ଚାଇନାର ଋଣଯନ୍ତା

ବ୍ରହ୍ମ ଚେଲାନି

୨୦୧୪ରେ ଚାଇନା ସହ କେନିଆର ଏକ ଋଣଚୁକ୍ତି ହୋଇଥିଲା। ଏକ ବିବାଦୀୟ ରେଲଓ୍ବେ ପ୍ରୋଜେକ୍ଟକୁ ଅର୍ଥ ଯୋଗାଣ ପାଇଁ ଏହି ଚୁକ୍ତି କରାଯାଇଥିଲା। ନିକଟରେ ଚୁକ୍ତି ସମ୍ପର୍କିତ ସବିଶେଷ ବିବରଣୀ ପ୍ରକାଶ ପାଇଥିଲା। ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଋଣ ଦେଇ ଯେଭଳି ଲୁଟ କରୁଛି ସେହି ପ୍ରବୃତ୍ତିକୁ ଏହା ସାମ୍ନାକୁ ଆଣିଛି। ଋଣ ସମ୍ପର୍କିତ ଚୁକ୍ତି ଋଣଗ୍ରହୀତାଙ୍କ ଉପରେ ସବୁ ବିପଦ ଲଦିଦେଇ ଏହାକୁ ଏକ ଅନିୟନ୍ତ୍ରିତ ସ୍ତରକୁ ପହଞ୍ଚାଇ ଦେଉଛି। ଚାଇନା ଏଭଳି ସର୍ତ୍ତ ରଖୁଛି ଯେଉଁଥିରେ ବିଶ୍ୱର ଅନେକ ଦେଶ ତା’ ସାବଭୌମତ୍ୱ ନଷ୍ଟକାରୀ ଋଣଯନ୍ତାରେ ଫସିଯାଇଛନ୍ତି। ବିଗତ ଦଶନ୍ଧିରେ ଚାଇନା ବିଶ୍ୱରେ ସବୁଠୁ ଅଧିକ ଋଣଦାତା ଦେଶ ହୋଇପାରିଛି। ଏହି ସମୟରେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକୁ ତିନିଗୁଣ ଅଧିକ ଋଣ ପ୍ରଦାନ କରିଛି ଓ ୨୦୨୦ ଶେଷସୁଦ୍ଧା ଏହା ବୃଦ୍ଧି ପାଇ ୧୭୦ ବିଲିୟନ ଡଲାରରେ ପହଞ୍ଚିଛି। ଏହାର ବକେୟା ବୈଦେଶିକ ଋଣ ଏବେ ବୈଶ୍ୱିକ ଜିଡିପିର ୬%କୁ ଟପିଯାଇଛି। ଏହା ଚାଇନାକୁ ବୈଶ୍ୱିକ ଋଣ ପ୍ରଦାନକାରୀ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌)ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କରିପାରିଛି। ଚାଇନା ୮୩୮ ବିଲିୟନ ଡଲାରର ବେଲ୍ଟ ଓ ରୋଡ୍‌ ଇନିସିଏଟିଭ(ବିଆର୍‌ଆଇ)ରେ ଋଣ ପ୍ରଦାନ କରିଥିବାରୁ ଏହା ଭିତ୍ତିଭୂମି ପ୍ରୋଜେକ୍ଟ କ୍ଷେତ୍ରରେ ବିଶ୍ୱର ସବୁଠୁ ବୃହତ୍‌ ପାଣ୍ଠି ଯୋଗାଣକାରୀ ସଂସ୍ଥା ବିଶ୍ୱ ବ୍ୟାଙ୍କକୁ ଟପିଯାଇଛି।
