Posted inଜାତୀୟ

କହ୍ନେୟାଙ୍କ ହତ୍ୟାକାଣ୍ଡ, ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା…

ନୂଆଦିଲ୍ଲୀ, ୨।୭ : କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଭାଜପା ଲିଙ୍କ୍‌ ନେଇ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡା ଶନିବାର ଅପରାହ୍ନରେ ଦିଲ୍ଲୀରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ କହ୍ନେୟାଙ୍କ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିୟାଜ ଅତାରତଙ୍କ ସହ ଦୁଇ ଭାଜପା ନେତା ଇରଶାଦ ଚେନୱାଲା ଏବଂ ମହମ୍ମଦ ତାହିରଙ୍କ ଥିବା ଫଟୋରୁ ସାବ୍ୟସ୍ତ ହୋଇଛି ଯେ ହତ୍ୟାକାରୀଙ୍କ ସହିତ ଭାଜପାର ଘନିଷ୍ଠ ସମ୍ପର୍କ ରହିଛି।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ରାଜସ୍ଥାନ ଭାଜପାର ଜଣେ ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଗୁଲାବଚନ୍ଦ କାଟରିଆଙ୍କ କାର୍ଯ୍ୟକ୍ରମରେ ରିୟାଜି ବାରମ୍ବାର ଅଂଶଗ୍ରହଣ କରୁଥିଲେ। ଭାଜପାର ରାଜସ୍ଥାନ ସଂଖ୍ୟାଲଘୁ ୟୁନିଟର ବୈଠକରେ ଯୋଗ ଦେଇଥିବା ରିୟାଜଙ୍କ ଫଟୋ ବର୍ତ୍ତମାନ ବିଶ୍ୱ ସାମ୍ନାରେ ଅଛି। ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଖେଡା କହିଛନ୍ତି, ଫେସବୁକରେ ଭାଜପା ନେତା ଇରଶାଦ ଚେନୱାଲା ଏବଂ ମହମ୍ମଦ ତାହିରଙ୍କ ଦ୍ୱାରା ୩୦ ନଭେମ୍ବର ୨୦୧୮, ୩ ଫେବୃଆରୀ ୨୦୧୯, ୨୭ ଅକ୍ଟୋବର ୨୦୧୯, ୨୮ନଭେମ୍ବର ୨୦୧୯ ଏବଂ ୧୦ ଅଗଷ୍ଟ ୨୦୨୧ ରେ ପୋଷ୍ଟ କରାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଉଦୟପୁରରେ ଦୋକାନୀ କହ୍ନେୟାଙ୍କ ହତ୍ୟା କରିଥିବା ଅଭିଯୁକ୍ତ ରିୟାଜ କେବଳ ଭାଜପା ନେତାଙ୍କ ନିକଟତର ନୁହଁନ୍ତି, ସେ ଭାଜପାର ଜଣେ ସକ୍ରିୟ ସଦସ୍ୟ ମଧ୍ୟ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିବା ନିଷ୍ପତ୍ତିକୁ ସ୍ବାଗତ ମଧ୍ୟ କରିଛନ୍ତି। କିନ୍ତୁ ନୂଆ ତଥ୍ୟ ଆସିବା ପରେ ପ୍ରଶ୍ନ ଉଠିଛି ଯେ କେନ୍ଦ୍ର ସରକାର ଏହି ଘଟଣା ଶୀଘ୍ର ଏନଆଇଏକୁ ହସ୍ତାନ୍ତର କରିବା ନିଷ୍ପତ୍ତି ଭାଜପା ଲିଙ୍କ୍‌ ଯୋଗୁ ନେଇଛନ୍ତି କି? ବୋଲି ଖେଡା ପ୍ରଶ୍ନ କରିଛନ୍ତି। ଏହି କାରଣ ତ୍ୱରିତ ଭାବରେ କେନ୍ଦ୍ର ସରକାର ଏନଆଇଏକୁ ହସ୍ତାନ୍ତର କରିଛି କି ବୋଲି ଖେଡା ସନ୍ଦେହ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଅଜମେର ଦକ୍ଷିଣର ଭାଜପା ବିଧାୟକ ଅନୀତା ଭଦେଲ ରିୟାଜଙ୍କ କଂଗ୍ରେସ ସହ ସମ୍ପର୍କ ଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ଅଜମେରରେ ଦଙ୍ଗା କରିବାକୁ ଚାହୁଁଥିଲେ। ଏଥିପାଇଁ ଅନେକ ହ୍ବାଟସ ଆପ ଗ୍ରୁପ ସୃଷ୍ଟି କରାଯାଇଥିଲା। ସେ ଦାବି କରିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ କଂଗ୍ରେସର ପଦାଧିକାରୀ ଏବଂ ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri