Posted inଖେଳ

ଅଧିନାୟକ ପ୍ରଶଂସାରେ ପୋତିଲେ, କହିଲେ ‘ରିଙ୍କୁ ଭବିଷ୍ୟତର ଷ୍ଟାର’

ମୁମ୍ବାଇ,୩।୫: ଆଇପିଏଲ୍‌ ୨୦୨୨ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୭ ଉଇକେଟରେ ଜିତି ନେଇଛି। ଲଗାତର ୫ଟି ମ୍ୟାଚ୍‌ ହାରିବା ପରେ ଦଳ ବିଜେତା ହେବାରେ ସଫଳ ହୋଇଥିଲା। ତେବେ ଏଥିରେ ଅଧିନାୟକ ଶ୍ରେୟସ ଆୟର, ନୀତିଶ ରାଣା, ରିଙ୍କୁ ସିଂ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ବିଶେଷକରି ରିଙ୍କୁ ୨୩ ବଲ୍‌ରେ ଅପରାଜିତ ୪୨ ରନ୍‌ କରିଥିବାରୁ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ବିବେଚିତ କରାଯାଇଥିଲା।

କୋଲକାତା ଦଳ ବିଜୟଠାରୁ ୬୧ ରନ୍‌ ଦୂରରେ ଥିବା ବେଳେ ରିଙ୍କୁ ବ୍ୟାଟିଂ ଲାଗି ଆସିଥିଲେ। ଚାପରେ ଥାଇ ବି ସେ ନିଜ ଇନିଂସରେ ୬ ଚୌକା ଏବଂ ୧ ଛକା ମାରିଥିଲେ। ଏପରିକି ଚତୁର୍ଥ ଉଇକେଟ ଲାଗି ସେ ୬୬ରନ୍‌ର ଭାଗିଦାରି ମଧ୍ୟ କରିଥିଲେ। ତାଙ୍କର ଏଭଳି ବ୍ୟାଟିଂ ଦେଖି ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ଶ୍ରେୟସ।

ମ୍ୟାଚ୍‌ ପରେ ଶ୍ରେୟସ କହିଛନ୍ତି, ରିଙ୍କୁ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ବହୁତ ଧୌର୍ଯ୍ୟର ସହ ବ୍ୟାଟିଂ କରନ୍ତି। ନିଜକୁ ଚାପଗ୍ରସ୍ତ ହେବାକୁ ଦିଅନ୍ତି ନାହଁ। ସେ କେବଳ ତିନୋଟି ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ ସେ ଫ୍ରାଞ୍ଚାଇଜ୍‌ ଲାଗି ଷ୍ଟାର ଖେଳାଳି ସାବ୍ୟସ୍ତ ହେବେ। କାରଣ ଯେଉଁଭଳି ଭାବେ ସେ ନିଜ ଇନିଂସ ଖେଳନ୍ତି, ନବାଗତ ବୋଲି ଲାଗନ୍ତି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘୫୦ ଲୋକ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ ଆସି ନ ଥିଲେ’:

ନୂଆଦିଲ୍ଲୀ, ୨।୯- କିଙ୍ଗଷ୍ଟନ ସାବିନା ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଦୃଢ଼ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର...

ଫେସବୁକ୍‌ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି...

ସୋଲାର କ୍ରିକେଟ କ୍ଲବ ବିଜେତା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି): ପଞ୍ଚାନନ ଜେନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ସଂସ୍କରଣ ରବିବାର ଶେଷ ହୋଇଛି। ସ୍ଥାନୀୟ କେଶୁରା ଖେଳ ପଡ଼ିଆରେ ଅନୁଷ୍ଠିତ ଫାଇନାଲରେ...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ଜୋକୋଭିଚ୍‌- ସିତିସ୍‌ପାସ୍‌ ଫାଇନାଲ

ପ୍ୟାରିସ୍‌,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍‌ ସିଡ୍‌...

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ...

ଡେବ୍ୟୁ ମ୍ୟାଚ୍‌ରେ ବିରଳ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ବ୍ରିସବେନ,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍‌ରରେ ଶେଷ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅନେକ ଖେଲାଳି ଆହତ ଥିବାରୁ ଯୁବ...

ସେହ୍ବାଗଙ୍କୁ ଥରେ ଚାପୁଡା ମାରିଥିଲେ କୋଚ୍‌: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌କୁ ଆଗକୁ ବଢାଇବା ପାଇଁ ଜନ ରାଇଟ ଅବଦାନ ଅତୁଳନୀୟ। ନ୍ୟୁଜିଲାଣ୍ଡ ପାଇଁ ଜନ ରାଇଟ୍‌ ଜଣେ ସଫଳ କ୍ରିକେଟର ଥିଲେ। କିନ୍ତୁ ଭାରତୀୟ...

ଇଷ୍ଟବେଙ୍ଗଲକୁ ହରାଇଲା ଏଟିକେ ମୋହନବାଗାନ

ଭାସ୍କୋର, ୨୮।୧୧- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟବେଙ୍ଗଲ ଓ ଏଟିକେ ମୋହନବାଗାନ ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ଶୁକ୍ରବାର ଆୟୋଜିତ ହୋଇ...

Advertisement
Archives

Model This Week