Posted inଜାତୀୟ

ଭାଜପାର ମୁହଁତୋଡ ଜବାବ ଦେଲା କଂଗ୍ରେସ: ପ୍ରକାଶ ଜାଭଡେକରଙ୍କ ସାମ୍ପେନ୍‌ ଫଟୋ ଶେୟାର କରି ପଚାରିଲା…

ନୂଆଦିଲ୍ଲୀ,୩।୫: ରାହୁଲ ଗାନ୍ଧୀଙ୍କ ପବ୍‌ର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହେବା ସହ ଦୁହିଁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଆଉ ଏହାର ଜବାବ ଦେବାକୁ ଯାଇ କଂଗ୍ରେସ ସାମ୍ନାକୁ ଆସିଛି। କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ଏହି ଭିଡିଓରେ କିଛି ଭୁଲ ନାହିଁ। ବିବାହରେ ସାମିଲ ହେବା ଅପରାଧ ତ ନୁହେଁ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ଭାଜପାର ମୁହଁତୋଡ ଜବାବ ଦେଇଛି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ଭାଜପା ନେତା ପ୍ରକାଶ ଜାଭଡେକରଙ୍କ ଏକ ଫଟୋ ଶେୟାର କରାଯାଇଛି। ଯେଉଁଥିରେ ସେ ଏକ ସାମ୍ପେନ ବୋତଲ ଖୋଲୁଥିବାର ନଜର ଆସିଛନ୍ତି। ଆଉ ଏହାକୁ କଗ୍ରେଂସର ବରିଷ୍ଠ ନେତା ତଥା ଏମ୍‌ପି ମାଣିକମ୍‌ ଟାଗୋର ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ମାଣିକମ୍‌ ପଚାରିଛନ୍ତି, ଏହି ବ୍ୟକ୍ତି ଜଣକ କିଏ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି। ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାଠମାଣ୍ଡୁର ଏକ ନାଇଟ କ୍ଲବ୍‌ରେ ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ପରେ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ପୀଡ଼ିତା ସ୍ତ୍ରୀ ଭାବେ ଅଭିଯୁକ୍ତଙ୍କ ସହିତ ବାସ କରି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, ପୋକ୍ସୋ ମାମଲାକୁ ଖାରଜ କଲେ କୋର୍ଟ …

ଶିଲଂ, ୨୭।୩ : ନିକଟରେ ମେଘାଳୟ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଯୌନ ନିର୍ଯାତନା ଆଇନ ୨୦୧୨ ଶିଶୁଙ୍କ ସୁରକ୍ଷା ଏବଂ ଅପରାଧିକ...

ନିର୍ବାଚନ ପିଟିଶନ ଦାଏର ପାଇଁ ସମୟସୀମା ଧାର୍ଯ୍ୟ ହେଉ

ନୂଆଦିଲ୍ଲୀ, ୨।୯: ୬ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଏବଂ ଭିଭିପିଏଟି ମେଶିନ୍‌ଗୁଡ଼ିକ ବ୍ୟବହୃତ ନ ହୋଇ ପଡ଼ିରହିଛି। କରୋନା...

୭୦ ଦିନ ପରେ କଶ୍ମୀର ଘାଟିରେ ବାଜିଲା ୪୦ଲକ୍ଷ ଫୋନ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବାର ଦୀର୍ଘ ୭୦ ଦିନ ପରେ ସୋମବାରରୁ ଘାଟିରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୋବାଇଲ ସେବା ଆରମ୍ଭ ହୋଇଛି। ଏହି ସବୁ...

ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯

ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ...

କକ୍ଷପଥରେ ଇଓଏସ୍‌-୦୪

ଶ୍ରୀହରିକୋଟା, ୧୪ା୨: ଚଳିତ ବର୍ଷର ପ୍ରଥମ ମିଶନ ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ସଫଳତାର ସହ ପିଏସ୍‌ଏଲ୍‌ଭି-ସି୫୨ ଯୋଗେ ଇଓଏସ୍‌-୦୪ ଉପଗ୍ରହକୁ...

୧୪ ରାଜ୍ୟରେ ସିବିଆଇ କଲା ଚଢ଼ାଉ

ନୂଆଦିଲ୍ଲୀ,୧୬।୧୧: ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଓ୍ବେବ୍‌ସାଇଟ୍‌ରେ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାର କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ମଙ୍ଗଳବାର ୧୪ ରାଜ୍ୟର...

ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ, ୬୯୦ ଆସନ ପାଇଁ ହେବ ମତଗଣନା

ନୂଆଦିଲ୍ଲୀ,୧୦ ।୩: ଶେଷ ହେଲ ଅପେକ୍ଷା । ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବାକୁ ଯାଉଛି । ଆଉ ମାତ୍ର...

ନୂଆ ମାର୍ଗଦର୍ଶିକା ଜାରି କଲେ ନିର୍ବାଚନ କମିଶନ: ୨୫ ପ୍ରତିଶତ କମିଲା ଷ୍ଟାର ପ୍ରଚାରକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ କମିଶନ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ...

Advertisement
Archives

Model This Week