ଏହି ଫିଲ୍ମରୁ ଶୁଟିଂ ସମୟରେ ରାଜ୍‌ କୁନ୍ଦ୍ରାଙ୍କ ପ୍ରେମରେ ପଡ଼ିଥିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଶିଳ୍ପା ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ରୋମାଣ୍ଟିକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ବର୍ତ୍ତମାନ ସେ କହିଛନ୍ତି, ରାଜ କୁନ୍ଦ୍ରାଙ୍କ ଡେଟ କରିବା ସମୟର କିଛି କାହାଣୀ କହିଛନ୍ତି।

ନିକଟରେ ଏକ ସଙ୍ଗୀତ ରିଆଲିଟି ଶୋ ସମୟରେ ଜଣେ ପ୍ରତିଯୋଗୀ ଲାଇଫ୍‌ ଇନ୍‌ ଏ ମେଟ୍ରୋ ଫିଲ୍ମର‘ଇନ୍‌ ଦିନୋ ଦିଲ ମେରା’ ଗୀତ ଗାଇଥିଲେ। ଏହି ଗୀତ ଶୁଣିବା ପରେ ଶିଳ୍ପା କହିଥିଲେ ଯ, ଏହି ଗୀତ ତାଙ୍କ ପ୍ରେମ ଜୀବନ ସହିତ ଜଡିତ। ଶିଳ୍ପା କହିଛନ୍ତି, ଲାଇଫ୍‌ ଇନ୍‌ ଏ ମେଟ୍ରୋ ଫିଲ୍ମର ଶୁଟିଂ କରୁଥିଲି ଏବଂ ଲଣ୍ଡନ ମଧ୍ୟ ଯାଇଥିଲି। ମୁଁ ସେହି ସମୟରେ ରାଜଙ୍କୁ ଭେଟିଥିଲି। ସେ ଏହି ଗୀତକୁ ଭଲ ପାଉଥିଲେ। ମୁଁ ମଧ୍ୟ ଏହି ଗୀତକୁ ମୋର କଲରଟ୍ୟୁନ ରଖିଥିଲି। ଯେତେବେଳେ ଏହି ଗୀତଟି ବାଜୁଥିଲା, ମୋ ମୁହଁରେ ହସ ଫୁଟିଯାଉଥିଲା।ରାଜ ଏବଂ ଶିଳ୍ପା ପ୍ରଥମ ଥର ପାଇଁ ଦୁହେଁ ଦୁହିଁକୁ ଲଣ୍ଡନରେ ଭେଟିଥିଲେ।

ଏହା ପରେ ଶିଳ୍ପା ରାଜଙ୍କୁ ଡେଟ କରିବା ଆରମ୍ଭ କରିଥିଲେ, କିନ୍ତୁ ସେ ସେମାନଙ୍କ ଡେଟିଂ ଖବର ବାହାରକୁ ଆସିବାକୁ ଦେଇ ନ ଥିଲେ। ଶିଳ୍ପା ଏବଂ ରାଜ ୨୨ ନଭେମ୍ବର ୨୦୦୯ ରେ ବିବାହ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ସ୍ତ୍ରୀଙ୍କ ଠାରୁ ୧୦୦ ଟଙ୍କା ଧାର ନେଇଥିଲେ ଏହି ଲୋକପ୍ରିୟ ଅଭିନେତା, ପୂରା ଘଟଣା ଜାଣିଲେ

ଏକ ସମୟ ଥିଲା ଯେତେବେଳେ ବଲିଉଡରେ ସୈଫ୍‌ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂଙ୍କ ଯୋଡ଼ି ଚର୍ଚ୍ଚାରେ ଥିଲା । ଉଭୟେ ୧୯୯୧ରେ ନିଜ ପରିବାର...

କଞ୍ଚନାରେ କିନ୍ନର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଏକଦା ବାଣ୍ଟୁଥିଲେ ଖବରକାଗଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ ନଭେମ୍ବର ୯ରେ ଡିଜନି ହଟ୍‌ଷ୍ଟାରରେ ରିଲିଜ୍‌ ହେବ। ଏହି ଫିଲ୍ମରେ ପ୍ରଥମଥର...

‘ଇଣ୍ଡିଆନ୍‌ ଆଇଡଲ୍‌ ୧୩’ ର ବାସ୍ତବିକତା: ଶୋ’ରୁ ବାଦ୍‌ ପଡ଼ିବା ପରେ ରିତୋ କହିଲେ…

ବମ୍ବେ: ବିବାଦରେ ଟେଲି ପରଦାର ସବୁଠାରୁ ବଡ଼ ଏବଂ ହିଟ୍‌ ସିଂଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୧୩। ଚଳିତ ବର୍ଷ ଏହାର ଅଡିଶନ୍‌ ରାଉଣ୍ଡରେ...

ଗୋଟିଏ ଟ୍ରାଫିକ୍‌ରେ ଅଟକିଲା ସଲମାନ-ଅର୍ଜୁନଙ୍କ କାର୍‌, ତା’ ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ସଲମାନ୍‌ ଖାଁ ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ତିକ୍ତତା ଦୀର୍ଘଦିନରୁ ଲାଗିରହିଛି। ଏପରିକି କେହି କାହାର ଛାଇ ଦେଖିପାରନ୍ତି ନାହିଁ। କିନ୍ତୁ ବୋନି କପୁରଙ୍କ...

‘ଦ ଗର୍ଲ ଅନ୍ ଦ ଟ୍ରେନ୍‌’ର ଟିଜର ରିଲିଜ

ମୁମ୍ବାଇ: ବଲିଉଡ୍ ବିୟୁଟି ପରିଣିତି ଚୋପ୍ରା ନିଜ ଅଭିନୟ ମାଧ୍ୟମରେ ଲକ୍ଷେ ଲୋକଙ୍କ ହୃଦୟରେ ଘର କରି ସାରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକେ ପସନ୍ଦ...

ପରିଣିତିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ଚର୍ଚ୍ଚାରେ । ସେ ତାଙ୍କର ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ...

ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ, କହିଲେ ତମେ ଥିଲେ…

ଭାଲେଣ୍ଟାଇନ୍ସ ଡେ ଅର୍ଥାତ ଫେବୃୟାରୀରେ ୧୪ ରେ ପ୍ରେମୀ ଯୁଗଳମାନେ ବିବାହ କରିବାକୁ ପସନ୍ଦ କରନ୍ତି। ସେହିଭଳି ଅଭିନେତ୍ରୀ ମନ୍ଦିରା ବେଦୀ ଓ ରାଜ କୌଶଲ...

ବଲିଉଡ୍‌ରେ ଡେବ୍ୟୁ ପାଇଁ ସଜ ହେଲେଣି କପୁର ଲଳନା

ମୁମ୍ବାଇ: ସଞ୍ଜୟ କପୁରଙ୍କ ଝିଅ ଶାନୟା କପୁର ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଫଟୋଶୁଟ୍‌କୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ, ଶାନୟା...

Advertisement
Archives

Model This Week