Posted inଜାତୀୟ

ଶାହା-ମଦାନି ଭେଟ: ୧୪ ପ୍ରସଙ୍ଗ ଉପରେ ଆଲୋଚନା…

ନୂଆଦିଲ୍ଲୀ,୫।୪ : ମୁସଲମାନ ସମାଜ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଅନ୍ତର୍ଗତ ମୁସଲିମ ସମ୍ପ୍ରଦାୟର ୧୬ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ପ୍ରତିନିଧି ଦଳର ନେତୃତ୍ୱ ଜାମିଆ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ମହମୁଦ ମଦାନି ନେଇଥିଲେ।

ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରୁ ମୁସଲମାନ ଧାର୍ମିକ ନେତା ଏବଂ ବୁଦ୍ଧିଜୀବୀମାନେ ଏଥିରେ ଯୋଗ ଦେଇଥିଲେ। ଶାହାଙ୍କ ବାସଭବନରେ ଏହି ବୈଠକ ପ୍ରାୟ ଦେଢ଼ଘଣ୍ଟା ଧରି ଚାଲିଥିଲା। ଜାମିଆର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏହି ବୈଠକରେ ୧୪ଟି ପଏଣ୍ଟ ଉପରେ ଆଲୋଚନା କରାଯାଇଥିଲା। ମୁସଲିମ ସମ୍ପ୍ରଦାୟର ଦ୍ୱନ୍ଦ୍ୱକୁ ସରକାର ଅନେକ ପ୍ରସଙ୍ଗରେ ହଟାଇ ଦେଇଥିବାବେଳେ ଅମିତ ଶାହା ଅନେକ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଶ୍ଚିତତା ଦେଇଛନ୍ତି।

ଏହି ବାର୍ତ୍ତାଳାପରେ ରାମନବମୀ ଶୋଭାଯାତ୍ରା ସମୟରେ ଦେଶର ଅନେକ ସ୍ଥାନରେ ହିଂସା, ହରିୟାଣା ସମେତ ଅନ୍ୟ ରାଜ୍ୟରେ ଭିଡ଼ ହିଂସା ଏବଂ କର୍ନାଟକରେ ମୁସଲମାନ ସଂରକ୍ଷଣ ରଦ୍ଦ ଭଳି ପ୍ରସଙ୍ଗ ଉଠାଯାଇଥିଲା।
ସେହିଭଳି ୟୁନିଫର୍ମ ସିଭିଲ କୋଡ, ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ), ସମଲିଙ୍ଗୀ ବିବାହ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏଥିମଧ୍ୟରେ କଶ୍ମୀରରେ ଧାରା ୩୭୦ ହଟାଇବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏହି ସମୟରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଉପରେ ଏକ ବିସ୍ତୃତ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
କର୍ନାଟକରେ ମୁସଲମାନ ସଂରକ୍ଷଣକୁ ନେଇ ମୁସଲିମ ସମ୍ପ୍ରଦାୟର ଦ୍ୱନ୍ଦ୍ୱକୁ କେନ୍ଦ୍ର ମନ୍ତ୍ରୀ ସଫା କରିଛନ୍ତି। ଏହା ସହିତ ମାଡ୍ରାସାରେ ଆଧୁନିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଭିଡ଼ ହିଂସା ମାମଲାରେ ଆଶ୍ୱାସନା ଦେବାବେଳେ ସେ କହିଛନ୍ତି ଯେ ଯଦି କୌଣସି ରାଜ୍ୟରେ କାର୍ଯ୍ୟାନୁଷ୍ଠାନର ଅଭାବ ରହିଛି ତେବେ ସେହି ମାମଲାଗୁଡ଼ିକର ତାଲିକା ହସ୍ତାନ୍ତର କରନ୍ତୁ। ଏଭଳି ମାମଲାର ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?