ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ, ଜରୁରୀ ନିର୍ଦ୍ଦେଶନାମା ଜାରି କରି…

କୃଷ୍ଣପ୍ରସାଦ,୧୮।୧୧:  ସମ୍ଭାବ୍ୟ ବାତ୍ୟା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଚିଲିକା ହ୍ରଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ସୋମବାରଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏନେଇ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରଶାସନିକ ସୂଚନା ଅନୁଯାୟୀ, ଏହି କଟକଣା ସମୟରେ ସାତପଡ଼ା-ଜହ୍ନିକୁଦା ମଧ୍ୟରେ ଚଳାଚଳ କରୁଥିବା ଯାତ୍ରୀବାହୀ ଭସାପୋଲ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହା ସହିତ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ମୋଟର ବୋଟ୍ ଏବଂ ଡଙ୍ଗା ଚଳାଚଳ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ବାତ୍ୟା ପ୍ରଭାବରେ ଚିଲିକା ମଧ୍ୟରେ ପ୍ରବଳ ପବନ ବହିବା ସହ ଉଚ୍ଚ ଜୁଆର ଆସିବାର ଆଶଙ୍କା ରହିଥିବାରୁ କୌଣସି ଅଘଟଣକୁ ଏଡ଼ାଇବାକୁ ପ୍ରଶାସନ ଏହି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।

ଅନ୍ୟପକ୍ଷରେ, ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଚିଲିକା ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ଡଙ୍ଗାଗୁଡ଼ିକୁ ସୁରକ୍ଷିତ ଭାବେ କୂଳରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରେ ଏହି ଦେଶ, ଭାରତର ସ୍ଥାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୧୧: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ…

SRCଙ୍କ ବଡ଼ ପଦକ୍ଷେପ: ୨୦ ତାରିଖ ଯାଏଁ ବନ୍ଦ ରହିବ ବେଳାଭୂମି

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା ଓଡ଼ିଶା…

Belonging: A Journey of Love: ବହିରୁ ୩କୋଟି ରୋଜଗାର କଲେଣି ସୋନିଆ ଗାନ୍ଧୀ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୮।୧୧: ବହି ଲେଖିବା କେବଳ ଜଣେ ଲେଖକ ପାଇଁ ନିଜର କାହାଣୀ ଦୁନିଆରେ ପହଞ୍ଚାଇବାର ଜରିଆ ନୁହେଁ, ବରଂ ରୋଜଗାରର ଏକ ବଡ଼ ମାଧ୍ୟମ ମଧ୍ୟ ପାଲଟିପାରେ।…

ଆଇସିସି ଦିନିକିଆ ରାଙ୍କିଙ୍ଗରେ ବଡ଼ ଧରଣର ଓଲଟପାଲଟ, ରୋହିତ-ଶ୍ରେୟସଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୧୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି (ICC) ପକ୍ଷରୁ ନୂତନ ଦିନିକିଆ ରାଙ୍କିଙ୍ଗ…

IPLରୁ ସନ୍ନ୍ୟାସ ନେବା ପରେ ଏଭଳି ସେଲିବ୍ରେଶନ କଲେ ଧୋନୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୮।୧୧: IPLକୁ ଅଲ୍‌ବିଦା କହିବା ପରେ ନିଜ ଅବସରକୁ ନିଆରା ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର…

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ ଦିନ ଦର୍ଶନ ବନ୍ଦ, ପୁରୀ ଆସୁଥିଲେ ଜାଣି ରଖନ୍ତୁ…

ପୁରୀ,୧୮ା୧୧: ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ପୁରୀର ଆରାଧ୍ୟ ସ୍ଥଳୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼…

ଯୁବପିଢିଙ୍କ ପାଇଁ ବଡ଼ ଖବର: ବଦଳିଲା ୨୫ବର୍ଷ ପୁରୁଣା ସରକାରୀ ଚାକିରି ନିୟମ, ଏମାନଙ୍କୁ ମିଳିବ…

ନୂଆଦିଲ୍ଲୀ,୧୮।୧୧: ମଧ୍ୟପ୍ରଦେଶର ଯୁବବର୍ଗ ଏବଂ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ସରକାରୀ ଚାକିରିରେ ନିଯୁକ୍ତି ଏବଂ…

ରାମ କେବଳ ଏକ ଧର୍ମର ନୁହନ୍ତି, ସବୁ ଭାରତୀୟଙ୍କ ରକ୍ତରେ ଅଛନ୍ତି: ଚର୍ଚ୍ଚାରେ ଜାଭେଦ ଅଖତରଙ୍କ ମନ୍ତବ୍ୟ

ବିଶିଷ୍ଟ ଗୀତିକାର ଓ ପଟ୍ଟକଥା ଲେଖକ ଜାଭେଦ ଅଖତର ଭଗବାନ ଶ୍ରୀରାମଙ୍କ ପ୍ରଶଂସା କରି କହିଛନ୍ତି। ରାମ ଏକ ପୂଜନୀୟ ବ୍ୟକ୍ତିତ୍ୱ। ତାଙ୍କ ମହତ୍ତ୍ୱ କୌଣସି ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?