୭ ରାଜ୍ୟରେ ସ୍ଥିତି ସଙ୍କଟ ଜନକ,ସକ୍ରିୟ ମାମଲା ଲକ୍ଷେ ୪୩ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୩୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଗୋଟିଏ ଦିନ ତଳେ କମିଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ବଢ଼ିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୪୩ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୦ ହଜାର ୪୦୮ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୩ ହଜାର ୩୮୪ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨୦ ହଜାର ୯୫୮ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୧୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୦ ଲକ୍ଷ ୧୩୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୩ ଲକ୍ଷ ୩୦ ହଜାର ୪୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି।

ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ, ଦିଲ୍ଲୀ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧,୯୯୭ ଜଣ, ପଶ୍ଚିମବଙ୍ଗରେ ୧,୨୮୪, ତାମିଲନାଡୁରେ ୧,୬୨୪ ଜଣ, ପଞ୍ଜାବରେ ୫୨୫ ଜଣ କେରଳରେ ୧,୬୦୯ଜଣ, କର୍ନାଟକରେ ୨,୧୩୦ ଜଣ, ଓଡ଼ିଶାରେ ୯୮୧ ଜଣ, ଗୁଜରାଟରେ ୧,୧୨୮, ଆସାମରେ ୬୮୬ ଜଣ, ତେଲେଙ୍ଗାନାରେ ୯୨୩, ହିମାଚଳପ୍ରଦେଶରେ ୯୩୦ ଜଣ, ଛତିଶଗଡ଼ରେ ୪୭୯ ଜଣ, ଦିଲ୍ଲୀରେ ୧,୨୪୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୬୮୯ ଜଣ, ଆନ୍ଧ୍ରପ୍ରଦେଶରେ ୩୨୫ ଜଣ, ଉତ୍ତରପ୍ରଦେଶରେ ୫୦୮ ଜଣ, ତ୍ରିପୁରାରେ ୨୩୧ ଜଣ, ଜମ୍ମୁ-କଶ୍ମୀରରେ ୭୨୬ ଜଣ, ବିହାରରେ ୨୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ୨୬୮ ଜଣ, ମଧ୍ୟପ୍ରଦେଶରେ ୨୪୭ ଜଣ, ଉତ୍ତରାଖଣ୍ଡରେ ୩୦୮ ଜଣ, ଗୋଆରେ ୧୧୨ ଜଣ,ଝାଡ଼ଖଣ୍ଡରେ ୧୫୫ ଜଣ, ପୁଡୁଚେରୀରେ ୧୨୪ ଜଣ, ମିଜୋରାମରେ ୨୧୮ ଜଣ, ଚଣ୍ଡିଗଡ଼ରେ ୧୪୮ ଜଣ, ସିକିମ୍‌ରେ ୨୨୨ଜଣ, ଆସାମରେ ୬୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୩ କୋଟି ୯୦ଲକ୍ଷରୁ ଅଧିକରେ ପହଞ୍ଚିଛି। ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୪୦ ଲକ୍ଷ ଦ୍ୱିତୀୟ ଡୋଜ୍‌ ଥିଲା। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଆଧାର ସଂଯୋଗ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୦: ସୋସିଆଲ ମିଡିଆ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।...

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ...

ଭାଜପା ନିଜ ଲୋକ ପଠାଇ ଟିଏମ୍‌ସି ବୈଠକରେ କରୁଛି ଉପଦ୍ରବ: ମମତା

କୋଲକାତା,୧୯ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି । ରାଜନୈତିକ ପାର୍ଟି ମଧ୍ୟରେ କଥାକଟାକଟି ମଧ୍ୟ...

ଅକ୍ସିଜେନ୍‌ ପ୍ଲାଣ୍ଟରେ ବିସ୍ଫୋରଣ: ୩ ମୃତ

ଲକ୍ଷ୍ନୌ, ୬।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରେ ଥିବା ଏକ ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ...

ଉପରାଷ୍ଟ୍ରପତି ନିର୍ବାଚନ: ମତ ସାବ୍ୟସ୍ତ କଲେ ଅମିତ ଶାହା

ନୂଆଦିଲ୍ଲୀ, ୬।୮: ସଂସଦ ଗୃହରେ ଚାଲିଛି ଭୋଟ ଗ୍ରହଣ। ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି...

କଂଗ୍ରେସ ବନାମ କଂଗ୍ରେସ

ନୂଆଦିଲ୍ଲୀ,୩ା୩: ବୁଡ଼ିଗଲା ଗୋଡ଼ ତଳକୁ ତଳକୁ। ନିର୍ବାଚନରେ ଲଗାତର ପରାଜୟର ମୁହଁ ଦେଖୁଥିବା ଭାରତର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ଏବେ ସମ୍ଭବତଃ ଏହି ଉକ୍ତି...

କୋର୍ଟରେ ଯୁବକଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ,୧୮ା୧୨(ପି.ଟି.): ପଶ୍ଚିମ ଉତ୍ତରପ୍ରଦେଶର ବିଜ୍‌ନୋରର ଏକ ଅଦାଲତରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ ଗୁଳିକରି ହତ୍ୟା କରାଯାଇଛି। ବିଜ୍‌ନୋର ଜିଲା ଅଦାଲତର ମୁଖ୍ୟ ବିଚାର...

ଲକ୍‌ଡାଉନ୍‌କୁ ଉଲ୍ଲଂଘନ: ଗୋଟିଏ ଦିନରେ ୩ଲକ୍ଷ ଜରିମାନା; ୪୬ଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୭।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହାକୁ କେତେକ...

Advertisement
Archives

Model This Week