ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା କମ୍‌ କଷ୍ଟରେ ମଦ ଛାଡ଼ିପାରିବ। ଏସବୁ ମେଡିସିନ୍‌ ଅଳ୍ପ କିଛି ଦିନ ପାଇଁ ବ୍ୟବହାର କରାଯାଇଥାଏ। ସାଧାରଣତଃ ୧-୨ ସପ୍ତାହ ପର୍ଯ୍ୟନ୍ତ ରୋଗୀକୁ ଦିଆ ଯାଇଥାଏ। ତା’ ପରେ ଏହି ମେଡିସିନ୍‌ ବନ୍ଦ କରିଦିଆଯାଇଥାଏ। ଯେଉଁମାନେ ଅଧିକ ଦିନ ପର୍ଯ୍ୟନ୍ତ ମଦ ପିଉଥାଆନ୍ତି, ସେମାନଙ୍କୁ ଟିକେ ଅଧିକ ଦିନ ପର୍ଯ୍ୟନ୍ତ ଏହି ମେଡିସିନ୍‌ ଖାଇବାକୁ ଦିଆଯାଇଥାଏ।
ଏଥିସହିତ ଅନ୍ୟ କେତେକ ମେଡିସିନ୍‌ ଅଛି ଯେଉଁଗୁଡ଼ିକର କାମ ହେଲା ମଦ ପିଇବା ବନ୍ଦ କଲେ ରୋଗୀର ଯେଉଁ ଇଚ୍ଛା ବା ଆସକ୍ତି ଭାବ ହୋଇଥାଏ, ତାକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ। ଆଉ କିଛି ଔଷଧ ଅଛି ଯେଉଁଗୁଡ଼ିକୁ ଖାଇଲେ ରୋଗୀ ଯଦି ମଦ ପିଏ, ତେବେ ତାର ମନକୁ ମଦ ଯେଉଁ ଖୁସି ଦେଇଥାଏ, ତାହାକୁ ଏହି ଔଷଧ ବନ୍ଦ କରିଦେଇଥାଏ। ଫଳରେ ରୋଗୀକୁ ମଦ ପିଇବାକୁ ଆଉ ଇଚ୍ଛା କରେ ନାହିଁ।
ଏଥିସହିତ ଆଉ କେତେକ ଔଷଧ ଅଛି ଯାହାର ବ୍ୟବହାର କଲେ ଯଦି ବ୍ୟକ୍ତି ମଦ ସେବନ କରେ, ତେବେ ବ୍ୟକ୍ତିଠାରେ ଅନେକ ପ୍ରତିକ୍ରିୟା ଦେଖାଯାଏ। ଯାହାଫଳରେ ରୋଗୀ ଆଉ ମଦ ସେବନ କରେ ନାହିଁ। ସାଧାରଣରତଃ ଅନେକ ମେଡିସିନ୍‌ ଷ୍ଟୋରରେ ମଦ ଛାଡିବା ମେଡିସିନ ନାମରେ ଏହି ମେଡିସିନ୍‌ ବିକ୍ରି କରାଯାଇଥାଏ। ଘର ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀକୁ ନ ଜଣାଇ ରୋଗୀର ଖାଦ୍ୟରେ ମିଶାଇକି ଦେଇଥାନ୍ତି। ଯାହାକି ସଂପୂର୍ଣ୍ଣ ଭୁଲ୍‌। ଯଦି ରୋଗୀ ଅଜାଣତରେ ଏହି ମେଡିସିନ୍‌ ଖାଉଥିବା ସମୟରେ ମଦ ପିଇଦିଏ ତେବେ ତା’ର କେତେକ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇପାରେ। ରୋଗୀର ଜୀବନ ପ୍ରତି ବିପଦ ମଧ୍ୟ ଦେଖାଦେଇପାରେ। ତେଣୁ ଏପରି ଡାକ୍ତରଙ୍କ ବିନା ପରାମର୍ଶରେ ଓ ରୋଗୀର ଅଜାଣତରେ କେବେବି ଖାଦ୍ୟରେ ମିଶାଇକି ଏହି ମେଡିସିନ୍‌ ଦିଅନ୍ତୁ ନାହିଁ। ତେଣୁ ମଦ ନିଶା ବନ୍ଦ ପାଇଁ କେଉଁ ପ୍ରକାରର ମେଡିସିନ୍‌ ବ୍ୟବହାର କରିବାର ଅଛି ତାହା ରୋଗୀର ଅବସ୍ଥା ଉପରେ ନିର୍ଭର କରିଥାଏ। ବେଳେ ବେଳେ ଦରକାର ପଡ଼ିଲେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥାଏ।
ଔଷଧ ସହିତ ରୋଗୀକୁ ମନସ୍ତାତ୍ତ୍ୱିକ ଚିକିତ୍ସା ବା କାଉନସେଲିଙ୍ଗ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନଙ୍କ ପାଖରେ ମଦ ଛାଡିବା ପାଇଁ ଇଚ୍ଛାଶକ୍ତି କମ୍‌ ଥାଏ, ସେମାନଙ୍କର ଇଚ୍ଛା ଶକ୍ତି ବଢ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକାର ଥେରାପି ଦିଆଯାଇଥାଏ। ଚିକିତ୍ସା ପରେ ପୁଣି ମଦ ପିଇବାକୁ ଇଚ୍ଛା ହେଲେ ରୋଗୀ କିପରି ନିଜ ମନକୁ ନିୟନ୍ତ୍ରଣ କରିବ ସେ ନେଇ ମଧ୍ୟ ରୋଗୀକୁ କାଉନସେଲିଙ୍ଗ କରାଯାଏ।
ଏହାସହ ରୋଗୀକୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ପଡ଼ିଥାଏ। ଉପଯୁକ୍ତ ନିଦ୍ରା, ସୁଷମ ଖାଦ୍ୟ, ମାନସିକ ଚାପରୁ ଦୂରେଇ ରହିବା, ନିଜ ମନକୁ ଦୃଢ଼ ଓ ଶାନ୍ତ ରଖିବା, ଶାରୀରିକ ବ୍ୟାୟାମ ଓ ଯୋଗ ଅଭ୍ୟାସ ଆଦି ମଦ ନିଶାଠାରୁ ଦୂରେଇ ରହିବାରେ ସହାୟକ ହୋଇଥାଏ।

(ଶେଷ ଭାଗ)
-ଡା. ସତ୍ୟକାମ ମହାପାତ୍ର
ମୋ : ୮୮୯୫୨୯୩୯୯୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri