ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍‌ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀଙ୍କ ପ୍ରେମ କାହାଣୀ ଫିଲ୍ମଠାରୁ ବି ଅଧିକ। ଉଭୟଙ୍କ ବିବାହକୁ ୩୨ ବର୍ଷ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଆଜି ବି ରୋମାନ୍ସ ଫିକା ପଡ଼ିନି। ନିକଟରେ ଗୌରୀ କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍‌ କରଣ-୭’ରେ ସ୍ବତନ୍ତ୍ର ଅତିଥି ଭାବରେ ପହଞ୍ଚିଥିଲେ। ଯେଉଁଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ତାଙ୍କ ପ୍ରେମକାହାଣୀ ବିଷୟରେ କହିଥିଲେ।

କରଣ ଜୋହର ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଆଗାମୀ ଏପିସୋଡ୍‌ର ଏକ ପ୍ରୋମୋ ଶେୟାର କରିଛନ୍ତି। ରାପିଡ୍‌ ରାଉଣ୍ଡରେ କରଣ ଗୌରୀଙ୍କୁ ତାଙ୍କ ପ୍ରେମ କାହାଣୀକୁ କେଉଁ ଫିଲ୍ମ ସହ ତୁଳନା କରିବେ ବୋଲି ପଚାରିଥିଲେ। କରଣଙ୍କ ଏହି ପ୍ରଶ୍ନ ଶୁଣିବା ପରେ ଗୌରୀ କାଳବିଳମ୍ବ ନକରି ଉତ୍ତର ଦେଇ କହିଥିଲେ ଯେ, ମୁଁ ଭାବୁଛି ‘ଦିଲ୍‌ ଓ୍ବାଲେ ଦୁଲ୍‌ହାନିଆ ଲେ ଯାୟେଙ୍ଗେ’। ଏହା ସହିତ ଗୌରୀ ଏହା ମଧ୍ୟ କହିଛନ୍ତି ଯେ, ଏହି ଫିଲ୍ମଟି ତାଙ୍କର ବହୁତ ପ୍ରିୟ।

ଶାହାରୁଖ ଏବଂ ଗୌରୀ ପରସ୍ପରକୁ ୬ ବର୍ଷ ଧରି ଡେଟ୍‌ କରିଥିଲେ। ଦୁହେଁ ଦିଲ୍ଲୀର ବାସିନ୍ଦା। ଉଭୟଙ୍କ ବିବାହ ଅକ୍ଟୋବର ୧୯୯୧ରେ ହୋଇଥିଲା। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। ଜ୍ୟେଷ୍ଠପୁତ୍ର ଆର୍ୟନ, ଝିଅ ସୁହାନା ଏବଂ ତୃତୀୟ ପୁତ୍ର ସନ୍ତାନକୁ ସେ ସରୋଗେସି ମାଧ୍ୟମରେ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଶୋ’ରେ ଆସିବେ ରବିନା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ଛୋଟ ପରଦା ଆଡେ ମୁହାଁଇଛନ୍ତି। ପ୍ରଯୋଜନା ହେଉ ବା ହୋଷ୍ଟ ଏବେ ସଲମାନ ବୋଧହୁଏ ଟିକେ ଛୋଟ...

ଏକଦା ପେଟ୍ରୋଲ ପମ୍ପରେ ଚାରିଜଣ ଗୁଣ୍ଡାଙ୍କ ସହ ଏକୁଟିଆ ମାର୍‌ପିଟ୍‌ କରିଥିଲେ ସନ୍ନି ଦେଓଲ; ଭାଇ ବବି କହିଲେ…

ବମ୍ବେ: ବଲିଉଡ୍‌ର ବେଷ୍ଟ ଆକ୍ସନ ହିରୋଙ୍କ ମଧ୍ୟରୁ ସନ୍ନି ଦେଓଲ ଜଣେ। ସେ କେବଳ କ୍ୟାମେରା ସାମ୍ନାରେ ଆକ୍ସନ କରନ୍ତି ତାହା ନୁହେଁ ବ୍ୟକ୍ତିଗତ ଜୀବନରେ...

ହାତରେ ନେଲପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ଅଭିନେତା

ଇସଲାମାବାଦ: ହାତରେ ନେଲ୍‌ପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ପାକିସ୍ତାନୀ ଗାୟକ ତଥା ଅଭିନେତା ଅଲି ଜାଫର। ଷ୍ଟେରିଓଟାଇପ୍‌ ଭାଙ୍ଗି ସେ ନିଜର ଏକ ଫଟୋ ପୋଷ୍ଟ...

ତିନି ମାସ ପରେ ମୁହଁ ଦେଖାଇଲେ

ବମ୍ବେ: ତିନି ମାସ ପରେ ଝିଅର ମୁହଁ ଦେଖାଇଛନ୍ତି ସୁସ୍ମିତା ସେନଙ୍କ ଭାଉଜ ତଥା ଅଭିନେତ୍ରୀ ଚାରୁ ଅସୋପା। ସୋସିଆଲ ମିଡିଆରେ ସେ ଝିଅ ଜିୟାନାଙ୍କ...

ରାଗରେ ଅଛନ୍ତି ଅନୁଷ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଜଣାଶୁଣା ବ୍ରାଣ୍ଡ ‘ପୁମା’ ମଧ୍ୟରେ ସୋସିଆଲ ମିଡିଆରେ ଲଢ଼େଇ ଆରମ୍ଭ ହୋଇଯାଇଛି। ‘ପୁମା’ ବ୍ରାଣ୍ଡର ଏକ ପୋଷାକକୁ...

୬୦୦ଟଙ୍କିଆ ଶାଢି ପିନ୍ଧି ଟ୍ରୋଲ ହେଲେ କଙ୍ଗନା

ବଲିଉଡର ବିନ୍ଦାସ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କୁ ଅଧିକାଂଶ ସମୟରେ ଶାଢି ପିନ୍ଧିଥିବାର ଲକ୍ଷ୍ୟ କରାଯାଏ। ଶାଢି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ନିକଟରେ...

ସ୍ତ୍ରୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ରାମ ଚରଣ

‘ଆରଆରଆର’ ଫେମ୍‌ ରାମ ଚରଣ ସ୍ତ୍ରୀ ଉପାସାନା କୋନିଦେଲାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇଛନ୍ତି। ଏହି ବିଶେଷ ଦିନରେ ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ...

ପ୍ରେମରେ ଉବୁଟୁବୁ ଇରା: ବାପାଙ୍କ ଫିଟ୍‌ନେସ୍‌ କୋଚଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ: ବଲିଉଡ୍‌ ପରଫେକ୍ଟନିଷ୍ଟ ଅମିର ଖାଁଙ୍କ ଝିଅ ଇରା ଖଁା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମରେ ସେ ନିଜ ଜୀବନ ହେଉ...

Advertisement
Archives

Model This Week