ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା ଚୋରି କରିବା ଅଭିଯୋଗରେ ନେପାଳ ପୋଲିସ ୨୯ ଜଣଙ୍କୁ ଅଟକ କରିବା ସହ ସେମାନଙ୍କ ନିକଟରୁ ମୋଟ ୯୨.୭ ଲକ୍ଷ ଟଙ୍କା (୯୨,୬୮,୫୦୫ ଟଙ୍କା) ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ରସୁୱା ଜିଲାର ଭୋଟେକୋଶୀ ନଦୀ ବନ୍ୟାରେ ଏକ ସିନ୍ଦୁକ ଭାସିଆସି ଧାଡିଂ ଅଞ୍ଚଳର ତ୍ରିଶୂଳୀ ନଦୀ କୂଳରେ ଲାଗିଥିଲା। ଅଗଷ୍ଟ ୨୬ ତାରିଖରେ ଧାଡିଂର ଗଲ୍ଛି ଗ୍ରାମପାଳିକା ୱାର୍ଡ ନଂ-୪ ଅନ୍ତର୍ଗତ ବେଲଖୁଖୋଲା ନିକଟରୁ ଏହି ସେଫ୍‌ଟି ମିଳିଥିଲା। ଅଗଷ୍ଟ ୨୮ରେ ପୋଲିସକୁ ଖବର ମିଳିଥିଲା ଯେ ସ୍ଥାନୀୟ ଲୋକେ ଏହି ସିନ୍ଦୁକକୁ ଭାଙ୍ଗି ସେଥିରେ ଥିବା ବିପୁଳ ପରିମାଣର ଟଙ୍କା ଲୁଟି ନେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୨୯ ଜଣଙ୍କୁ ଅଟକ ରଖି ସେମାନଙ୍କ ସାମଗ୍ରୀ ଯାଞ୍ଚ କରିବାରୁ ଏହି ନଗଦ ଟଙ୍କା ଉଦ୍ଧାର ହୋଇଥିଲା। ଅଟକ ବ୍ୟକ୍ତିମାନଙ୍କ ବୟସ ୧୯ ରୁ ୪୯ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଲ୍ଛି-୪ ର ମାଷ୍ଟାର ଅଞ୍ଚଳର ଅଧିବାସୀ। ପୋଲିସ ବର୍ତ୍ତମାନ ଏହି ଟଙ୍କାର ପ୍ରକୃତ ଉତ୍ସ ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଚଳାଇଛି।

ଅନ୍ୟ ଏକ ଅମାନବୀୟ ଘଟଣାରେ, ନାରାୟଣୀ ନଦୀରେ ଭାସିଆସିଥିବା ଜଣେ ବନ୍ୟାପୀଡ଼ିତା ମହିଳାଙ୍କ ମୃତଦେହରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିରେ ଏହି ଦୁଇ ଜଣ ବନ୍ୟା ପାଣିରେ ଭାସୁଥିବା ମୃତଦେହରୁ କାନଫୁଲ ଖୋଲୁଥିବାର ଦୃଶ୍ୟ ରହିଥିଲା।

ଅନ୍ୟପଟେ ନେପାଳର ଆପଦା ପ୍ରବନ୍ଧନ ପ୍ରାଧିକରଣ ସୂଚନା ଦେଇଛି ଯେ ବନ୍ୟା ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୨୬ କୁ ବୃଦ୍ଧି ପାଇଛି। ଏଥିସହ ନିଖୋଜ ଥିବା ଲୋକଙ୍କ ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ଘଟି ବର୍ତ୍ତମାନ ୨,୪୨୬ ରେ ପହଞ୍ଚିଛି। ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ସୁଦ୍ଧା ସେନା ଓ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?