ଅଚାନକ ଡହ ଜଳଭଣ୍ଡାରରେ ପହଞ୍ଚିଲେ ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ, ସ୍ଥିତି ସମୀକ୍ଷା କରି…

ଭଞ୍ଜନଗର,୧୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାବାସୀ ଗତବନ୍ୟାରୁ ମୁକୁଳି ନ ଥିବାବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୧୯ ଓ ୨୦ ତାରିଖ ଗୁରୁବାର ଓ ଶୁକ୍ରବାରରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ଥିବାରୁ ଗଞ୍ଜାମ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଦୁଇ ଦିନ ଜିଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ଭି.କୀର୍ତ୍ତିଭାସନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ବୁଧବାର ବ୍ରହ୍ମପୁର ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ ଅଚାନକ ଡହ ଜଳଭଣ୍ଡାରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଗତ ବାତ୍ୟା ସମୟରେ ଜଳଭଣ୍ଡାରରେ ଜଳସ୍ତର, ବର୍ଷା ପରିମାଣ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ଏଥିସହ ଆଗକୁ ବର୍ଷା ନ ହେଲେ ରବି ଫସଲ ପାଇଁ ଜଳ ଉପଲବ୍ଧତା କିପରି ରହିବ, ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ଜଳଭଣ୍ଡାରର ଉପରମୁଣ୍ଡରୁ ନାଳ ଜଳ ପ୍ରବାହିତ ହୋଇ ଆସିଲେ ରବି ଫସଲ ପାଇଁ ଆବଶ୍ୟକ ଜଳ ମିଳିପାରିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କଟେଶ ତାଙ୍କୁ ଅବଗତ କରାଇଥିଲେ।

ବୁଧବାର ଅପରାହ୍ନ ୧ଟା ସୁଦ୍ଧା ଡହ ଜଳଭଣ୍ଡାରରେ ୫୬ ପ୍ରତିଶତ ଜଳ ମହଜୁଦ୍‌ ଥିବାବେଳେ ଗୁରୁବାର ସକାଳ ସୁଦ୍ଧା ଏହାକୁ ୫୦ ପ୍ରତିଶତକୁ ହ୍ରାସ କରିବାର ଯୋଜନା ରହିଛି। ସେହିପରି ଭଞ୍ଜନଗର, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରର ଜଳସ୍ତର ମଧ୍ୟ ହ୍ରାସ କରାଯାଉଛି।

ଅନ୍ୟପକ୍ଷରେ ଜିଲାପାଳ ଭି. କୀର୍ତ୍ତିଭାସନ ଓ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଓ ଥଇଥାନ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି। ଜଳସମ୍ପଦ, ପଞ୍ଚାୟତିରାଜ, ରାଜସୱ ବିଭାଗ ସମେତ ପୋଲିସ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳ ଓ ଖାଲୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ମାଗଣା ଖାଦ୍ୟ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି। ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ଜନସାଧାରଣ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ଅପରପକ୍ଷେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ପ୍ରସାଶନ ପକ୍ଷରୁ ମହଜୁଦ ରଖାଯାଇଛି। ଆହୁରି ଅଧିକ ଦିନ ପାଇଁ ଖାଦ୍ୟ ପଠାଇବା ବ୍ୟବସ୍ଥା କରାଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଲୋକଙ୍କ ଧନଜୀବନ ଯେଭଳି କୌଣସି କ୍ଷତି ନ ହେବ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ବାରମ୍ବାର ଆଲୋଚନା କରୁଛନ୍ତି। ଥଇଥାନ ବ୍ୟବସ୍ଥା ସମେତ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରୁଛନ୍ତି।
ଲୋକଙ୍କୁ ମଧ୍ୟ ସଚେତନ ହୋଇ ପ୍ରଶାସନକୁ ସହଯୋଗ କରିବା ପାଇଁ ବିଧାୟକ ଆହ୍ବାନ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନଭେମ୍ବର ୧୯ରେ ବନ୍ଦ ରହିବ UPI ସେବା

ନୂଆଦିଲ୍ଲୀ, ୧୮।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍‌ ପାଇଁ ବ୍ୟାଙ୍କର UPI…

ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ, ଜରୁରୀ ନିର୍ଦ୍ଦେଶନାମା ଜାରି କରି…

କୃଷ୍ଣପ୍ରସାଦ,୧୮।୧୧: ସମ୍ଭାବ୍ୟ ବାତ୍ୟା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଚିଲିକା ହ୍ରଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ସୋମବାରଠାରୁ…

ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରେ ଏହି ଦେଶ, ଭାରତର ସ୍ଥାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୧୧: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ…

SRCଙ୍କ ବଡ଼ ପଦକ୍ଷେପ: ୨୦ ତାରିଖ ଯାଏଁ ବନ୍ଦ ରହିବ ବେଳାଭୂମି

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା ଓଡ଼ିଶା…

Belonging: A Journey of Love: ବହିରୁ ୩କୋଟି ରୋଜଗାର କଲେଣି ସୋନିଆ ଗାନ୍ଧୀ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୮।୧୧: ବହି ଲେଖିବା କେବଳ ଜଣେ ଲେଖକ ପାଇଁ ନିଜର କାହାଣୀ ଦୁନିଆରେ ପହଞ୍ଚାଇବାର ଜରିଆ ନୁହେଁ, ବରଂ ରୋଜଗାରର ଏକ ବଡ଼ ମାଧ୍ୟମ ମଧ୍ୟ ପାଲଟିପାରେ।…

ଆଇସିସି ଦିନିକିଆ ରାଙ୍କିଙ୍ଗରେ ବଡ଼ ଧରଣର ଓଲଟପାଲଟ, ରୋହିତ-ଶ୍ରେୟସଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୧୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି (ICC) ପକ୍ଷରୁ ନୂତନ ଦିନିକିଆ ରାଙ୍କିଙ୍ଗ…

IPLରୁ ସନ୍ନ୍ୟାସ ନେବା ପରେ ଏଭଳି ସେଲିବ୍ରେଶନ କଲେ ଧୋନୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୮।୧୧: IPLକୁ ଅଲ୍‌ବିଦା କହିବା ପରେ ନିଜ ଅବସରକୁ ନିଆରା ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର…

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ ଦିନ ଦର୍ଶନ ବନ୍ଦ, ପୁରୀ ଆସୁଥିଲେ ଜାଣି ରଖନ୍ତୁ…

ପୁରୀ,୧୮ା୧୧: ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ପୁରୀର ଆରାଧ୍ୟ ସ୍ଥଳୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?