ଚାଇନା ସୃଷ୍ଟ କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବା ପରଠାରୁ ଭିତ୍ତିଭୂମି ପ୍ରୋଜେକ୍ଟ ପାଇଁ ଚାଇନା ଅନ୍ୟ ଦେଶଗୁଡ଼ିକୁ ଦେଉଥିବା ଋଣ ହ୍ରାସ ପାଇଛି ( ୨୦୧୯ ପର୍ଯ୍ୟନ୍ତ ଏହା ଦ୍ରୁତଗତିରେ ବୃଦ୍ଧି ପାଉଥିଲା)। ଏଭଳି ହ୍ରାସ ପାଇବା ଧାରା ଋଣ ପ୍ରଦାନରେ ଚାଇନାର ଉପନିବେଶବାଦ ଶୈଳୀ ଶେଷ ହେବାର ଶୁଭସଙ୍କେତ ଦେଉଛି। କିନ୍ତୁ ବିଶେଷକରି ଚାଇନାର ଋଣରେ ବୁଡ଼ିଯାଇଥିବା କେନିଆ ସହ ବିଆର୍‌ଆଇ ସହଭାଗୀ ଦେଶଗୁଡ଼ିକୁ ବେଲ୍‌ଆଉଟ ଲେଣ୍ଡିଂ(ଋଣଜନିତ ଦେବାଳିଆ ସ୍ଥିତିରୁ ମୁକୁଳିିବା ଲାଗି ଆର୍ଥିକ ସହାୟତା ପ୍ରଦାନ) ବୃଦ୍ଧି ଯୋଗୁ ଋଣ ହ୍ରାସ ସମତୁଲ ସ୍ତରକୁ ଆସିଯାଇଛି। ଏବେ ବେଲଆଉଟ ଲେଣ୍ଡିଂ ସ୍ତର ବହୁ ଅଧିକ ରହିଛି। କେବଳ ଆର୍ଜେଣ୍ଟିନା, ପାକିସ୍ତାନ ଏବଂ ଶ୍ରୀଲଙ୍କା ନିଜ ଦେବାଳିଆ ସ୍ଥିତିରୁ ସୁରକ୍ଷା ପାଇବା ଲାଗି ଚାଇନାଠାରୁ ୨୦୧୭ରୁ ୩୨.୮ ବିଲିୟନ ଡଲାର ଗ୍ରହଣ କରିଛନ୍ତି। ପାକିସ୍ତାନ ସବୁଠୁ ଅଧିକ ଋଣ ନେଇଛି। ୨୦୧୮ ପରଠାରୁ ଚାଇନାଠାରୁ ଏବେସୁଦ୍ଧା ୨୧.୯ ବିଲିୟନ ଡଲାର ଜରୁରିକାଳୀନ ଋଣ ଗ୍ରହଣ କରିଛି। ଏଥିରୁ ବୁଝାପଡ଼ୁଛି ଯେ, ଚାଇନା ତା’ ଋଣ ଜାଲରେ ଦେଶଗୁଡ଼ିକୁ ପକାଉଛି। ନିର୍ଦ୍ଦିଷ୍ଟ ଭାବେ ଚାଇନାର ଋଣଚୁକ୍ତିର ରହସ୍ୟ ଗୁପ୍ତ ରଖାଯାଇଥାଏ। କେନିଆ ଗୋପନୀୟ ଆଇନଗତ ଧାରାକୁ ଶେଷ କରି ରହସ୍ୟ ଉଦ୍‌ଘାଟନ କରି ଚୁକ୍ତିର ଉଲ୍ଲଂଘନ କରିଛି। ଦେଖାଯାଏ, ଅନେକ ଘଟଣାରେ ଋଣ ସମ୍ପର୍କରେ ଟିକସଦାତାଙ୍କୁ ଜଣାଯାଏ ନାହିଁ। ଚାଇନା ଅଧିକ ଋଣ ସିଧାସଳଖ ସରକାରଙ୍କୁ ଦେଉନାହିଁ। ଏହା ବଦଳରେ ଋଣ ନେଉଥିବା ଦେଶରେ ସରକାରଙ୍କ ଅଧୀନରେ ଥିବା କମ୍ପାନୀ, ବ୍ୟାଙ୍କ, ସ୍ପେଶିଆଲ ପର୍ପସ ଭେହିକିଲ ଏବଂ ପ୍ରାଇଭେଟ୍‌ ସେକ୍ଟର ସଂସ୍ଥାଗୁଡ଼ିକୁ ଋଣ ଦେଉଛି। ଫଳରେ ଗୁପ୍ତ ଋଣର ରହସ୍ୟ ଗୋପନୀୟତା ରହୁନାହିଁ।
ଲାଓସ କଥା ଚିନ୍ତା କରାଯାଉ। ସେଠାରେ ଚାଇନାଠାରୁ ପାଇଥିବା ଗୁପ୍ତ ଋଣ ସରକାରୀ ଋଣଠାରୁ ଅଧିକ ହୋଇଛି। ମହାମାରୀ ଝଟ୍‌କା ପରେ ଋଣ ଖିଲାପ ଟାଳିବାକୁ ଏହି କ୍ଷୁଦ୍ର ଦେଶ ତା’ ଭୂମି ଓ ପ୍ରାକୃତିକ ସମ୍ପଦ ପରିବର୍ତ୍ତେ ଜାତୀୟ ବିଦ୍ୟୁତ୍‌ ଗ୍ରୀଡ୍‌କୁ ଚାଇନାକୁ ଦେବା ପାଇଁ ବାଧ୍ୟ ହେଲା। ଏମିତି ଅନେକ ଦେଶ ଚାଇନାଠାରୁ ଋଣ ନେଇ ସୁଝି ନ ପାରି ବାଧ୍ୟ ହୋଇ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିିକୁ ତା’ହାତରେ ଟେକିଦେଇଛନ୍ତି। ତାଜିକ୍‌ସ୍ତାନ ପାମିର୍‌ ପର୍ବତର ୧,୧୫୮ ବର୍ଗ କି.