ଜମୁଛି ଶିଶିର ସରସ ମେଳା

ଭୁବନେଶ୍ୱର,୨।୧(ବ୍ୟୁରୋ): ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳା ପୁଣି ଲୋକଙ୍କ ନିକଟକୁ ଫେରିଛି। ଏଥର ଏହା ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି। ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୧ଟାରୁ ରାତି ୯ଟା ଯାଏ ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଥିବା ଏହି ମେଳାରେ ଦିନକୁ ଦିନ ବେପାର ବଢ଼ିବାରେ ଲାଗିଛି। ବିଶେଷକରି ମେଳାର ଷଷ୍ଠ ଦିନ ଶନିିବାର ଗ୍ରାହକଙ୍କ ଅଧିକ ସମାଗମ ଦେଖିବାକୁ ମିଳିଥିଲା। ନୂଆବର୍ଷରେ ପରିବାର ସହିତ ମେଳା ବୁଲି ଭଳିକି ଭଳି ସାମଗ୍ରୀ କିଣିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ ସହରବାସୀ।

ମେଳାରେ ମୋଟ ୩୦୦ଟି ଷ୍ଟଲ୍‌ ରହିଛି। ଏଥିରେ ରାଜ୍ୟର ୩୦ ଜିଲା ସମେତ ଦେଶର ପ୍ରାୟ ୨୨ ରାଜ୍ୟରୁ ଆସିଥିବା ୪୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ୫୦୦ରୁ ଅଧିକ କାରିଗର ତଥା ବିକ୍ରେତା ଯୋଗଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, କର୍ନାଟକ, ଆସାମ, ବିହାର, ରାଜସ୍ଥାନ, ଗୋଆ, ଗୁଜରାଟ, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର, ପଞ୍ଜାବ, ତେଲଙ୍ଗାନା, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ତାଲିମନାଡୁ ଆଦି ରାଜ୍ୟର କାରିଗରଙ୍କ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି। ସେହିପରି ମେଳା ପରିସରରେ ୧୦ଟି ଷ୍ଟଲ୍‌କୁ ନେଇ ଖୋଲିଛି ଫୁଡ୍‌ କୋର୍ଟ, ଯେଉଁଥିରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ଖାଦ୍ୟ ଭିନ୍ନ ଆକର୍ଷଣ ପାଲଟିଛି। ଏଥିରେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌, ବାରିପଦାର ମୁଢ଼ି ମାଂସ ସହ ଅନ୍ୟ ରାଜ୍ୟର ମଧ୍ୟ ଖାଦ୍ୟ ମଧ୍ୟ ସାମିଲ ରହିଛି। କୋରପୁଟ କଫିର ମଜା ନେବା ପାଇଁ ସ୍ବତନ୍ତ୍ର କୋରାପୁଟ କାଫେ ଷ୍ଟଲ୍‌ ମଧ୍ୟ ଖୋଲାଯାଇଛି।

ମେଳା ବୁଲିବାକୁ ଆସିଥିବା ସାମାଜିକ କର୍ମୀ ମୀରା ପରିଡା କହିଛନ୍ତି, ରାଜଧାନୀବାସୀ ଏହି ମେଳାକୁ ବେଶ୍‌ ପସନ୍ଦ କରୁଛନ୍ତି। ୨ବର୍ଷ ପରେ ଖୋଲିଥିବାରୁ ଖୁସି ଲାଗୁଛି। କିନ୍ତୁ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଲୋକଙ୍କ ଭିଡ଼ ଚିନ୍ତାର ବିଷୟ ପାଲଟିଛି। ବୁଲିବାକୁ ବା କିଣିବାକୁ ଆସୁଥିବା ଲୋକ ଭୟ ଭିତରେ ରହି କିଣାକିଣି କରୁଛନ୍ତି। ସଚେତନତା ଅବଲମ୍ବନ କରି ଆମେ ମଧ୍ୟ ବୁଲିବାକୁ ଆସୁଛୁ। ଜିନିଷ ପସନ୍ଦ ହେଲେ କିଣୁଛୁ। ଗୋଟିଏ ଜାଗାରେ ସବୁ ଜିନିଷ ମିଳୁଥିବାରୁ ମଜା ବି ଲାଗୁଛି। ଯାଜପୁରରୁ ଆସିଥିବା ମହିଳା ବେତ କରିଗର ସାୟା ରାଉତ କୁହନ୍ତି, ବିଭିନ୍ନ ବେତ ସାମଗ୍ରୀ, ଟେମ୍ପୁଲ ପେଡି, ରାଉଣ୍ଡ ପେଡି,ଦୀପ ପେଡି, ଚାରି ଓ ଛ’ କାନିଆ ବାକ୍ସ, ମୋବାଇଲ ଷ୍ଟାଣ୍ଡ୍‌, ପେନ ଷ୍ଟାଣ୍ଡ ଆଦି ବେପାର କରୁଛି। ଗହଳି ମଧ୍ୟମ ଧରଣର ରହିଛି। ବେପାରବି ସେହିଭଳି ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri