ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା; ଆହତ ହେଲେ ଏହି ଖେଳାଳି

ଦୁବାଇ, ୨୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୫ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଲିଗ୍‌ର ୨ୟ ମ୍ୟାଚ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ତେବେ ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଇଶାନ୍ତ ଶର୍ମା ଅଭ୍ୟାସ ସେସନ୍‌ ଅବସରରେ ଆଘାତ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଇଶାନ୍ତଙ୍କ ପିଠିରେ ଆଘାତ ଲାଗିଛି। ଏଥିପୂର୍ବରୁ ଇଶାନ୍ତ ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ଆହତ ହୋଇଥିଲେ। ଏହାର ଏକ ମାସ ପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ସେହି ସିରିଜ ମଧ୍ୟରେ ଇଶାନ୍ତ ପୁଣିଥରେ ଆହତ ହୋଇଥିଲେ।
କ୍ୟାପିଟାଲ୍ସରେ ଇଶାନ୍ତଙ୍କ ସହ ଦ୍ରୁତ ବୋଲର ଭାବେ ହର୍ଷେଲ ପଟେଲ, ମୋହିତ୍‌ ଶର୍ମା, ଅଭେଷ ଖାନ୍‌ ରହିଛନ୍ତି। ଯଦି ଇଶାନ୍ତ ଆଜିର ମ୍ୟାଚ୍‌ ନ ଖେଳନ୍ତି ତେବେ ଏହି ୩ଜଣ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଓ ପଞ୍ଜାବ ଆଇପିଏଲ୍‌ରେ ପରସ୍ପର ୨୪ଥର ସାମ୍ନାସାମ୍ନି ହୋଇଛନ୍ତି। ଯେଉଁଥିରେ ପଞ୍ଜାବ ୧୪ଥର ଓ ଦିଲ୍ଳୀ ୧୦ଥର ବିଜୟୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥାମ୍ପଟନରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ, ୩।୬:ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନର ଏଜେସ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ପାଇଁ...

ପଦାର୍ପଣରେ ସୂର୍ଯ୍ୟ ଭଳି ଚମକିଲେ ରବି

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ପ୍ରଥମ ଟି୨୦ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ରବି ବିଷ୍ଣୋଇ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ୨୧...

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ...

ଖାତା ଖୋଲିପାରିଲେ ନାହିଁ କୋହଲି; ଶତକ ମୁହାଁ ଅଗ୍ରଓ୍ବାଲ

ଇନ୍ଦୋର,୧୫ା୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ୧୫୦ ରନ୍‌...

ନେତୃତ୍ୱ ବିଭାଜନ ଭାରତରେ କାମ ଦେବନି: ନାସିର

ନୂଆଦିଲ୍ଲୀ,୧୩।୫(ପି.ଟି.): ପ୍ରଭାବ ବିସ୍ତାର କରିବା ଓ ନିଜ ଚିନ୍ତାଧାରା ଅନ୍ୟଉପରେ ଲଦିବା ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସ୍ବଭାବ। ତେଣୁ ଭାରତରେ ନେତୃତ୍ୱ ବିଭାଜନ...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ...

ମହିଳା ଫୁଟବଲ ଲିଗରେ ଓଡ଼ିଶା ପୋଲିସ ଦଳ

କଟକ ଅଫିସ,୨୪ା୧- ଶୁକ୍ରବାରଠାରୁ ଫେବୃୟାରୀ ୧୪ ପର୍ଯ୍ୟନ୍ତ କର୍ନାଟକର ବେଙ୍ଗାଲୁରୁଠାରେ ଭାରତୀୟ ମହିଳା ଫୁଟବଲ ଲିଗ୍‌ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର...

କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ...

Advertisement
Archives

Model This Week