Posted inଜାତୀୟ

ସାମ୍ପ୍ରଦାୟିକ ହିଂସା ପରେ ୧୦ଥାନା ଅଞ୍ଚଳରେ କର୍ଫ୍ୟୁ: ଭାଜପା ବିଧାୟକଙ୍କ ଘର ଆଗରେ ଦୁର୍ବୃତ୍ତ ଜାଳିଦେଲେ ବାଇକ୍‌

ଯୋଧପୁର,୩।୫: ଗତ କିଛି ଦିନରୁ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜସ୍ଥାନ ମଧ୍ୟ ବାଦ୍‌ ପଡ଼ିନି। ରାଜସ୍ଥାନର ଯୋଧପୁରରେ ସୋମବାର ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ହୋଇଥିବା ବିବାଦ ଥମିବାର ନା ନେଉନି। ମଙ୍ଗଳବାର ସକାଳେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସକାଳେ ନମାଜ ପଢ଼ା ସରିବା ପରେ ଏଠାରେ ହିଂସାକାଣ୍ଡ ଘଟିବା ସହ ପଥରମାଡ଼ ହୋଇଥିଲା। ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହ ବୁହା ଗ୍ୟାସ ପ୍ରଯୋଗ କରାଯାଇଥିଲା। ଏହି ହିଂସା ଏତେ ବଢ଼ିଯାଇଥିଲା ଯେ, ଏହା ସିଧାସଳଖ ଭାଜପା ବିଧାୟକଙ୍କ ଘରେ ପହଞ୍ଚିଥିଲା। ଭାଜପା ବିଧାୟକ ସୂର୍ଯ୍ୟକାନ୍ତ ବ୍ୟାସଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବାଇକ୍‌ରେ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଏହି ସବୁ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏତଦ୍‌ ବ୍ୟତୀତ ସହରରେ ଶାନ୍ତି ରକ୍ଷା କରିବା ଲାଗି ଯୋଧପୁରର ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି। ଏହି କର୍ଫ୍ୟୁ ମେ’୪ ପର୍ଯ୍ୟନ୍ତ ଜାରି ରହିବ। ଏହି ହିଂସା ଘଟଣା ପରେ ରାଜସ୍ଥାନ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଏଥିରେ ଡିଜିପି ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଅନ୍ୟପଟେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ନିଜ ଜନ୍ମିଦିନ ଅବସରରେ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ସେ ସ୍ଥଗିତ ରଖିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ମୋଦି, ବିଲମ୍ବିତ ରାତିରେ କଲେ ରୋଡ ଶୋ’

ଅହମଦାବାଦ,୧୨ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଐତିହାସିକ ବିଜୟ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ...

ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ...

ଫାରୁକ୍‌ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ: ଚାଇନା ସହାୟତାରେ ପୁଣି ଲାଗୁହେବ ଅନୁଚ୍ଛେଦ ୩୭୦

ଶ୍ରୀନଗର, ୧୧।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଫାରୁକ୍‌ ରବିବାର କହିଛନ୍ତି ଯେ, ଚାଇନା...

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ଭାଜପା

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହାପରେ ତାଙ୍କୁ...

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି...

ଅଦାଲତରେ ଅଚଳାବସ୍ଥା

ନୂଆଦିଲ୍ଲୀ,୬ା୬: ମେ ୨୫ ତାରିଖରେ ଭାରତରେ ଇଦ୍‌-ଉଲ୍‌-ଫିତର ପାଳନ କରାଯାଉଥିବାବେଳେ ୧୨ ବର୍ଷୀୟା ତଲ୍‌ହା ଓ ୫ ବର୍ଷୀୟା ମରିଅମ୍‌ ରାତିରେ ସେମାନଙ୍କ ମା’ଙ୍କ ମୋବାଇଲ୍‌...

ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆର୍‌ଜେଡି

ପାଟନା,୨୬।୫: ରାଜ୍ୟ ସଭା ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ...

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ...

Advertisement
Archives

Model This Week