Posted inଖେଳ

ଲଜ୍ଜାଜନକ ରେକର୍ଡ: ୪୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ଭାରତୀୟ ଦଳ

୪୭ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନ ଲର୍ଡସରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲା। ୧୯୭୪ ମସିହାରେ ଅଜିତ ୱାଡେକରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚ ଏକ ଇନିଂସ ଏବଂ ୨୮୫ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ବିପକ୍ଷରେ ଭାରତ ମାତ୍ର ୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ସେତେବେଳେ ଟେଷ୍ଟ କ୍ରିକେଟରେ ଏହା ଭାରତର ସର୍ବନିମ୍ନ ସ୍କୋର ଥିଲା। ତେବେ ଗତ ବର୍ଷ ଅଷ୍ଟ୍ରେଲିଆର ଆଡିଲେଡରେ ଭାରତର ସର୍ବନିମ୍ନ ରନ ରେକର୍ଡ ଭାଙ୍ଗି ଯାଇଥିଲା। ଏହି ଟେଷ୍ଟରେ ମାତ୍ର ୩୬ ରନ୍‌ରେ ସୀମିତ ହୋଇଯାଇଥିଲା। ୱାଡେକରଙ୍କ ଦଳରେ ସୁନୀଲ ଗାଭାସ୍କର, ଗୁଣ୍ଡାପ୍ପା ବିଶ୍ୱନାଥ, ମଦନ ଲାଲ, ବିଶନ୍‌ ସିଂ ବେଦୀ, ଏରାପଲ୍ଲୀ ପ୍ରସନ୍ନ ଏବଂ ଭାଗବତ ଚନ୍ଦ୍ରଶେଖରଙ୍କ ପରି ଭେଟେରାନ ଖେଳାଳି ଉପସ୍ଥିତ ଥିଲେ ମଧ୍ୟ ଦଳ ୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଥିଲା। ଏହାପରେ ଅଜିତ ଓ୍ବାଡେକର ଟେଷ୍ଟରୁ ସନ୍ୟାସ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷିଲେ ଗାଭାସ୍କର: ‘୧୯ତମ ଓଭର ପାଲଟିଲାଣି ଚିନ୍ତାର ବିଷୟ…ସବୁଥର ଦେଉଛନ୍ତି ଅଧିକ ରନ୍‌’

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଏହାକୁ ନେଇ ବିଭିନ୍ନ ମହଲରେ ଦଳକୁ ସମାଲୋଚନାର ଶିକାର ହେବାକୁ...

ମିଡ୍‌ଲ ଅର୍ଡର ଚିନ୍ତାରେ କୋହଲି

ମୁମ୍ବାଇ,୩।୧୨: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ...

ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଛକାରେ ରକ୍ତ ଜୁଡୁବୁଡୁ ହେଲେ ଦର୍ଶକ: ଦେଖନ୍ତୁ ଭିଡିଓ

ସିଡନୀ,୧୫।୧୧: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବେନ ମ୍ୟାକଡେରମୋଟଙ୍କ ଏକ ଛକାରେ ଜଣେ ପ୍ରଶଂସକ ରକ୍ତ ଜୁଡୁବୁଡୁ ହୋଇଛନ୍ତି। ପ୍ରଶଂସକ ଜଣଙ୍କ ବଲ୍‌ଟି ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ...

ସଫଳତାର ରାଜ୍‌ ଖୋଲିଲେ ଜାଡେଜା

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ...

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ଇନ୍ଦୋର,୨।୩: ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆର ଅଶ୍ୱିନ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ...

ପୂଜା, ବିକାଶଙ୍କୁ ଅଲିମ୍ପିକ ଯୋଗ୍ୟତା

ଅମ୍ମନ (ଜୋର୍ଡାନ), ୮।୩ (ପି.ଟି.)- ଦୁଇ ଭାରତୀୟ ବକ୍ସର ପୂଜାରାଣୀ (୭୫ କିଗ୍ରା) ଓ ବିକାଶ କ୍ରିଷ୍ଣନ (୬୯ କିଗ୍ରା) ଚଳିତ ବର୍ଷ ଅନୁଷ୍ଠିତ ହେବାକୁ...

ବିଦେଶୀ ଖେଳାଳି ହ୍ରାସ ପାଇଁ ସୁପାରିସ

ନୂଆଦିଲ୍ଲୀ, ୯ା୫ (ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଟେକ୍‌ନିକାଲ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାବର୍ଷରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଆଇ-ଲିଗ୍‌ରେ...

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୫୩ରନ୍‌ର ଟାର୍ଗେଟକୁ ଟିମ୍‌...

Advertisement
Archives

Model This Week