Posted inଜାତୀୟ

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ କରିବା ସହ ୧ ଲକ୍ଷ ଶିଳ୍ପ-ପ୍ରସ୍ତୁତ ସେମିକଣ୍ଡକ୍ଟର ଟେକ୍ନିସିଆନ୍‌ ଓ କର୍ମଚାରୀ ପ୍ରସ୍ତୁତ କରାଯିବ। ସେମିକନ୍‌ ଇଣ୍ଡିଆ ୨୦୨୬ରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଲକ୍ଷ୍ୟ ବିଷୟରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ସେମିକଣ୍ଡକ୍ଟର ଶିଳ୍ପର ବିଭିନ୍ନ ଆବଶ୍ୟକତା ସହ ଜଡ଼ିତ କମ୍ପାନୀଗୁଡ଼ିକ ଏହି ଲକ୍ଷ୍ୟର ଅଂଶ ହେବେ। ସରକାରଙ୍କ ପ୍ରଥମ ପର୍ଯ୍ୟାୟର ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଅଧୀନରେ ୧୦୫ଟି ଷ୍ଟାର୍ଟଅପ୍‌ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ପ୍ରାୟ ୨୦ଟି ଷ୍ଟାର୍ଟଅପ୍‌ ଭେଞ୍ଚର କ୍ୟାପିଟାଲ୍‌ ଫଣ୍ଡିଂ ପାଇଥିବା ବେଳେ ମୋଟ ପ୍ରାୟ ୮୦୦ କୋଟି ଟଙ୍କାର ନିବେଶ ହୋଇଥିଲା।ଜୁଲାଇରେ କେନ୍ଦ୍ର କ୍ୟାବିନେଟ୍‌ ସେମିକନ୍‌ ଇଣ୍ଡିଆ ୨.୦କୁ ମଞ୍ଜୁରି ଦେଇଥିଲା। ଏଥିପାଇଁ ୧.୨୭୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହି କାର୍ଯ୍ୟକ୍ରମ ୬ଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ। ଚିପ୍‌ ଡିଜାଇନ, ସେମିକଣ୍ଡକ୍ଟର ଉପକରଣ ଓ ସାମଗ୍ରୀ, ଫ୍ୟାବ୍ରିକେସନ୍‌, ଆଡଭାନ୍ସଡ୍‌ ପ୍ୟାକେଜିଂ, ଗବେଷଣା ଓ ବିକାଶ (R&D) ଏବଂ ଦକ୍ଷ ମାନବ ସମ୍ବଳ ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯିବ।

ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଆବଶ୍ୟକ ମେସିନ୍‌ ଓ ସାମଗ୍ରୀ କ୍ଷେତ୍ରରେ ଦେଶୀୟ କ୍ଷମତା ବୃଦ୍ଧି କରିବା ଉପରେ ଫୋକସ୍‌ ରହିବ। କାର୍ଯ୍ୟକ୍ରମରେ ଘୋଷିତ ୫ ବିଲିୟନ ଡଲାର ନିବେଶ ଭାରତରେ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟକ ହେବ ବୋଲି ବୈଷ୍ଣବ କହିଛନ୍ତି। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଅଧିକ ମାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନକୁ ସହାୟତା କରାଯିବ । ଏଥିରେ ସିଲିକନ୍‌ ୱେଫର ଫ୍ୟାବ୍‌, କମ୍ପାଉଣ୍ଡ ସେମିକଣ୍ଡକ୍ଟ ଓ ଫୋଟୋନିକ୍ସ ୟୁନିଟ୍‌, ସେନ୍‌ସର ଏବଂ ଡିସ୍‌ପ୍ଲେ ଫ୍ୟାବ୍‌ ଆଦି ସାମିଲ ରହିବ।

ଆଡଭାନ୍ସଡ୍‌ ପ୍ୟାକେଜିଂ ମଧ୍ୟ ଏହି ମିଶନ୍‌ର ଏକ ପ୍ରମୁଖ ଅଂଶ। ଭାରତର ATMP ଓ OSAT ଇକୋସିଷ୍ଟମ୍‌କୁ ଆହୁରି ମଜବୁତ କରିବା ଲକ୍ଷ୍ୟ ରହିଛି। ଓଡ଼ିଶାରେ ଏକ 3D ପ୍ୟାକେଜିଂ ୟୁନିଟ୍‌ ସ୍ଥାପନ ପ୍ରକ୍ରିୟା ଆଗକୁ ବଢ଼ୁଥିବା ବୈଷ୍ଣବ ସୂଚନା ଦେଇଛନ୍ତି। ସେମିକଣ୍ଡକ୍ଟର ଶିଳ୍ପର ବିସ୍ତାର ସହ ଆବଶ୍ୟକ ହେଉଥିବା ଟେକ୍ନିସିଆନ୍‌, କ୍ଲିନ୍‌ରୁମ୍‌ ବିଶେଷଜ୍ଞ ଏବଂ ଫ୍ୟାକ୍ଟ୍ରି ଫ୍ଲୋର୍‌ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଏଥର ଅଧିକ ଗୁରୁତ୍ୱ ଦିଆଯିବ। ମନ୍ତ୍ରୀ କହିଛନ୍ତି, ସେମିକନ୍‌ ଇଣ୍ଡିଆ ୧.୦ରେ ୧୦ ବର୍ଷ ମଧ୍ୟରେ ୮୫ ହଜାର ଡିଜାଇନ୍‌ ଇଞ୍ଜିନିୟରଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହି ଲକ୍ଷ୍ୟ ମାତ୍ର ୪ ବର୍ଷରେ ହାସଲ ହୋଇଛି। ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ୧ ଲକ୍ଷ ଟେକ୍ନିସିଆନ୍‌ ଓ ଶିଳ୍ପ-ପ୍ରସ୍ତୁତ କର୍ମଚାରୀ ପ୍ରସ୍ତୁତ କରିବା ଲକ୍ଷ୍ୟ ରହିଛି।

ସେମିକନ୍‌ ଇଣ୍ଡିଆ ୨.୦ରେ ଗବେଷଣା ଓ ବିକାଶ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଅଧିକ ସହଯୋଗ ମାଧ୍ୟମରେ ଉନ୍ନତ ଶିଳ୍ପ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ହାତକୁ ନିଆଯିବ। ଗବେଷଣାକୁ ଅଧିକ ପ୍ରୟୋଗଭିତ୍ତିକ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ଅନୁସାରେ, ସେମିକନ୍‌ ଇଣ୍ଡିଆ ୧.୦ ଅଧୀନରେ ୧୨ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ସେଥିରୁ ୩ଟି ପ୍ରକଳ୍ପରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି।

ନୂଆଦିଲ୍ଲୀର ଯଶୋଭୂମିରେ ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ସେମିକନ୍‌ ଇଣ୍ଡିଆ ୨୦୨୬ ଆୟୋଜିତ ହେଉଛି। “Silicon to Systems: Building the Ecosystem” ଥିମ୍‌ରେ ଆୟୋଜିତ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍‌, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏବଂ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସଂଘ SEMI ମିଳିତ ଭାବେ ଆୟୋଜନ କରୁଛନ୍ତି।ଏଥିରେ ୬୦୦ରୁ ଅଧିକ ପ୍ରଦର୍ଶକ, ପ୍ରାୟ ୩୦୦ ଅନ୍ତର୍ଜାତୀୟ କମ୍ପାନୀ, ୧୫୦ରୁ ଅଧିକ ବକ୍ତା ଏବଂ ୪୦ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ଜନ୍ମଦିନରେ ମହିଳାଙ୍କୁ ପିଏମ୍‌ ମୋଦିଙ୍କ ବଡ଼ ଉପହାର: ଖାତାକୁ ଗଲା ୩ ହଜାର ଟଙ୍କା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ସେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?