Posted inଜାତୀୟ

Belonging: A Journey of Love: ବହିରୁ ୩କୋଟି ରୋଜଗାର କଲେଣି ସୋନିଆ ଗାନ୍ଧୀ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୮।୧୧: ବହି ଲେଖିବା କେବଳ ଜଣେ ଲେଖକ ପାଇଁ ନିଜର କାହାଣୀ ଦୁନିଆରେ ପହଞ୍ଚାଇବାର ଜରିଆ ନୁହେଁ, ବରଂ ରୋଜଗାରର ଏକ ବଡ଼ ମାଧ୍ୟମ ମଧ୍ୟ ପାଲଟିପାରେ। କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏହିପରି ଏକ ପୁସ୍ତକ ଲେଖି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ସୋନିଆ ଗାନ୍ଧୀଙ୍କ ନୂତନ ପୁସ୍ତକ ’Belonging: A Journey of Love’ ରିଲିଜ ହେବାମାତ୍ରେ ବିକ୍ରିର ଅନେକ ରେକର୍ଡ ଭାଙ୍ଗିଛି।

ପୁସ୍ତକର ପ୍ରକାଶକ HarperCollins India ର CEO ଅନନ୍ତ ପଦ୍ମନାଭନଙ୍କ ଅନୁଯାୟୀ, ରିଲିଜ ହେବାର ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ଏହାର ୨ ଲକ୍ଷରୁ ଅଧିକ କପି ବିକ୍ରି ହୋଇସାରିଛି। ଏତେ ବଡ଼ ସଂଖ୍ୟାରେ ବହି ବିକ୍ରି ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଏହାଦ୍ୱାରା ସୋନିଆ ଗାନ୍ଧୀଙ୍କର କେତେ ରୋଜଗାର ହୋଇଥିବ? ଆସନ୍ତୁ ଜାଣିବା।

ସୋନିଆ ଗାନ୍ଧୀଙ୍କ ଏହି ବହିର ନାମ ‘Belonging: A Journey of Love’ ଅଟେ। ଏହାକୁ HarperCollins India ପ୍ରକାଶ କରିଛି। ବହିଟି ହାର୍ଡକଭର୍‌ ଫର୍ମାଟରେ ରହିଛି ଏବଂ ଏହାର MRP ୧,୨୯୯ ଟଙ୍କା ରଖାଯାଇଛି। ଏହି ବହିରେ ସମୁଦାୟ ୫୪୪ ପୃଷ୍ଠା ରହିଛି।

ତଥାପି, ଅନଲାଇନ ସପିଂ ପ୍ଲାଟଫର୍ମରେ ଏହି ବହିଟି ଛାଡ଼ (ଡିସକାଉଣ୍ଟ) ସହିତ ମଧ୍ୟ ଉପଲବ୍ଧ ଅଛି। କିଛି ୱେବସାଇଟ୍ରେ ଏହାର ମୂଲ୍ୟ ୧,୦୦୦ ଟଙ୍କାଠାରୁ ମଧ୍ୟ କମ ଦର୍ଶାଯାଇଛି।

ବହିର ମୂଲ୍ୟ ଏବଂ ବିକ୍ରିର ହିସାବ ଲଗାଇଲେ ଆକ୍ଷଣୀୟ ଚିତ୍ର ସାମ୍ନାକୁ ଆସେ। ଯଦି ୨ ଲକ୍ଷ କପି ୧,୨୯୯ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ, ତେବେ ସମୁଦାୟ ୨୫.୯୮ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଅର୍ଥାତ କେବଳ ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ବହି ବିକ୍ରିରୁ ପ୍ରାୟ ୨୬ କୋଟି ଟଙ୍କାର କାରବାର ହୋଇଛି।

ତଥାପି, ଏହା MRP ଆଧାରରେ କରାଯାଇଥିବା ଏକ ଆକଳନ। ପ୍ରକୃତ ବିକ୍ରିରେ ଅନଲାଇନ ଡିସକାଉଣ୍ଟ, ଖୁଚୁରା ବିକ୍ରେତାଙ୍କ ଅଂଶ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ଥାଏ।

