Posted inଜାତୀୟ

କହ୍ନେୟାଙ୍କ ହତ୍ୟାକାଣ୍ଡ, ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା…

ନୂଆଦିଲ୍ଲୀ, ୨।୭ : କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଭାଜପା ଲିଙ୍କ୍‌ ନେଇ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡା ଶନିବାର ଅପରାହ୍ନରେ ଦିଲ୍ଲୀରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ କହ୍ନେୟାଙ୍କ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିୟାଜ ଅତାରତଙ୍କ ସହ ଦୁଇ ଭାଜପା ନେତା ଇରଶାଦ ଚେନୱାଲା ଏବଂ ମହମ୍ମଦ ତାହିରଙ୍କ ଥିବା ଫଟୋରୁ ସାବ୍ୟସ୍ତ ହୋଇଛି ଯେ ହତ୍ୟାକାରୀଙ୍କ ସହିତ ଭାଜପାର ଘନିଷ୍ଠ ସମ୍ପର୍କ ରହିଛି।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ରାଜସ୍ଥାନ ଭାଜପାର ଜଣେ ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଗୁଲାବଚନ୍ଦ କାଟରିଆଙ୍କ କାର୍ଯ୍ୟକ୍ରମରେ ରିୟାଜି ବାରମ୍ବାର ଅଂଶଗ୍ରହଣ କରୁଥିଲେ। ଭାଜପାର ରାଜସ୍ଥାନ ସଂଖ୍ୟାଲଘୁ ୟୁନିଟର ବୈଠକରେ ଯୋଗ ଦେଇଥିବା ରିୟାଜଙ୍କ ଫଟୋ ବର୍ତ୍ତମାନ ବିଶ୍ୱ ସାମ୍ନାରେ ଅଛି। ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଖେଡା କହିଛନ୍ତି, ଫେସବୁକରେ ଭାଜପା ନେତା ଇରଶାଦ ଚେନୱାଲା ଏବଂ ମହମ୍ମଦ ତାହିରଙ୍କ ଦ୍ୱାରା ୩୦ ନଭେମ୍ବର ୨୦୧୮, ୩ ଫେବୃଆରୀ ୨୦୧୯, ୨୭ ଅକ୍ଟୋବର ୨୦୧୯, ୨୮ନଭେମ୍ବର ୨୦୧୯ ଏବଂ ୧୦ ଅଗଷ୍ଟ ୨୦୨୧ ରେ ପୋଷ୍ଟ କରାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଉଦୟପୁରରେ ଦୋକାନୀ କହ୍ନେୟାଙ୍କ ହତ୍ୟା କରିଥିବା ଅଭିଯୁକ୍ତ ରିୟାଜ କେବଳ ଭାଜପା ନେତାଙ୍କ ନିକଟତର ନୁହଁନ୍ତି, ସେ ଭାଜପାର ଜଣେ ସକ୍ରିୟ ସଦସ୍ୟ ମଧ୍ୟ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିବା ନିଷ୍ପତ୍ତିକୁ ସ୍ବାଗତ ମଧ୍ୟ କରିଛନ୍ତି। କିନ୍ତୁ ନୂଆ ତଥ୍ୟ ଆସିବା ପରେ ପ୍ରଶ୍ନ ଉଠିଛି ଯେ କେନ୍ଦ୍ର ସରକାର ଏହି ଘଟଣା ଶୀଘ୍ର ଏନଆଇଏକୁ ହସ୍ତାନ୍ତର କରିବା ନିଷ୍ପତ୍ତି ଭାଜପା ଲିଙ୍କ୍‌ ଯୋଗୁ ନେଇଛନ୍ତି କି? ବୋଲି ଖେଡା ପ୍ରଶ୍ନ କରିଛନ୍ତି। ଏହି କାରଣ ତ୍ୱରିତ ଭାବରେ କେନ୍ଦ୍ର ସରକାର ଏନଆଇଏକୁ ହସ୍ତାନ୍ତର କରିଛି କି ବୋଲି ଖେଡା ସନ୍ଦେହ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଅଜମେର ଦକ୍ଷିଣର ଭାଜପା ବିଧାୟକ ଅନୀତା ଭଦେଲ ରିୟାଜଙ୍କ କଂଗ୍ରେସ ସହ ସମ୍ପର୍କ ଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ଅଜମେରରେ ଦଙ୍ଗା କରିବାକୁ ଚାହୁଁଥିଲେ। ଏଥିପାଇଁ ଅନେକ ହ୍ବାଟସ ଆପ ଗ୍ରୁପ ସୃଷ୍ଟି କରାଯାଇଥିଲା। ସେ ଦାବି କରିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ କଂଗ୍ରେସର ପଦାଧିକାରୀ ଏବଂ ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?