କ୍ରାଇମବ୍ରାଞ୍ଚକୁ ମିଳିଲା ଶର୍ମିଷ୍ଠାଙ୍କ ଫୋନ୍‌, ବାହାରିବ ଆଉ କିଛି ସତ

ଭୁବନେଶ୍ୱର,୨ା୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶନିବାର ରିମାଣ୍ଡର ପଞ୍ଚମ ଦିନରେ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ କିଛି ନୂଆ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଜେରା ବେଳେ କ୍ରାଇମବ୍ରାଞ୍ଚକୁ ନିରଞ୍ଜନ କହିଛନ୍ତି, ସେ ହିଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। ଏହା ପରେ ଶର୍ମିଷ୍ଠା ପ୍ରଥମେ ଯାଜପୁରର କାଳିଆପାଣିସ୍ଥିତ ତାଙ୍କ ଶାଶୁଘରକୁ ଚାଲି ଯାଇଥିଲେ।

କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ଘଟଣାରେ ନିରଞ୍ଜନ ସେଠୀ ଅନେକ କଥା ସ୍ବୀକାର କରି ସାରିଛନ୍ତି। ସେ ନିୟମିତ ଭାବେ ଦୟାଲ ଆଶ୍ରମକୁ ଯାଉଥିଲେ। ସେ ସମ୍ପୂର୍ଣ୍ଣ ଅଫିସକୁ ବି ନିୟମିତ ଭାବେ ଯାଉଥିଲେ। ଫେବୃୟାରୀ ୭ରେ ହିଁ ନିରଞ୍ଜନ ଶର୍ମିଷ୍ଠାଙ୍କ ଅଫିସକୁ ଯାଇଥିଲେ। ସେ ସେଠାରେ ପହଞ୍ଚିଲା ବେଳକୁ ଶର୍ମିଷ୍ଠା, ଝୁନା, ଝୁନାଙ୍କ ସ୍ବାମୀ, ରାଜ, ଜଣେ କମ୍ପ୍ୟୁଟର ଅପରେଟର ଓ ଶର୍ମିଷ୍ଠାଙ୍କ ଭାଉଜ ଉପସ୍ଥିତ ଥିଲେ। ମାନସଙ୍କୁ ଦୟାଲ ଆଶ୍ରମରୁ ସେଠାକୁ ଅଣାଯାଇଥିଲା। ସେଠାରେ ନିରଞ୍ଜନ ମଧ୍ୟ ମାନସଙ୍କୁ ପିଟିଥିଲେ। ପ୍ରାୟ ରାତି ୧୦ଟା ବେଳେ ସେ ଅଫିସରୁ ବାହାରି ଯାଇଥିଲେ।

ଆଜି ରିମାଣ୍ଡର ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ‘ସମ୍ପୂର୍ଣ୍ଣ’ ଅଫିସକୁ ନେଇଥିଲେ। ସେଠାରେ ସେହିଦିନ କ’ଣ ସବୁ ଘଟିଥିଲା ତା’ର ଡେମୋ ଦେଖାଇଥିଲେ ଶର୍ମିଷ୍ଠା ଏବଂ ନିରଞ୍ଜନ। ଅଫିସ ପାଖରେ ଥିବା ଭଡ଼ା ଘରକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା। ସେହି ଘରେ ସେ ତାଙ୍କ ମୋବାଇଲ ଛାଡ଼ି ଯାଇଥିଲେ। ଯାହାକୁ କ୍ରାଇମବ୍ରାଞ୍ଚ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?