ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ମୂଲ୍ୟବାନ୍‌ କାଠ

ଚନ୍ଦ୍ରପୁର, ୨୭।୬(ଡି.ଏନ୍‌.ଏ.): ଗଛ ଆମର ବନ୍ଧୁ। ସୁସ୍ଥ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ପରିବେଶକୁ ସ୍ବଚ୍ଛ, ସୁସ୍ଥ ରଖିବାକୁ ବନ ବିଭାଗ, ସାଧାରଣ ଲୋକେ, ବିଭିନ୍ନ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ଗଛ ଲଗାଉଛନ୍ତି। କିନ୍ତୁ ରାୟଗଡ଼ା ଜିଲା ଚନ୍ଦ୍ରପୁରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସେଠାକାର ଆଦିବାସୀମାନେ ଗଛ ଲଗାଇବା ପରିବର୍ତ୍ତେ ଜଙ୍ଗଲ କାଟି ପଦା କରି ଦେଉଛନ୍ତି। ଅତି ମୂଲ୍ୟବାନ୍‌ ଗଛ ସବୁକୁ ଶାଗ ମାଛ ଦରରେ ବିକ୍ରିକରି ଦେଉଛନ୍ତି। ସଚେତନତା ଅଭାବରୁ ଲୋକେ ଏପରି କରୁଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ କହିଛନ୍ତି।

ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ା ପଞ୍ଚାୟତ ଅଧୀନ କାଞ୍ଜିରିମାଳ ଗାଁ। ଡାଙ୍ଗସୋରଡ଼ାଠାରୁ ପାଜିଗାରଗା ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ପାର୍ଶ୍ୱରେ ମୂଲ୍ୟବାନ୍‌ ଗଛ ସବୁ ରହିଛି। ସେସବୁ ବହୁ ପୁରୁଣା ଓ ବଡ଼। କାଞ୍ଜିରିମାଳ ଗ୍ରାମବାସୀ କିନ୍ତୁ ଉକ୍ତ ଗଛ ସବୁ କାଟି ଜଙ୍ଗଲ ପଦା କରି ସାରିଲେଣି। ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ନୂଆ ଗଛ ଲଗାଇବା ସହ ନୂତନ ଜଙ୍ଗଲ ସୃଷ୍ଟି କରୁଛନ୍ତି। ସଚେତନତା ଅଭାବ ଯୋଗୁ ଅଞ୍ଚଳର ଗରିବ ଆଦିବାସୀ ସେସବୁକୁ କାଟି ପକାଉଛନ୍ତି। ଆଉ କିଛିଦିନ ଏପରି ଲାଗି ରହିଲେ ଚନ୍ଦ୍ରପୁର ଭଳି ଏକ ସବୁଜିମା ଅଞ୍ଚଳ ଲୋପହୋଇଯିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସରକାରୀସ୍ତରରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଲୋକଙ୍କୁ ସଚେତନ କରାଇବା ସମୟ ଆସିଯାଇଛି ବୋଲି ଅଞ୍ଚଳବାସୀ କହିଛନ୍ତି। କାଞ୍ଜିରିମାଳ ଗାଁର ଜଣେ ବୃଦ୍ଧଙ୍କୁ ପଚାରିବାରୁ ଜଙ୍ଗଲ ଆମ ନିଜ ଜମିରେ ରହିଛି। ଆମେ ଜଙ୍ଗଲ କାଟି ଗଛକୁ ବିକ୍ରିକରି ପରିବାର ଚଳାଉଛୁ। ମୋ ଆଖି ଖରାପ ଥିଲା। ଗଛ ବିକ୍ରି ଟଙ୍କାରେ ଆଖି ଚିକିତ୍ସା କରାଇଛି ବୋଲି ସେ କହିଛନ୍ତି। ସେହିଭଳି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଚାରିବାରୁ ଜଙ୍ଗଲ ପୋଡ଼ି ଉକ୍ତ ଅଞ୍ଚଳରେ ଚାଷ କରୁଛୁ ବୋଲି ସେ କହିଛନ୍ତି। ଆଦିବାସୀମାନେ ଗଛ କାଟିବା ପରେ ଉକ୍ତ କାଠକୁ ଅତି ଶସ୍ତାରେ ପାଖ ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି। ଏ ସମ୍ପର୍କରେ ଡାଙ୍ଗସୋରଡ଼ା ଫରେଷ୍ଟ ସେକ୍ସନ ବନରକ୍ଷୀ କପିଳ ମନହୀରାଙ୍କୁ ପଚାରିବାରୁ ଉକ୍ତ ଜଙ୍ଗଲ ଆମ ବିଭାଗ ଅଧୀନରେ ଯାଉନାହିଁ। ଆଦିବାସୀଙ୍କ ନିଜ ପଟ୍ଟା ଜମିରେ ଗଛ ରହିଛି। ସେମାନେ କିଛି ଗଛକୁ ବିକ୍ରି ଉଦ୍ଦେଶ୍ୟରେ କାଟି ଦେଉଛନ୍ତି। ବିଭାଗ ପକ୍ଷରୁ ଅନେକ ସମୟରେ ସେମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ପ୍ରଶାସନ ସଭା ସମିତି କରି ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ବିଜୟ ଉଲାକା ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଶାଗୋଦା-ଜଙ୍କିଆ ଦୟାନଦୀ ବନ୍ଧ କାମ ନିମ୍ନମାନର

କଣାସ,୧୬।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ରାସ୍ତାଘାଟର ନିର୍ମାଣ ଦିଗରେ ଅଧିକ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଯାଜପୁର ଅଫିସ,୧୯ା୪: ଯାଜପୁର ଜିଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ସେ...

ପାରାଦୀପରେ ଲାଗିଲା ବୃହତ୍‌ ଜାହାଜ

ପାରାଦୀପ,୧୮ା୨(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍‌ ଜାହାଜ ଏମ୍‌.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼...

ରିଜର୍ଭ ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗୀର ଅଫିସ, ୧୫ା୪: ବଲାଙ୍ଗୀର ରିଜର୍ଭ ପୋଲିସ କନ୍‌ଷ୍ଟେବଲମାନେ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛନ୍ତି ା ରିଜର୍ଭ ପୋଲିସ...

ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା...

ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ...

ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟସ୍ଥ ରୁଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ...

ସ୍କୁଲ୍‌, କଲେଜ ଆଗରେ ମୁକୁଳା ଟ୍ରାନ୍ସଫର୍ମର

ସାରସକଣା/ ଗୋପବନ୍ଧୁ ନଗର,୨୯ା୧୧(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା ହୋଇପଡ଼ିଛି। ବିଷେତଃ ଏହା ସ୍କୁଲ୍‌ ପରିସର ଓ କଲେଜ ଆଗରେ...

Advertisement
Archives

Model This Week