ମି. ଅଞ୍ଚଳ ଚାଇନାକୁ ଦେଇ ସେଠାରୁ ସୁନା, ରୁପା ଏବଂ ଅନ୍ୟ ଖଣିଜ ସମ୍ପଦ ନେବା ଲାଗି ଅନୁମତି ଦେଇଛି। ଏହା ବ୍ୟତୀତ ଆଫ୍‌ଗାନିସ୍ତାନକୁ ଲାଗି ରହିଥିବା ତା’ସୀମାରେ ଏକ ସମାରିକ ଘାଟି ନିର୍ମାଣ କରିବାକୁ ଚାଇନାକୁ ସ୍ବୀକୃତି ଦେଇଛି।
୨୦୧୭ରେ ପ୍ରଥମେ ଶ୍ରୀଲଙ୍କାର ଋଣ ସଙ୍କଟ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା। ଚାଇନା ଋଣ ଶୁଝି ନ ପାରି ଏହା ଭାରତ ମହାସାଗର ଅଞ୍ଚଳର ରଣନୀତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହମ୍ବାନଟୋଟା ବନ୍ଦର ଏବଂ ଏହା ଚାରିପାଖର ୬,୦୦୦ ହେକ୍ଟର ଜମିକୁ ୯୯ ବର୍ଷ ଲିଜ୍‌ରେ ଚାଇନାକୁ ଦେଇଦେଲା। ଏହା ସମର୍ପି ଦେବା ସତ୍ତ୍ୱେ ଶ୍ରୀଲଙ୍କା ଚଳିତ ବର୍ଷ ପ୍ରାରମ୍ଭରେ ଋଣ ଶୁଝିବାରେ ବିଫଳ ହୋଇଥିଲା। ସେହିପରି ପାକିସ୍ତାନ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଗ୍ବା୍ବଦର ବନ୍ଦରକୁ ଚଳାଇବାକୁ ୪ ଦଶନ୍ଧି ପାଇଁ ଚାଇନାକୁ ଅଧିକାର ପ୍ରଦାନ କରିଛି। ସେହି ସମୟରେ ଚାଇନା ବନ୍ଦରରର ଆୟର ୯୧% ନେବ। ଏହା ବ୍ୟତୀତ ଚାଇନା ଓଭରସିଜ ପୋର୍ଟସ୍‌ ହୋଲ୍‌ଡିଂ କମ୍ପାନୀ ଏହି ପୋର୍ଟରେ ଉପକରଣ ଓ ଯନ୍ତ୍ରାଂଶ ସ୍ଥାପନ ସଞ୍ଚାଳନ କରିବାକ ୨୩ ବର୍ଷ ଟ୍ୟାକ୍ସ ଦେବନାହିଁ। ଗ୍ବାଦର ପାଖରେ ଚାଇନା ମଧ୍ୟ ତା’ର ଏକ ନାଭି ପୋଷ୍ଟ୍‌ କରିବାକୁ ଯୋଜନା କରିଛି। ଋଣ ଫାସରେ ପକାଇ ଚାଇନା ପୂର୍ବ ଆଫ୍ରିକୀୟ ଦେଶ ଜିବୁଟିରେ ପ୍ରଥମ ତା’ର ସାମୁଦ୍ରିକ ନାଭାଲ ବେସ୍‌ କରିବାକୁ ସକ୍ଷମ ହେଲା। ଏହା ଲୋହିତ ସାଗରର ପ୍ରବେଶ ପଥରେ ଅବସ୍ଥିତ। ଚାଇନା ଏବେ ପଶ୍ଚିମ ଆଫ୍ରିକା ଉପକୂଳରେ ବି ଏକ ନାଭାଲ ବେସ୍‌ କରିବାକୁ ଚାହଁୁଛି। ଏଥିପାଇଁ ଅତ୍ୟଧିକ ଋଣଗ୍ରସ୍ତ ନିମ୍ନ ଆୟବର୍ଗର ଦେଶ ଇକ୍ୱେଟୋରିଆଲ ଗିନିରେ ଏହା ନିର୍ମାଣ କରିବାକୁ ଅଧିକ ଆଗେଇଛି।
