ା୧୧: କ୍ରମାଗତ ୨ଦିନ ପରେ ପୁଣି ଥରେ ଷ୍ଟକ୍‌ ବଜାରର କାରବାର ବୃଦ୍ଧି ପାଇଛି। ଫଳରେ ଶେୟାର ବଜାରର ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।...

ଘନେଇଲା ବିଦ୍ୟୁତ୍‌ ସଙ୍କଟ, ୧୦ ରାଜ୍ୟରେ କୋଇଲା ଅଭାବ…

ନୂଆଦିଲ୍ଲୀ, ୧୪।୪ : ସାରା ଦେଶରେ ତାତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଦ୍ୟୁତ୍‌ ସଙ୍କଟ ଘନେଇବାରେ ଲାଗିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ...

ମମତା ମଝିରେ କଣ୍ଟା ସାଜିଲା ଆଇନ, ପାଖରୁ ଛଡାଇ ନେଲା ନବଜାତକ

ଆଗ୍ରା,୧୧।୧୧: ମାତ୍ର କିଛି ଘଣ୍ଟାର ନିବିଡ଼ତା ପରେ କାହ୍ନାଠାରୁ ଅଲଗା ହେବା ଯଶୋଦାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଥିଲା। ଗତ ସୋମବାର ସାରେ ଆଗ୍ରାରେ ଏଭଳି...

ମହାରାଷ୍ଟ୍ରରେ ଜଳ ତାଣ୍ଡବ

ମୁମ୍ବାଇ,୩ା୭ (ପି.ଟି.): ମୁମ୍ବାଇରେ ବର୍ଷା ବିତ୍ପାତ ସଙ୍ଗିନ ରୂପ ଧାରଣ କରିଛି। ଲଗାଣ ବର୍ଷା ଯୋଗୁ ବାଣିଜି୍ୟକ ରାଜଧାନୀ ମୁମ୍ବାଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ...

ଡାକ୍ତର, ନର୍ସଙ୍କ ସମେତ କ୍ୱାରାଣ୍ଟାଇନକୁ ଗଲେ ୧୦୮ ଜଣ

ନୂଆଦିଲ୍ଲୀ,୪।୪, ଡ଼ରାଇଲାଣି କରୋନା। ଏବେ ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ...

ତିସ୍‌ ହଜାରି କୋର୍ଟରେ ତାଣ୍ଡବ: ପୋଲିସଙ୍କୁ ପିଟିଲେ ଓକିଲ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଶନିବାର ଅପରାହ୍ନରେ ଓକିଲ ଓ ପୋଲିସ ମଧ୍ୟରେ ସାମାନ୍ୟ କଥାକୁ ନେଇ ହୋଇଛି ଖଣ୍ଡଯୁଦ୍ଧ। ପରିସ୍ଥିତି ଅଣାୟତ୍ତ ହେବାରୁ...

ମୁଁ ବି ମଧ୍ୟବିତ୍ତ ଶ୍ରେଣୀର, ଚାପ ବୁଝିପାରୁଛି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଳୀ,୧୫।୧: ଆସନ୍ତା ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳାଳା ସୀତାରମଣ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥର ବଜେଟ୍‌ଷର ସେ ସାଧାରଣ...

Advertisement
Archives

Model This Week