ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ପାରିବାରିକ, ସାମାଜିକ ଜୀବନ ଉପରେ ମଧ୍ୟ କୁପ୍ରଭାବ ପଡୁଛି। ଧୀରେ ଧୀରେ ମଦ ନିଶାର ପ୍ରକୋପ ବଢ଼ିବାରେ ଲାଗୁଛି। ଏହାର ଅନେକ କାରଣ ଅଛି। ପ୍ରଥମତଃ ମଦ ନିଶା ସେବନ ଶରୀର ଓ ମନ ପ୍ରତି କେତେ ହାନିକାରକ ସେ ସମ୍ବନ୍ଧରେ ଅନେକ ଲୋକଙ୍କ ମଧ୍ୟରେ ଠିକ୍‌ ସୂଚନାର ଅଭାବ ରହିଛି। ଏହା ବ୍ୟତୀତ ମଦ ନିଶା ଛାଡ଼ିବା ପାଇଁ ଦରକାର ପଡୁଥିବା ଉଚିତ ଚିକିତ୍ସା ରୋଗୀମାନେ ସହଜରେ ପାଇ ପାରୁନାହାନ୍ତି। ଅନେକ ଲୋକ ମଦ ନିଶା କରିବାକୁ ଏକ ବ୍ୟବହାରିକ ସମସ୍ୟା ବୋଲି ଭାବିଥାନ୍ତି। ମାତ୍ର ଚିକିତ୍ସା ବିଜ୍ଞାନରେ ଏହା ଏକ ମାନସିକ ସମସ୍ୟା ଅଟେ। ତେଣୁ ଏହାର ସଠିକ ଚିକିତ୍ସା କରିବା ଜରୁରୀ। ବିଗତ କିଛି ବର୍ଷ ମଧ୍ୟରେ ମଦ ନିଶାର ଚିକିତ୍ସା ନିମନ୍ତେ ଆଧୁନିକ ଓ ଉନ୍ନତ ପଦ୍ଧତିମାନ ବ୍ୟବହାର କରାଗଲାଣି, ଯାହା ଫଳରେ ଅନେକ ରୋଗୀ ମଦ ନିଶାର ଜାଲରୁ ମୁକ୍ତି ପାଇପାରୁଛନ୍ତି।
ମଦ ନିଶା ସାଧାରଣତଃ ଅଳ୍ପ ମାତ୍ରାରୁ ଆରମ୍ଭ ହୋଇଥାଏ। ଧୀରେ ଧୀରେ ମଦର ମାତ୍ରା ବଢ଼ିବାରେ ଲାଗିଥାଏ ଏବଂ ଖୁବ୍‌ କମ୍‌ ଦିନ ମଧ୍ୟରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ପରେ ନିଶା ଛାଡ଼ିବାକୁ ବ୍ୟକ୍ତି ପାଇଁ କଷ୍ଟକର ହୋଇଥାଏ। ଯେଉଁମାନେ ଜୀବନର ସାମାନ୍ୟ ଅସୁବିଧାରେ ନିରାଶ ହୋଇ ଯାଆନ୍ତି ଓ ଭାଙ୍ଗିପଡ଼ନ୍ତି ସେମାନେ ମଦ ନିଶା କରିବାର ଅଧିକ ସମ୍ଭାବନା ଥାଏ। ଗବେଷଣାରୁ ଜଣାପଡ଼ିଛି, ଯେଉଁ ମାତାପିତାମାନେ ମଦ ନିଶା ସେବନ କରିଥାନ୍ତି ସେମାନଙ୍କର ପିଲାମାନେ ମଧ୍ୟ ମଦ ସେବନ କରିବାର ଅଧିକ ସମ୍ଭାବନା ଥାଏ। ଏଥିନିମନ୍ତେ ଜିନ୍‌ ଗତ ଓ ପାରିପାର୍ଶ୍ୱିକ କାରଣ ଉଭୟ ଦାୟୀ।
ମଦ ନିଶାର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ
ଅଧିକ ଦିନ ପର୍ଯ୍ୟନ୍ତ ମଦ ସେବନ କଲେ ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଯାଇଥାଏ। ଏଗୁଡ଼ିକ ହେଲା ବିଭିନ୍ନ ଯକୃତ୍‌ ଜନିତ ରୋଗ (ହେପାଟାଇଟିସ, ଜଣ୍ଡିସ, ଫ୍ୟାଟି ଲିଭର, ସିରୋସିସ, ହେପାଟିକ ଫେଲୟୁର), ପାନକ୍ରିୟାଜ ଜନିତ ରୋଗ, ବିଭିନ୍ନ ପ୍ରକାରର କ୍ୟାନ୍‌ସର (ପାକସ୍ଥଳୀ ଓ ଯକୃତ କ୍ୟାନ୍‌ସର), ବିଭିନ୍ନ ସ୍ନାୟୁଜନିତ ସମସ୍ୟା ଯଥା ଗୋଡ଼ ହାତ ଦୁର୍ବଳ ହୋଇଯିବା ଓ ଛୁଞ୍ଚତ୍ ଫୋଡ଼ି ହୋଇଗଲା ଭଳି ଲାଗିବା ଓ ମାଂସପେଶୀ ଦୁର୍ବଳ ହୋଇଯିବା ଆଦି। ମଦ ସେବନ ଯୋଗୁ ବିଭିନ୍ନ ମାନସିକ ସମସ୍ୟା ଯଥା ଅନିଦ୍ରା ରୋଗ, ଡିପ୍ରେସନ, ମାନସିକ ଉନ୍ମାଦ ରୋଗ, ସାଇକୋସିସ ଓ ଏଙ୍ଗଜାଇଟି ଆରମ୍ଭ ହୋଇପାରେ। ବହୁତ ଲୋକ ଭାବିଥାନ୍ତି ନିଦ ନ ହେଲେ ମଦ ପିଇବା ଦ୍ୱାରା ନିଦ ଭଲ ଆସିଥାଏ। ମଦ ପିଇଲେ ନିଦ ଜଲଦି ଆସିଯାଇଥାଏ ସତ, କିନ୍ତୁ ମଦ ପିଇବା ଦ୍ୱାରା ରାତିରେ ନିଦ ବାରମ୍ବାର ଭାଙ୍ଗିଥାଏ। ଥରେ ନିଦ ଭାଙ୍ଗିଲେ ଆଉଥରେ ନିଦ ଆସିବାକୁ ବହୁତ ସମୟ ଲାଗିଥାଏ। ଲୋକ ଯେତିକି ସମୟ ବି ଶୋଇଥାଏ, ତା’ର ନିଦ ବହୁତ ହାଲୁକା ହୋଇଥାଏ।
ଦୀର୍ଘଦିନ ପର୍ଯ୍ୟନ୍ତ ମଦ ସେବନ ଯୋଗୁ ଶରୀରରେ ‘ଥାୟାମିନ’ ନାମକ ଭିଟାମିନ୍‌ର ଅଭାବ ପରିଲକ୍ଷିତ ହୋଇଥାଏ। ଏହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ଦୀର୍ଘସ୍ଥାୟୀ କୁପ୍ରଭାବ ପଡ଼ିଥାଏ। ଏଥିଯୋଗୁ ରୋଗୀର ସ୍ମରଣ ଶକ୍ତି ହ୍ରାସ ପାଇଥାଏ, ସେ ସ୍ପଷ୍ଟ ଭାବରେ କଥା ହୋଇପାରେ ନାହିଁ ଓ ସେ ଢଳି ଢଳି ଚାଲିଥାଏ। ଏସବୁ ଲକ୍ଷଣ ଆରମ୍ଭ ହେଲେ ଚିକିତ୍ସା ଦ୍ୱାରା ସୁଫଳ ମିଳିବାର ସମ୍ଭାବନା କମ୍‌ ଥାଏ। କେତେକ ଲୋକଙ୍କଠାରେ ମଦ ନିଶା ସେବନ ଯୋଗୁ ଯୌନ ସମସ୍ୟାମାନ ଦେଖା ଦେଇଥାଏ।
ମଦ ନିଶା ଯୋଗୁ ବ୍ୟକ୍ତିର ପାରିବାରିକ ଓ ସାମାଜିକ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ। ପାରିବାରିକ ଅଶାନ୍ତି, କଳହ, ଘରୋଇ ହିଂସା, ଆର୍ଥିକ ଅନଟନ, ପିଲାମାନଙ୍କ ମାନସିକତା ଉପରେ କୁପ୍ରଭାବ ପଡ଼ିବା ଆଦି ସମସ୍ୟାମାନ ଦେଖାଯାଇଥାଏ।
ମଦ ପିଇବା ଏକ ଅଭ୍ୟାସରେ ପରିଣତ ହୋଇଗଲେ ସମ୍ପୃକ୍ତ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ତରରେ ମଦ ପ୍ରତି ନିର୍ଭରତା ଆସିଯାଏ। ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ସେବନ ବନ୍ଦ ହୋଇଯାଏ, ତେବେ ବ୍ୟକ୍ତି ଉପରେ ଅନେକ ଶାରୀରିକ ଓ ମାନସିକ ପ୍ରଭାବ ପଡ଼ିଥାଏ। ଏଗୁଡ଼ିକ ହେଲା ମଦ ପିଇବା ପାଇଁ ମନରେ ଆସକ୍ତି ଭାବ ସୃଷ୍ଟି ହୁଏ, ନିଦ ହୁଏ ନାହିଁ, ହାତ ଗୋଡ଼ ଥରେ, ବ୍ୟସ୍ତ, ବିବ୍ରତ, ଛାନିଆ ଲାଗେ, ଛାତି ଜୋର୍‌ରେ ଧଡ଼ଧଡ଼ ହୁଏ, ଅତ୍ୟଧିକ ଝାଳ ବୁହେ ଓ ବାନ୍ତିହୁଏ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ୪-୭ ଦିନ ପର୍ଯ୍ୟନ୍ତ ଲାଗି ରହେ। ଯେଉଁ ବ୍ୟକ୍ତିମାନେ ଅଧିକ ଦିନ ପର୍ଯ୍ୟନ୍ତ ଓ ଅଧିକ ମାତ୍ରାରେ ମଦ ସେବନ କରୁଥିବେ ଏବଂ ବିନା ଚିକିତ୍ସାରେ ହଠାତ୍‌ ମଦ ପିଇବା ବନ୍ଦ କରିଦିଅନ୍ତି, ସେମାନଙ୍କଠାରେ କେତେକ ଗମ୍ଭୀର ଲକ୍ଷଣମାନ ଦେଖା ଯାଇଥାଏ। ଏଗୁଡ଼ିକ ହେଲା ବାତ ମାରିବା, ଦେହ ଜୋର୍‌ରେ ଥରିବା, କାନରେ ଶୂନ୍ୟ ବାଣୀ ହେବା, ନଥିବା ବସ୍ତୁ ଦେଖାଯିବା, ସ୍ଥାନ, କାଳ ଓ ପାତ୍ରର ଜ୍ଞାନ ନ ରହିବା ଆଦି। ଏଥିରେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଥାଏ।
ଚିକିତ୍ସା
ମଦ ନିଶାର ଚିକିତ୍ସା ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ। ମଦ ନିଶା କରୁଥିବା ବ୍ୟକ୍ତି ଅନେକ ପ୍ରକାରର ହୋଇଥାନ୍ତି। ଏକ ପ୍ରକାରର ଲୋକ ହେଲେ ଯେଉଁମାନେ ମଦର ଦେହ ଉପରେ କୁପ୍ରଭାବ ଜାଣି ମଧ୍ୟ ମଦ ଛାଡ଼ିବାକୁ ଚାହାନ୍ତି ନାହିଁ, ଅନ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ମଦ ଛାଡ଼ିବାକୁ ଚାହାନ୍ତି ମାତ୍ର ମଦ ଛାଡ଼ିଲେ ଯେଉଁ ଯନ୍ତ୍ରଣା ହୁଏ ତାକୁ ସହ୍ୟ କରି ନ ପାରି ନିଶା ସେବନ ଅବ୍ୟାହତ ରଖିଥାନ୍ତି। ଏହାବ୍ୟତୀତ ଅନ୍ୟ କେତେକ ଲୋକ ଅଛନ୍ତି ସେମାନେ କୁସଙ୍ଗରେ ପଡ଼ି ମଦ ସେବନ କରିଥାନ୍ତି ଏବଂ ମଦ ଛାଡ଼ିବାକୁ ଇଚ୍ଛା ଥିଲେ ମଧ୍ୟ ସାଙ୍ଗମାନଙ୍କ ଚାପ ଯୋଗୁ ନିଶା ଛାଡ଼ିପାରନ୍ତି ନାହିଁ। ତେଣୁ କେଉଁ ବ୍ୟକ୍ତିକୁ କି ପ୍ରକାରର ଚିକିତ୍ସା ଦିଆଯିବ ତାହା ବ୍ୟକ୍ତି ଉପରେ ନିର୍ଭର କରିଥାଏ।
ଚିକିତ୍ସା ପାଇଁ ପ୍ରଥମତଃ ରୋଗୀର ନିଶା ଛାଡ଼ିବାର ଦୃଢ଼ ଇଚ୍ଛାଶକ୍ତି ଜରୁରୀ। ରୋଗୀର ବିନା ଇଚ୍ଛାଶକ୍ତିରେ ଯେତେ ଚିକିତ୍ସା କରାଇଲେ ମଧ୍ୟ ଏହା ସଫଳ ହୋଇ ନ ଥାଏ। ମଦ ନିଶା ଛାଡ଼ିବା ପାଇଁ ଔଷଧ, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ଦରକାର ପଡ଼ିଥାଏ। (କ୍ରମଶଃ…)

ଡା. ସତ୍ୟକାମ ମହାପାତ୍ର
-ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ସୁପ୍ରିମକୋର୍ଟ ଇସିଙ୍କୁ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?