ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ମୂଲ୍ୟବାନ୍‌ କାଠ

ଚନ୍ଦ୍ରପୁର, ୨୭।୬(ଡି.ଏନ୍‌.ଏ.): ଗଛ ଆମର ବନ୍ଧୁ। ସୁସ୍ଥ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ପରିବେଶକୁ ସ୍ବଚ୍ଛ, ସୁସ୍ଥ ରଖିବାକୁ ବନ ବିଭାଗ, ସାଧାରଣ ଲୋକେ, ବିଭିନ୍ନ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ଗଛ ଲଗାଉଛନ୍ତି। କିନ୍ତୁ ରାୟଗଡ଼ା ଜିଲା ଚନ୍ଦ୍ରପୁରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସେଠାକାର ଆଦିବାସୀମାନେ ଗଛ ଲଗାଇବା ପରିବର୍ତ୍ତେ ଜଙ୍ଗଲ କାଟି ପଦା କରି ଦେଉଛନ୍ତି। ଅତି ମୂଲ୍ୟବାନ୍‌ ଗଛ ସବୁକୁ ଶାଗ ମାଛ ଦରରେ ବିକ୍ରିକରି ଦେଉଛନ୍ତି। ସଚେତନତା ଅଭାବରୁ ଲୋକେ ଏପରି କରୁଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ କହିଛନ୍ତି।

ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ା ପଞ୍ଚାୟତ ଅଧୀନ କାଞ୍ଜିରିମାଳ ଗାଁ। ଡାଙ୍ଗସୋରଡ଼ାଠାରୁ ପାଜିଗାରଗା ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ପାର୍ଶ୍ୱରେ ମୂଲ୍ୟବାନ୍‌ ଗଛ ସବୁ ରହିଛି। ସେସବୁ ବହୁ ପୁରୁଣା ଓ ବଡ଼। କାଞ୍ଜିରିମାଳ ଗ୍ରାମବାସୀ କିନ୍ତୁ ଉକ୍ତ ଗଛ ସବୁ କାଟି ଜଙ୍ଗଲ ପଦା କରି ସାରିଲେଣି। ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ନୂଆ ଗଛ ଲଗାଇବା ସହ ନୂତନ ଜଙ୍ଗଲ ସୃଷ୍ଟି କରୁଛନ୍ତି। ସଚେତନତା ଅଭାବ ଯୋଗୁ ଅଞ୍ଚଳର ଗରିବ ଆଦିବାସୀ ସେସବୁକୁ କାଟି ପକାଉଛନ୍ତି। ଆଉ କିଛିଦିନ ଏପରି ଲାଗି ରହିଲେ ଚନ୍ଦ୍ରପୁର ଭଳି ଏକ ସବୁଜିମା ଅଞ୍ଚଳ ଲୋପହୋଇଯିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସରକାରୀସ୍ତରରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଲୋକଙ୍କୁ ସଚେତନ କରାଇବା ସମୟ ଆସିଯାଇଛି ବୋଲି ଅଞ୍ଚଳବାସୀ କହିଛନ୍ତି। କାଞ୍ଜିରିମାଳ ଗାଁର ଜଣେ ବୃଦ୍ଧଙ୍କୁ ପଚାରିବାରୁ ଜଙ୍ଗଲ ଆମ ନିଜ ଜମିରେ ରହିଛି। ଆମେ ଜଙ୍ଗଲ କାଟି ଗଛକୁ ବିକ୍ରିକରି ପରିବାର ଚଳାଉଛୁ। ମୋ ଆଖି ଖରାପ ଥିଲା। ଗଛ ବିକ୍ରି ଟଙ୍କାରେ ଆଖି ଚିକିତ୍ସା କରାଇଛି ବୋଲି ସେ କହିଛନ୍ତି। ସେହିଭଳି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଚାରିବାରୁ ଜଙ୍ଗଲ ପୋଡ଼ି ଉକ୍ତ ଅଞ୍ଚଳରେ ଚାଷ କରୁଛୁ ବୋଲି ସେ କହିଛନ୍ତି। ଆଦିବାସୀମାନେ ଗଛ କାଟିବା ପରେ ଉକ୍ତ କାଠକୁ ଅତି ଶସ୍ତାରେ ପାଖ ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି। ଏ ସମ୍ପର୍କରେ ଡାଙ୍ଗସୋରଡ଼ା ଫରେଷ୍ଟ ସେକ୍ସନ ବନରକ୍ଷୀ କପିଳ ମନହୀରାଙ୍କୁ ପଚାରିବାରୁ ଉକ୍ତ ଜଙ୍ଗଲ ଆମ ବିଭାଗ ଅଧୀନରେ ଯାଉନାହିଁ। ଆଦିବାସୀଙ୍କ ନିଜ ପଟ୍ଟା ଜମିରେ ଗଛ ରହିଛି। ସେମାନେ କିଛି ଗଛକୁ ବିକ୍ରି ଉଦ୍ଦେଶ୍ୟରେ କାଟି ଦେଉଛନ୍ତି। ବିଭାଗ ପକ୍ଷରୁ ଅନେକ ସମୟରେ ସେମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ପ୍ରଶାସନ ସଭା ସମିତି କରି ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ବିଜୟ ଉଲାକା ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri