ବ୍ୟବହାରିକ ଜ୍ଞାନ ସଂଗ୍ରହ, ରାଗିଂମୁକ୍ତ କ୍ୟାମ୍ପସ୍‌ କର

ସମ୍ବଲପୁର,୫ା୪(ବ୍ୟୁରୋ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ଛାତ୍ରୀଛାତ୍ରଙ୍କ ସହ କ୍ଲାସରୁମରେ ଆଲୋଚନା କରିଥିଲେ। କଲେଜରେ ଥିବା ସମସ୍ୟା, ହଷ୍ଟେଲ ପାଇଁ କରାଯାଇଥିବା କଡା ନିୟମ ଗୁଡିକ ସମ୍ପର୍କରେ ଛାତ୍ରମାନେ ମନ୍ତ୍ରୀଙ୍କୁ କହିଥିଲେ। ମନ୍ତ୍ରୀ କହିଥିଲେ, ମାଆବାପା କଲେଜକୁ ପାଠ ପଢିବା ପାଇଁ ବହୁ ଆଶାରେ ପଠାଉଛନ୍ତି। ତାଙ୍କର ସ୍ବପ୍ନ ପୂରଣ ହେବା ସହ ନିଜର ଲକ୍ଷ୍ୟ ମଧ୍ୟ ହାସଲ ହେବ। ପ୍ରତିଦିନ ଆମେ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଉ। ଆମର ବ୍ୟବହାର ଆମର ପରିଚୟ ହୋଇଥାଏ। ସମସ୍ଥଙ୍କୁ ଉତ୍ତମ ବ୍ୟବହାର ଦେବା ଉଚିତ। ବ୍ୟବହାରିକ ଜ୍ଞାନ ସଂଗ୍ରହ ସହ ବିଶ୍ୱବିଦ୍ୟାଳୟକୁ ରାଗିଂ ମୁକ୍ତ କର। ଜୁନିୟର କିମ୍ବା ସହପାଠୀଙ୍କ ସହିତ ଭଲ ସମ୍ପର୍କ ରଖି ପାଠ ପଢାରେ ସହଯୋଗ କର। ଏବେ ଅନେକ କଲେଜରେ ଛାତ୍ରୀଛାତ୍ର କୌଣସି କାରଣରୁ ଆତ୍ମହତ୍ୟା କରୁଥିବା ଘଟଣା ଦେଖିବାକୁ ମିଳୁଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଲେଜ ଓ ହଷ୍ଟେଲରେ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ମନ୍ତ୍ରୀ ପୂଜାରୀ କହିଥିଲେ। ପରେ ଆଞ୍ଚଳିକ ଉଚ୍ଚଶିକ୍ଷା କାର୍ଯ୍ୟାଳୟ ପରିସରରେ ଜିଲାର ବିଭିନ୍ନ କଲେଜ ଅଧ୍ୟକ୍ଷ ତଥା ମୋ କଲେଜ ସଂଯୋଜକଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କଲେଜରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସମସ୍ୟା ଥିବା ଉପସ୍ଥିତ ଅଧ୍ୟକ୍ଷ ମାନେ ଅଭିଯୋଗ କରିଥିଲେ। ଏହାସହ କେତେକ କଲେଜରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ପୂରଣ କରିବାକୁ ଦାବି କରିଥିଲେ। ପର୍ଯ୍ୟାକ୍ରମେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ପୂଜାରୀ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଭାବତି ଗୁରୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟିଆମାଳ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ

ଟାଙ୍ଗୀ(ଖୋର୍ଦ୍ଧା)/ନିରାକାରପୁର,: ୨୬ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ରେଞ୍ଜ୍‌ ଅଧୀନ ପଟିଆମାଳ ଜଙ୍ଗଲରେ ସୋମବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗର...

କରୋନା ସଂକ୍ରମଣ ସନ୍ଦେହ: ବିଷ୍ଣୁପୁର ଅଞ୍ଚଳର ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲା ପୋଲିସ

ବାହାନଗା, ୨୮।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଯୁବକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଖନ୍ତାପଡା ଥାନା...

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠୁଛି। ସୋମବାର ବରଗଡ଼...

ସହରକୁ ପିଇବା ପାଣି ଯୋଗାଣ ବାଧା ଆଶଙ୍କା

ଭଞ୍ଜନଗର,୯।୨(ଡି.ଏନ.ଏ) ଭଞ୍ଜନଗର ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ନେଇଛନ୍ତି।ଏହି ପରିପ୍ରେକ୍ଷୀରେ ନୂଆ ନୂଆ ପ୍ରକଳ୍ପ ହେଉଛି । ହେଲେ ବିଭିନ୍ନ କାରଣ...

‘ବିକଶିତ ହେବ ଶାରୀଶୁଆ ଜଳପ୍ରପାତ’

ଖଇରା, ୨୩।୧୨(ଡି.ଏନ.ଏ.): ଆଉ ଦିନକ ପରେ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ୨ ପ୍ରମୁଖ ପ୍ରକଳ୍ପ ଶାରୀଶୁଆ ପାହାଡ ଜଳପ୍ରପାତ ଓ କୁପାରୀ ନାଟ୍ୟମଣ୍ଡପକୁ ଅନ୍ୟ କିଛି...

ମାସେ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୀରାଶାଳ ଏୟାର ଷ୍ଟ୍ରିପ୍‌

କାମାକ୍ଷାନଗର, ୧୭।୫(ଡି.ଏନ.ଏ.)- ମାସେ ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ବୀରାଶାଳ ଏୟାରଷ୍ଟ୍ରିପ୍‌। ଏଥିପାଇଁ ସବୁଜ ସଙ୍କେତ ମିଳିଛି। ଗୁରୁବାର ବେସାମରିକ ବିମାନ ଚଳାଚଳ...

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ...

କାରଖାନା ଫେରାଉଛି ଗରଳପାଣି

ଯାଜପୁର ଅଫିସ,୧୮।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ ପ୍ରଦୂଷଣ ଉତ୍କଟ ହୋଇଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ କାରଖାନାଗୁଡିକ ନିର୍ମଳ ପାଣି ନେଇ...

Advertisement
Archives

Model This Week