ପ୍ୟାସି ହୁଁ ମେଁ ତୁମ୍‌କୋ ପିଲାକେ…

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ କର୍ନାଟକର ଗାୟକ ବାସୁ ମୁଖ୍ୟ ଆକର୍ଷଣ ସାଜିଥିଲେ। ଫ୍ୟୁଜନ୍‌ର ତାଳେତାଳେ ଉପସ୍ଥିତ ଶ୍ରୋତାଙ୍କୁ ମତୁଆଲା କଲେ ଗାୟକ ବାସୁ। ପ୍ୟାସି ହୁଁ ମେଁ ତୁମକୋ ପିଲାକେ… ଥକ୍‌ ଗେୟି ହୁଁ ମୋଡ଼ ପେ ରୁକେ ସଙ୍ଗୀତରୁ ଆରମ୍ଭ ହୋଇଥିଲା ବାସୁଙ୍କ ଝଲକ। ତାମିଲନାଡ଼ୁ ଓ କର୍ନାଟକ ମଧ୍ୟରେ ୨୦୦ବର୍ଷ ଧରି କାବେରୀ ନଦୀକୁ ନେଇ ସୃଷ୍ଟ ବିବାଦକୁ ନେଇ ପ୍ରସ୍ତୁତ ଏହି ଗୀତକୁ ଖୁବ୍‌ ସୁନ୍ଦର ଭାବରେ ସେ ଶ୍ରୋତାଙ୍କ ପାଖେ ଉପସ୍ଥାପନ କରିଥିଲେ। ପରେ ୟେସୁ ଆଲା ଔର କ୍ରିଷ୍ଣା କୋନ ଭଗବାନ ହେ ଅପ୍‌ନା ସଙ୍ଗୀତ ପରିବେଷଣ କରିଥିଲେ। ନିଜ ମୁହଁରେ ପଲିଥିନ୍‌କୁ ଘୋଡ଼ାଇ ଦେଲେ ଆମେ କିଭଳି ଅଣନିଶ୍ୱାସୀ ହୋଇ ଯାଉଛନ୍ତି ସେହିପରି ପଲିଥିନ୍‌ ବା ପ୍ଲାଷ୍ଟିକ ଦ୍ୱାରା ପରିବେଶ, ମୃତ୍ତିକା କିଭଳି ନଷ୍ଟ ହେଉଛି , ପୋଡ଼ା ହେବା ଦ୍ୱାରା ମଣିଷ କିଭଳି ରୋଗର ଶିକାର ହେଉଛନ୍ତି, ପଶୁମାନେ ଏହାକୁ ଖାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଏଭଳି କିଛି ବାର୍ତ୍ତାକୁ ଏକ କ୍ଷୁଦ୍ର ଭିଡିଓ ମାଧ୍ୟମରେ ଅଭିନୟ କରି ଉପସ୍ଥିତ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥିଲେ। ପରେ ପରେ କେହତି ହେ ପ୍ୟାର ତୁଝକୋ ବଢ଼ତି ଦିୱାରେ, କନ୍ନଡ଼ ସଙ୍ଗୀତ ରାଗି ତନ୍ଦିରା, କାଣ୍ଟୋ କି ମୋସମ ମେ ଫୁଲୋକି ଖୁସବୁ ପ୍ରମୁଖ ସଙ୍ଗୀତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଗାୟକ ବାସୁ କହିଛନ୍ତି, କହିବା ସହ କାମରେ କରିବା ଆବଶ୍ୟକ, ଯାହା ଧରିତ୍ରୀରେ ଯୋଗଦେବା ପରେ ଅନୁଭବ କଲି। ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ସଙ୍ଗୀତ ମାଧ୍ୟମରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ବାର୍ତ୍ତା ପହଞ୍ଚି ପାରିବ। ସମସ୍ତେ ଏଭଳି ସମସ୍ୟାର ସମାଧାନ ପାଇଁ ସଜାଗ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri