ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା

ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଖବର ସାମ୍ନାକୁ ଆସିବାକୁ ଲାଗିଲା। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପରସ୍ପରର ଫଟୋ ଶେୟାର କରନ୍ତି। ନିକଟରେ ଅର୍ଜୁନ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ମଲାଇକାଙ୍କ ପାଇଁ ଏକ ସ୍ବତନ୍ତ୍ର ଧାଡି ଲେଖିଛନ୍ତି।
ଅର୍ଜୁନ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ଗୋଟିଏ ବର୍ଷରେ କେତେ ପାର୍ଥକ୍ୟ ଆସେ… ଏକ ବର୍ଷ ପୂର୍ବେ ମୁଁ ନିରାଶ, ଥକି ଯାଇଥିଲି ଏବଂ ଦ୍ୱନ୍ଦ୍ୱରେ ପଡିଥିଲି, ଆଜି ମୁଁ ନୂଆ ଶକ୍ତି, ଜୋଶ୍‌ ଏବଂ ଦୃଢ ସଂକଳ୍ପ ସହ ମୁଁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ। ଜୀବନର ପ୍ରତ୍ୟେକ ପରିସ୍ଥିତି ମୁଁ କେବଳ ମୋର ନିକଟତର ସମସ୍ତଙ୍କୁ ସ୍ବୀକାର କରିବାକୁ ଚାହେଁ ଯେଉଁମାନେ ମୋ ଉପରେ ବିଶ୍ୱାସ କରିଥିଲେ, ମୋତେ ସମର୍ଥନ କରିଥିଲେ ଏବଂ ଯତ୍ନ ନେଉଥିଲେ .. ମୋର ସାଥୀ, ପ୍ରଶଂସକ, ବନ୍ଧୁ, ପରିବାର ମୋ ପାଖରେ ଠିଆ ହୋଇଥିବାରୁ ଧନ୍ୟବାଦ। ମଲାଇକା ଆରୋରା ବିଷୟରେ ଅର୍ଜୁନ କହିଛନ୍ତି ଯେ, ସେ ମୋତେ ଭଲ ଦେଖାଯିବାରେ ସାହାଯ୍ୟ କରନ୍ତି। ଅର୍ଜୁନ ପୋଷ୍ଟ କରିଥିବା ଫଟୋ ମଲାଇକା ଉଠାଇଥିବା ସେ କହିଛନ୍ତି।
ମଲାଇକା ୨୦୧୭ରେ ଅଭିନେତା ଅରବାଜ ଖାନଙ୍କୁ ଛାଡପତ୍ର ଦେଇଥିଲେ। ଅରବାଜ ଏବେ ମଡେଲ ଜର୍ଜିଆ ଆଣ୍ଡ୍ରେୟାନିଙ୍କୁ ଡେଟ କରୁଛନ୍ତି ଏବଂ ଅର୍ଜୁନଙ୍କ ସହ ମଲାଇକା ଖୁସି ଅଛନ୍ତି। ତେବେ ସେମାନଙ୍କ ବୟସର ପାର୍ଥକ୍ୟ ହେତୁ ଏହି ଦମ୍ପତିଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି। ମଲାଇକା ଅର୍ଜୁନଙ୍କଠାରୁ ୧୧ ବର୍ଷ ବଡ। ଏକ ସାକ୍ଷାତକାରରେ ମଲାଇକା ସମାଜର ମାନସିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି ତାଙ୍କଠାରୁ ସାନ ଝିଅ ସହିତ ସମ୍ପର୍କ ରଖନ୍ତି, ଲୋକମାନେ ତାଙ୍କୁ ପ୍ରଶଂସା କରନ୍ତି, କିନ୍ତୁ ଯେତେବେଳେ ଜଣେ ବଡ଼ ଝିଅସାନ ପୁଅକୁ ଡେଟ କରେ, ତାହା ଭୁଲ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?