Posted inଜାତୀୟ

୪୫ ବର୍ଷ ପରେ ଏଲ୍‌ଏସିରେ ସମାନ ସ୍ଥିତି: ୮ ଦିନରେ ୨ ଥର ଗୁଳି ଚାଳନା

ଲେହ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୪୫ ବର୍ଷ ପରେ ପୁଣି ଥରେ ଏଠାରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ୧୯୭୫ରେ ଭାରତ ଚାଇନା ଏଲ୍‌ଏସିରେ ଗୁଳି ଚାଳନା ନ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ଅଗଷ୍ଟ ୩୧ଠାରୁ ଏଥିରେ ବ୍ୟତିକ୍ରମ ଘଟିଛି। ଗତ ୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲ୍‌ଏସିରେ ଦୁଇପକ୍ଷ ମଧ୍ୟରେ ଗୁଳି ଚାଳନା ହୋଇଛି। ଅଗଷ୍ଟ ୩୧ରେ ଗୁଳି ଚାଳନା ହୋଇଥିଲା। ଏବେ ପୁଣି ସୋମବାର ବିଳମ୍ବିତ ରାତ୍ରରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। କିଛି ଚାଇନା ସୈନ୍ୟ ପୂର୍ବ ଲଦାଖ ସେକ୍ଟରରେ ଭାରତୀୟ ଅନ୍ତର୍ଜାତୀୟ ସୀମା ଆଡ଼କୁ ଆସୁଥିଲେ। ଏହାକୁ ନେଇ ଭାରତୀୟ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଭାରତୀୟ ଯବାନଙ୍କ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏହାର ଜବାବରେ ଚାଇନା ପକ୍ଷରୁ ଶୋପାଓ ମାଉଣ୍ଟେନ୍‌ ଟପ୍‌ରୁ ଭାରତୀୟ ପୋଷ୍ଟ ଆଡ଼କୁ ଗୁଳି ଚାଳନା କରାଯାଇଥିବା କୁହାଯାଉଛି। ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଦୁଇପକ୍ଷରୁ କାହାକୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଇ ନ ଥିବା ଜଣାପଡ଼ିଛି। ପରେ ଚାଇନା ସୈନ୍ୟ ପଛକୁ ହଟି ଯାଇଥିଲେ। କିଛି ସମୟରେ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା କୁୁହାଯାଉଛି। ଲଦାଖର ଏଲ୍‌ଏସିରେ ଥିବା କଳା ଟପ୍‌, ହେଲମେଟ୍‌ ଟପ୍‌ ସମେତ ପେଙ୍ଗୋଙ୍ଗର କେତେକ ଅଞ୍ଚଳ ଭାରତର କବ୍‌ଜାରେ ରହିଛି। ଏହାକୁ ନେଇ ଚାଇନା ଉଦ୍‌ବେଗ ପ୍ରକାଶ କରୁଛି। ରଣନୀତି ଦୃଷ୍ଟିକୋଣରୁ ଏସବୁ ଅଞ୍ଚଳ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଦୁଇପକ୍ଷଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାପରେ ଏବେ କୂଟନୈତିକସ୍ତରରେ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ,ଗତ ୧୫ ଜୁନ୍‌ଠାରୁ ଏଲ୍‌ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ଏହାପରେ ଭାରତ ସମେତ ବହୁ ଦେଶରେ ଚାଇନା ବିରୋଧରେ କଟକଣା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri