Posted inରାଜ୍ୟ

ଶ୍ରଦ୍ଧାଙ୍କୁ ‘ମିସେସ୍‌ ଇଣ୍ଡିଆ ନୟନତାରା’ ଟାଇଟଲ୍‌

ଭୁବନେଶ୍ୱର, ୧୫। ୮(ବ୍ୟୁରୋ):‘ମିସ୍‌ ଇଣ୍ଡିଆ ନୟନତାରା’ର ଅପୂର୍ବ ସଫଳତା ପରେ ଏସ୍‌ଜେ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ଚାଲିଥିବା ‘ମିସେସ୍‌ ଇଣ୍ଡିଆ ନୟନତାରା’ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। କୋଲକାତାର ଶ୍ରଦ୍ଧା ଭଟ୍ଟାଚାର୍ଯ୍ୟ ‘ମିସେସ୍‌ ଇଣ୍ଡିଆ ନୟନତାର’ ଟାଇଟଲ୍‌ ହାସଲ କରିଛନ୍ତି। ସେହିପରି ଭୁବନେଶ୍ୱରର ମନୀଷା ରାଣୀ ଦାଶ ପ୍ରଥମ ଓ ବଲାଙ୍ଗୀର ସୟଦ ସୁମନ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ପ୍ରାୟ ୪୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବ୍ୟକ୍ତିତ୍ୱ ବିକାଶ, ଯୋଗାଯୋଗ ଦକ୍ଷତା, ସୌନ୍ଦର୍ଯ୍ୟ, ମାନସିକ ଓ ଶାରୀରିକ କାର୍ଯ୍ୟ, ଆଚରଣ ପରିଚାଳନା, ଅନ୍‌ଲାଇନ୍‌ କ୍ଲାସ୍‌ ଓ ଗ୍ରୁମିଙ୍ଗ୍‌ ସହିତ ୩ ମାସର ଅନ୍‌ଲାଇନ୍‌ ଅଧିବେଶନ କରାଯାଇ ଗ୍ରାଣ୍ଡ୍‌ ଫିନାଲେ ପାଇଁ ଶ୍ର୍ରେଷ୍ଠ ୭ଜଣଙ୍କୁ ଚୟନ କରାଯାଇଥିଲା। ଏସ୍‌ଜେ ପ୍ରଡକ୍ସନର ଫାଉଣ୍ଡର ତଥା ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ସେମାନଙ୍କୁ ଯୋଗାଯୋଗ ଦକ୍ଷତା ଓ ଆଚରଣ ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଥିବାବେଳେ, ଚନ୍ଦନ ଦାସ ବ୍ୟକ୍ତିତ୍ୱ ବିକାଶ, ସାଗରିକା ମହାନ୍ତି ଶରୀର ଯତ୍ନ, ବିଭୁଦତ୍ତ ଦାସ ସାଧାରଣ ଜ୍ଞାନ ଓ ନୃତ୍ୟ, ଚିନ୍ମୟ ପ୍ରଧାନ କ୍ରୀଡା ଓ ବ୍ୟାୟାମ ସମ୍ପର୍କରେ ଟ୍ରେନିଂ ଦେଇଥିଲେ। ଫିନାଲେରେ ପ୍ରତିଯୋଗୀମାନେ ଡିଜାଇନର ଜିତ୍‌ ଜଗଜିତ୍‌ ଓ ନିକିତା ନାୟକଙ୍କ ପୋଷାକ ପରିଧାନ କରିଥିଲେ। ଏଥିସହ ଡିମ୍ପି ମହାପାତ୍ର ମେକଅପ୍‌ ଓ କେଶ ବିନ୍ୟାସ କରିଥିଲେ। ଉଦ୍ୟୋଗକାରୀ ବନସ୍ମିତା ପତି, ଶିକ୍ଷାବିତ୍‌ ବବିତା ପଟ୍ଟନାୟକ, ମଡେଲ୍‌ ତଥା ଅଭିନେତ୍ରୀ ଜାଗୃତି ରଥ ଓ ମିଡିଆ ପର୍ସନ ତପସ୍ବିନୀ ପଟ୍ଟନାୟକ ବିଚାରକ ରହିଥିଲେ। ପ୍ରତିଯୋଗିତାରେ ଅନ୍ୟ ୪ଜଣ ଫାଇନାଲିଷ୍ଟ ସୁଦୀପ୍ତା ରାଣୀ ବିଶ୍ୱାଳ, ନେହା ଅଗ୍ରଓ୍ବାଲ, ମୋନାଲିସା ପାଢୀ ଓ ଜ୍ୟୋତିରୂପା ଶତପଥୀଙ୍କୁ ଗ୍ଲାମର୍ସ ଲୁକ୍‌, ଫିଟନେସ୍‌ ଗର୍ଲ, ବ୍ୟକ୍ତିତ୍ୱ, ଫ୍ୟାଶନ୍‌ ଆଇକନ୍‌ ସବ୍‌ଟାଇଟଲ୍‌ ସହିତ ପୁରସ୍କୃତ କରାଯାଇଥିଲା। ଭବିଷ୍ୟତରେ ଏମାନେ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରି ଗର୍ବିତ କରିବେ। ଆଗାମୀ ଦିନରେ ଓଡ଼ିଶାକୁ ଭାରତର ଫ୍ୟାଶନ ରାଜଧାନୀ କରିବାର ଲକ୍ଷ୍ୟ ଥିବା ଶାଶ୍ୱତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri