Posted inଜାତୀୟ

ନିକଟରେ ହେବ ଭାଜପାର ଅନ୍ତ: ଶିବସେନା

ମୁମ୍ବାଇ,୨ ।୮:  ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ପ୍ରସାଦ ଲାଡ ଶିବସେନା ଭବନ ଭାଙ୍ଗିବା କଥା କହିବାକୁ ନେଇ ଏବେ ରାନୈତିକ ଝଡ ସୃଷ୍ଟି ହୋଇଛି । ଭାଜପା ନେତାଙ୍କ ଏହି ବୟାନ ପରେ ଆକ୍ରମଣ ମୁଡରେ ରହିଛି ଶିବସେନା । ଶିବସେନା ତା’ର ମୁଖପତ୍ର ସାମନା ମାଧ୍ୟମରେ ଭାଜପାକୁ ଆକ୍ରମଣ କରିଛି । ଶିବସେନା କହିଛି ଶିବସେନା ଭବନରେ ବାଲାସାହେବ ଠାକରେଙ୍କ ସହ ଛତ୍ରପତି ଶିବାଜୀଙ୍କ ପ୍ରତିମା ବି ରହିଛି । ଏଠାରେ ଶିବସେନାର ପତାକା ମଧ୍ୟ ରହିଛି । ଏହା କିଛି ଲୋକଙ୍କୁ ପସନ୍ଦ ଆସୁନାହିଁ । ଏଥିପାଇଁ ଏମାନେ ଶିବସେନା ଭବନକୁ ଭାଙ୍ଗିବା କଥା କହୁଛନ୍ତି । ସାମନାରେ ଆହୁରି ମଧ୍ୟ ଲେଖାଯାଇଛି, ଭାଜପା କେତେବେଳେ ତ୍ରୁଣମୂଳ ସ୍ତରର ବିଶ୍ୱସ୍ତ କାର୍ମୀଙ୍କ ଦଳ ଥିଲା, ବାହାର ଲୋକ ଓ ଗୁଣ୍ଡାଙ୍କ ପାଇଁ ଭାଜପାରେ ସ୍ଥାନ ନ ଥିଲା । ହେଲେ ଏବେ ଦଳର ମୂଳ ବିଚାରଧାରା ବାଲା ଲୋକ ନୀଚ ଲୋକଙ୍କୁ ଆଗକୁ ବଢାଉଛନ୍ତି । ତେଣୁ ଏହି ଦଳର ଅନ୍ତ ଖୁବଶୀଘ୍ର ହେବ । ତେବେ ଭୂମିପୁତ୍ରଙ୍କ ଅସ୍ମିତାର ପ୍ରତିକ ବୋଲି କୁହାଯାଉଥିବା ଶିବସେନା ଭବନକୁ ଯେଉଁମାନେ ଖରାପ ନଜରରେ ଦେଖିଛନ୍ତି ସେ ସମସ୍ତ ନେତା ଓ ତାଙ୍କ ଦଳ ଧୋଇ ଯାଇଛି । ଯାହା କେବେ ଦ୍ୱିତୀୟ ଥର ଫେରିପାରିନି । ଶିବସେନାର ଅନ୍ୟ ରାଜନୈତିକ ଦଳ ସହ ମତଭେଦ ଥାଇପାରେ । ହେଲେ ଭାଜପା ଯେଭଳି ବୟାନ ଦେଲା ଶିବସେନା କେବେବି କୌଣସି ଦଳର ଭଙ୍ଗାରୁଜା କଥା ଚିନ୍ତା କରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?