ସାହିଦଙ୍କୁ ସ୍ତ୍ରୀଙ୍କ ସହ ଦେଖି ଏମିତି କହିଲେ ପ୍ରଶଂସକ

ମୁମ୍ବାଇ: ଅଭିନେତା ସାହିଦ କପୁର ଏବଂ ସ୍ତ୍ରୀ ମୀରା ରାଜପୁତ ଏବେ ଛୁଟି କାଟିବାକୁ ଯାଇଛନ୍ତି। ଏହି କପଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ଝଲକ ଦେଖାଉଛନ୍ତି। ସାହିଦ ଶନିବାର ସକାଳେ ମୀରାଙ୍କ ସହ କିଛି ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଏହି କପଲଙ୍କ ସହ ସେମାନଙ୍କର ସନ୍ତାନ ମିଶା ଏବଂ ଜୈନ ମଧ୍ୟ ସ୍ବିଜରଲ୍ୟାଣ୍ଡକୁ ଛୁଟି ମନାଇବା ପାଇଁ ଯାଇଛନ୍ତି। ପ୍ରଶଂସକମାନେ ଏହି ଫଟୋଗୁଡ଼ିକୁ ବହୁତ ପସନ୍ଦ କରିଛନ୍ତି।

ସାହିଦ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସ୍ତ୍ରୀ ମୀରାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ମୀରା ସାହିଦଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି। ସେମାନଙ୍କ ପଛରେ ବହୁତ ଉଚ୍ଚ ପର୍ବତ ଦେଖାଯାଉଛି। ଏହା ଉପରେ ସୂର୍ଯ୍ୟକିରଣ ପଡ଼ିଥିବା ଦେଖିବାକୁ ମିଳିଛି।

ସାହିଦଙ୍କ ଫଟୋରେ ଜଣେ ୟୁଜର ଲେଖିଛନ୍ତି, ତୁମେ ଦୁହେଁ ଚମତ୍କାର ଦେଖାଯାଉଛ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଏତେ ସୁନ୍ଦର! ସେହିପରି ଅନ୍ୟ ଜଣେ ପ୍ରଶଂସକ କବୀର ସିଂଙ୍କ ପ୍ରକୃତ ପ୍ରେମ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର କାର୍‌ ଛାଡ଼ି ଅଟୋରେ ଗଲେ ଅନୁପମ୍‌, କହିଲେ ଏହାର କାରଣ…

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅନୁପମ ଖେର ତାଙ୍କ ଫିଲ୍ମ ‘ଶିବ ଶାସ୍ତ୍ରୀ ବଲ୍‌ବୋଆ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ...

ପୁଣି ଏକାଠି ନଜର ଆସିଲେ ସାରା-ଶୁବମନ, ଡେଟିଂକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିଥିବା ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜଣେ। ଲୁକ୍‌ ଏବଂ ଅଭିନୟ ମାଧ୍ୟମରେ ସେ...

ଗ୍ଲାମର ଦୁନିଆ ଛାଡ଼ି ଏବେ ଯୋଗିନୀ ଏସବୁ ଅଭିନେତ୍ରୀ: ପ୍ରଶଂସକଙ୍କୁ କରିଛନ୍ତି ଚକିତ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ...

ଏହି ଅଭିନେତାଙ୍କ ଝିଅ କରିଥିଲେ ଏମିତି ଭୁଲ୍‌ : ହରାଇବାକୁ ପଡ଼ିଥିଲା ଆତ୍ମସମ୍ମାନ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ ନିକଟରେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସହ ‘ଆକ୍ସ ମି ଏନିଥିଙ୍ଗ’ ସିଜିନ୍‌ରେ ଯୋଡି ହୋଇଥିଲେ। ଯେଉଁଠାରେ...

ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ...

ଆଉ ଜଣେ ନବାଗତା

ଜଣେ ନବାଗତା ନିଜ ନାମକୁ ନାୟିକା ଦୌଡରେ ସାମିଲ କରିଛନ୍ତି। ସେ ହେଲେ ସ୍ବାତୀ। ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ ଅଫ ଲଭ୍‌’ର ଫିମେଲ...

ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏକ୍ସ ଓ୍ବାଇଫ୍‌

ମୁମ୍ବାଇ: ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ପାଦ ରଖିଥିବା ହ୍ରିତିକ୍‌ ରୋଶନ ଶୁକ୍ରବାର ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ...

Advertisement
Archives

Model This Week