ବହି ଲେଖୁଥିବା ଲେଖକଙ୍କୁ ତାଙ୍କର ବିକ୍ରି ଉପରେ ରୟାଲ୍ଟି ମିଳିଥାଏ। ଭାରତରେ ହାର୍ଡକଭର୍‌ ବହିଗୁଡ଼ିକ ପାଇଁ ସାଧାରଣତଃ ୧୦ ରୁ ୧୨.୫ ପ୍ରତିଶତ ରୟାଲ୍ଟିର ଆକଳନ କରାଯାଇଥାଏ। କିଛି ବଡ଼ ଲେଖକଙ୍କ ମାମଲାରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରୟାଲ୍ଟି ମଧ୍ୟ ମିଳିଥାଏ।

ତଥାପି, ସୋନିଆ ଗାନ୍ଧୀ ଏବଂ HarperCollins India ମଧ୍ୟରେ ହୋଇଥିବା ଚୁକ୍ତିର ସର୍ତ୍ତାବଳୀ ଏବଂ ରୟାଲ୍ଟି ଏପର୍ଯ୍ୟନ୍ତ ସର୍ୱସାଧାରଣ କରାଯାଇ ନାହିଁ। ତେଣୁ ତାଙ୍କର ଆୟର ସଠିକ ପରିମାଣ କହିବା ଟିକେ କଷ୍ଟକର। ତଥାପି ସାଧାରଣ ରୟାଲ୍ଟି ହାରକୁ ଦୃଷ୍ଟିରେ ରଖି ଆମେ ଆକଳନ କରିପାରିବା ଯେ ଯଦି ୧୦ ପ୍ରତିଶତ ରୟାଲ୍ଟି ମିଳେ ତେବେ ୨ ଲକ୍ଷ ବହିରୁ ୨.୬୦ କୋଟି ଟଙ୍କା ମିଳିବ। ଯଦି ୧୨.୫ ପ୍ରତିଶତ ରୟାଲ୍ଟି ମିଳେ ତେବେ ୩.୨୫ କୋଟି ଟଙ୍କା ମିଳିବ। ସେହିପରି ୧୫ ପ୍ରତିଶତରେ ୩.୯୦ କୋଟି ଟଙ୍କା ମିଳିବ।

ବହି ଦୁନିଆରେ ଆଉ ଏକ ପଦ୍ଧତି ମଧ୍ୟ ରହିଛି, ଯାହାକୁ ଆଡଭାନ୍ସ ରୟାଲ୍ଟି କୁହାଯାଏ। ବଡ଼ ଏବଂ ଚର୍ଚ୍ଚିତ ଲେଖକମାନଙ୍କୁ ପ୍ରକାଶକ ବହି ବଜାରକୁ ଆସିବା ପୂର୍ୱରୁ ହିଁ ଏକ ର୍ନିଦ୍ଦିଷ୍ଟ ପରିମାଣର ଅର୍ଥ ଦେଇଥାନ୍ତି। ଏହାକୁ ଆଡଭାନ୍ସ କୁହାଯାଏ।

ପରେ ବହି ବିକ୍ରିରୁ ମିଳୁଥିବା ରୟାଲ୍ଟିକୁ ଏହି ଆଡଭାନ୍ସ ସହିତ ଆଡଜଷ୍ଟ କରାଯାଇଥାଏ। ପ୍ରକୃତରେ ଯେତେବେଳେ ପର୍ଯ୍ୟନ୍ତ ବିକ୍ରିରୁ ମିଳୁଥିବା ରୟାଲ୍ଟି ଆଡଭାନ୍ସର ପରିମାଣ ସହିତ ସମାନ ନ ହୋଇଛି, ସେତେବେଳେ ପର୍ଯ୍ୟନ୍ତ ଲେଖକଙ୍କୁ ଅତିରିକ୍ତ ରୟାଲ୍ଟିର ପେମେଣ୍ଟ ମିଳେ ନାହିଁ। ସୋନିଆ ଗାନ୍ଧୀଙ୍କୁ ଏହି ବହି ପାଇଁ କେତେ ଆଡଭାନ୍ସ ମିଳିଛି, ସେହି ସୂଚନା ମଧ୍ୟ ସର୍ୱସାଧାରଣ କରାଯାଇ ନାହିଁ।

