ଗବ୍ବର-ମୋଗେମ୍ବୋ ଭଳି ଖଳନାୟକ ହେବାକୁ ଚାହୁଁଛି: ରଣବୀର

ବମ୍ବେ: ସିନେମାରେ ନାୟକଙ୍କ ଭଳି ଖଳନାୟକମାନଙ୍କ କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ ତାଙ୍କ ଅଭିନୀତ ଚରିତ୍ର ବାହାବା ସାଉଁଟେ। ହେଲେ ଖଳନାୟକ ହେବା ସେତେଟା ସହଜ ନୁହେଁ। ଯଦି ନାୟକଟିଏ ନେଗେଟିଭ୍‌ ଚରିତ୍ରରେ ନଜର ଆସେ ତେବେ ତା ମନରେ ଅଜବ ଚିନ୍ତା ଥାଏ। ପ୍ରଶଂସକ ତାଙ୍କର ଚରିତ୍ରକୁ ଗ୍ରହଣ କରିବେ ତ। ଏବେ ବଲିଉଡ୍‌ର ଜଣେ ଅଭିନେତା ନାୟକ ନୁହେଁ ବରଂ ମୋଗେମ୍ବୋ, ଗବ୍‌ଖଳନାୟକ ଭୂମିକାରେ ଅଭିନୟ କରିବାକୁ ବଳାଇଛନ୍ତି ମନ। ସେ ହେଲେ ରଣବୀର କପୁର।

ଜୁଲାଇରେ ରିଲିଜ ହେବ ‘ଶମ୍‌ଶେରା’। ଫିଲ୍ମରେ ରଣବୀର ନାୟକ ଭୂମିକାରେ ଆସିବେ ନଜର। ସେହିଭଳି ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ଏହାର ଏବେ ପ୍ରମୋଶନ ଚାଲିଥିବା ବେଳେ ରଣବୀର ନିଜ ମନ କଥା କହିଛନ୍ତି।
ପିଲାଟିଦିନରୁ ସେ ହିରୋ ହେବାକୁ ଚାହୁଁଥିଲେ। ହେଲେ ମନରେ ଖଳନାୟକ ଭୂମିକା କରିବାକୁ ଇଚ୍ଛା ଥିଲା। ଏବେ ସେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଯେପରି କେହି ପିଲା କାନ୍ଦିଲେ ତାକୁ କହୁଥିବେ, ଶୋଇ ଯା, ନହେଲେ ରଣବୀର ଆସିଯିବ। ଏବେ ବଲିଉଡ୍‌ଜଗତରେ ଅନେକ ପରିବର୍ତ୍ତନ ଆସିଲାଣି। ପ୍ରଥମେ ଲୋକ କେବଳ ହିରୋ ହେବାକୁ ଚାହୁଁଥିଲେ। ମାତ୍ର ଏବେ ସେମାନେ ଭିଲେନ୍‌ ହେଉଛନ୍ତି। ତାଲିକାରେ ଶାହାରୁଖ ଖାନଙ୍କ ନାମ ରହିଛି। ଡର୍‌ ଫିଲ୍ମରେ ତାଙ୍କ ଅଭିନୟ ଆଜି ବି ଜୀବନ୍ତ ହୋଇ ରହିଛି। ପଦ୍ମାବତରେ ରଣବୀର ସିଂହ ଆଲାଉଦ୍ଦିନ ଖିଲଜୀ ଭୂମିକାରେ ନଜର ଆସିଥିଲେ ବୋଲି ଉଦାହରଣ ଦେଇ ରଣବୀର କହିଛନ୍ତି।

ଫିଲ୍ମ ବିଷୟରେ କଥା ହେଲେ ରଣବୀରଙ୍କ ଦୀର୍ଘ ଚାରି ବର୍ଷ ପରେ ‘ଶମ୍‌ଶେରା’ ଫିଲ୍ମ ରିଲିଜ ହେଉଛି। ତାଙ୍କର ଶେଷ ଫିଲ୍ମ ଥିଲା ସଞ୍ଜୁ। ଏହାଛଡ଼ା ସେ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ: ସଂସଦରେ ପହଞ୍ଚିଲେ ଏହିସବୁ ଫିଲ୍ମ ଷ୍ଟାର୍‌

ନୂଆଦିଲ୍ଲୀ, ୧୭।୬:ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ଏମପିମାନେ ଶପଥ ନେଇଛନ୍ତି। ଏଥର ସଂସଦକୁ ବହୁ ସିନେଷ୍ଟାର୍‌...

ଶେଷରେ ପ୍ରିୟାମଣି

ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହେଲା ଫୁଟବଲ୍‌। ଏହାର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ନିର୍ମିତ ହେଉଛି ହିନ୍ଦୀ ସିନେମା ‘ମୈଦାନ’। ଏଥିରେ ଅଜୟ ଦେବଗନ...

ପୁରୁଷ ପାଖରେ କିଛି କଥା ନ ଥିଲେ ସ୍ତ୍ରୀର ଚରିତ୍ର ଉପରେ କଥା କହିଥାଏ: ଚାରୁ

ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍‌ପିଟ ପରେ ଏବେ ବିବାହରେ...

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

୨୦୨୦ ବର୍ଷ ସିନେମା ପାଇଁ କଳା ବର୍ଷ ବୋଲି ପ୍ରମାଣିତ ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଏହି ସମୟରେ...

ଅଭିନୟ କଲେ ଛାଡି ଚାଲିଯିବାକୁ ଧମକ ଦେଇଥିଲେ ଏହି ସଫଳ ଗାୟକଙ୍କ ସ୍ତ୍ରୀ

ବଲିଉଡ୍‌ର ସଫଳ ଗାୟକଙ୍କ ମଧ୍ୟରେ ଅନ୍ୟତମ ଶାନ୍ତନୁ ମୁଖାର୍ଜା ଅର୍ଥାତ୍‌ ଶାନ୍‌। ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରୁ ଜନ୍ମ ଗ୍ରହଣ କରିଥିବା ଶାନ୍‌ଙ୍କର ଆଜି...

ଓଡ଼ିଆ ଯାତ୍ରା ଜଗତର ଦୁଇ ଅରୁଣ: ନାଟକ ଲେଖିବା ଯାହାଙ୍କ ନିଶା

ଓଡ଼ିଆ ଯାତ୍ରା ଜଗତର ଦୁଇ ସ୍ବନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଓ ଅରୁଣ ନାୟକ। ନାଟକ ଲେଖିବା ଏମାନଙ୍କର ପ୍ରାୟତଃ ଏକ ନିଶା। ପ୍ରତିବର୍ଷ ଏମାନେ...

ନଭେମ୍ବରରେ ରିଲିଜ ହେବ ଦୃଶ୍ୟମ ୨

ମୁମ୍ବାଇ: ଅଜୟ ଦେବଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦୃଶ୍ୟମ ୨ ଖୁବଶୀଘ୍ର ସିନେମାହଲରେ ରିଲିଜ୍ ହେବାକୁ ଯାଉଛି । ହାଇଦ୍ରାବାଦରେ ଶୁଟିଂ ଶେଷ ହେବା ପରେ...

ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ...

Advertisement
Archives

Model This Week