ବାସ୍ତବରେ ଏସବୁ ହେଉଛି ଏକ ଋଣ ରଣନୀତିର ପରିଣାମ। ଉକ୍ତ ରଣନୀତି ବିଶ୍ୱର ସବୁଆଡ଼େ ଋଣଗ୍ରହୀତାଙ୍କଠାରୁ ଲାଭ ଉଠାଇବା ଉପରେ ଧ୍ୟାନ ଦେଉଛି। ଏକ ଅନ୍ତର୍ଜାତୀୟ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଚାଇନାର ଚୁକ୍ତିଗୁଡ଼ିକରେ ରହିଥିବା ରଦ୍ଦକରିବା, ଗତିବୃଦ୍ଧି ଏବଂ ସ୍ଥିରତାର ଧାରାଗୁଡ଼ିକ ଋଣଦାତାଙ୍କ ଦେଶୀୟ ଏବଂ ବୈଦେଶିକ ନୀତିଗୁଡ଼ିକୁ ପ୍ରଭାବିତ କରିବା ଲାଗି ଋଣଦାତାଙ୍କୁ ଅଧିକ ଅନୁମତି ଦେଇଥାଏ। ଚାଇନା ବହୁ ସମୟରେ ଏହି ଅଧିକାର ବଳରେ ଏକଚାଟିଆ ଭାବେ ଋଣ ଫେରାଇବା ଲାଗି ଲାଭଜନକ ନୀତି କାର୍ଯ୍ୟକାରୀ କରିଥାଏ କିମ୍ବା ତୁରନ୍ତ ଋଣ ଶୁଝିବା ଲାଗି ଦାବି କରିଥାଏ। ଏହି ଉପାୟରେ ଚାଇନା ତା’ଆର୍ଥିକ ଓ କୂଟନୀତିକ ସ୍ବାର୍ଥ ହାସଲ କରିବାକୁ ଅତ୍ୟଧିକ ଋଣ ଦିଏ। ଚାଇନା ଲାଓସରେ ତା’ ଭୂମିକୁ ହାତେଇ ପାରିନାହିଁ ସତ, କିନ୍ତୁ ଅନ୍ତର୍ଜାତୀୟ ମଞ୍ଚରେ ଏହା ଚାଇନାର ଏକ ସହଯୋଗୀ ହୋଇଯାଇଛି। ଯଦି ଏହା ଏକ ଦେଶକୁ ଋଣ ଖିଲାପରେ ପକାଇପାରେ ତେବେ ଚାହଁୁଥିବା ସବୁ ବାଣିଜ୍ୟ ଏବଂ ନିର୍ମାଣ ଚୁକ୍ତିଗୁୁଡ଼ିକୁ ହାସଲ କରିପାରିବ। ଯଦି ଏହା କୌଣସି ଦେଶ ବନ୍ଦରକୁ ନିୟନ୍ତ୍ରଣ କରିପାରିବ, ତେବେ ତା’ ରଣନୀତିକ ସ୍ଥିତିକୁ ମଜଭୁତ କରିପାରିବ। ବିକାଶୀଳ ଦେଶଗୁଡ଼ିକ ସହ ଚାଇନାର ଋଣ ସମ୍ପର୍କିତ ଚୁକ୍ତିଗୁଡ଼ିକର ସବିଶେଷ ବିବରଣୀ ଏବେ ସୁଦ୍ଧା ସାମ୍ନାକୁ ଆସିନାହିଁ। କିନ୍ତୁ ଏହା ସ୍ପଷ୍ଟ ହୋଇଗଲାଣି ଯେ, ଚାଇନାର ଋଣଦାତା ସାମ୍ରାଜ୍ୟବାଦରେ ଉଭୟ ଋଣଗ୍ରହୀତା ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ଅତ୍ୟଧିକ ବିପଦ ରହିଛି।
ପ୍ରାଧ୍ୟାପକ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?