ଏହି ବହିର ଲୋକପ୍ରିୟତାର ଅନୁମାନ ଏହାଦ୍ୱାରା କରାଯାଇପାରେ ଯେ ରିଲିଜ ଦିନ ମାତ୍ର ୧୦ ମିନିଟ ଭିତରେ ୧୫ ହଜାରରୁ ଅଧିକ କପି ପାଠକମାନଙ୍କ ନିକଟରେ ପହଞ୍ଚାଯାଇଥିଲା। ପ୍ରକାଶକଙ୍କ CEO କହିଛନ୍ତି ଯେ ଏହି ବହି ସବୁଠାରୁ ଦ୍ରୁତ ଗତିରେ ବିକ୍ରି ହେଉଥିବା ବହି, ଡେବ୍ୟୁ ବହି, ନନ-ଫିକ୍ସନ ବହି ଏବଂ ସ୍ମୃତିଚାରଣ ଭଳି ଅନେକ ରେକର୍ଡ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରେ ଏହି ଦେଶ, ଭାରତର ସ୍ଥାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୧୧: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ…

SRCଙ୍କ ବଡ଼ ପଦକ୍ଷେପ: ୨୦ ତାରିଖ ଯାଏଁ ବନ୍ଦ ରହିବ ବେଳାଭୂମି

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା ଓଡ଼ିଶା…

ଆଇସିସି ଦିନିକିଆ ରାଙ୍କିଙ୍ଗରେ ବଡ଼ ଧରଣର ଓଲଟପାଲଟ, ରୋହିତ-ଶ୍ରେୟସଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୧୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି (ICC) ପକ୍ଷରୁ ନୂତନ ଦିନିକିଆ ରାଙ୍କିଙ୍ଗ…

IPLରୁ ସନ୍ନ୍ୟାସ ନେବା ପରେ ଏଭଳି ସେଲିବ୍ରେଶନ କଲେ ଧୋନୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୮।୧୧: IPLକୁ ଅଲ୍‌ବିଦା କହିବା ପରେ ନିଜ ଅବସରକୁ ନିଆରା ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର…

ଯୁବପିଢିଙ୍କ ପାଇଁ ବଡ଼ ଖବର: ବଦଳିଲା ୨୫ବର୍ଷ ପୁରୁଣା ସରକାରୀ ଚାକିରି ନିୟମ, ଏମାନଙ୍କୁ ମିଳିବ…

ନୂଆଦିଲ୍ଲୀ,୧୮।୧୧: ମଧ୍ୟପ୍ରଦେଶର ଯୁବବର୍ଗ ଏବଂ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ସରକାରୀ ଚାକିରିରେ ନିଯୁକ୍ତି ଏବଂ…

ରାମ କେବଳ ଏକ ଧର୍ମର ନୁହନ୍ତି, ସବୁ ଭାରତୀୟଙ୍କ ରକ୍ତରେ ଅଛନ୍ତି: ଚର୍ଚ୍ଚାରେ ଜାଭେଦ ଅଖତରଙ୍କ ମନ୍ତବ୍ୟ

ବିଶିଷ୍ଟ ଗୀତିକାର ଓ ପଟ୍ଟକଥା ଲେଖକ ଜାଭେଦ ଅଖତର ଭଗବାନ ଶ୍ରୀରାମଙ୍କ ପ୍ରଶଂସା କରି କହିଛନ୍ତି। ରାମ ଏକ ପୂଜନୀୟ ବ୍ୟକ୍ତିତ୍ୱ। ତାଙ୍କ ମହତ୍ତ୍ୱ କୌଣସି ଗୋଟିଏ…

କାରକୁ ପିଟିଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ୪ ଖବରଦାତା

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସଡ଼କ ଦୁର୍ଘଟଣା ସାଧାରଣରେ ପରିଣତ ହୋଇଛି। ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର…

ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ଖୁଲାସା: ଦଳକୁ ଫେରିବେ ଏହି ୩ ଧୁରନ୍ଧର ବୋଲର!

ନୂଆଦିଲ୍ଲୀ, ୧୮।୧୧: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ନିଜ ଦଳର ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ। ୱେଲିଂଟନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?